Richest Temples: ୫ ମାସ ପରେ ଖୋଲିଲା ରାୟଗଡ଼ା ମା' ମଝିଘରିଆଣୀଙ୍କ ହୁଣ୍ଡି, କୋଟି କୋଟି ଟଙ୍କାର ଦାନ ଗଣତି ଆରମ୍ଭ
"ରାୟଗଡ଼ା: ଆଜି ରାୟଗଡ଼ା ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମା" ମଝିଘରିଆଣୀଙ୍କ ମନ୍ଦିରର ୯ ଟି ଦାନହୁଣ୍ଡି ଖୋଲା ଯାଇଛି।
ସକାଳ ୯ଟା ବେଳେ ଏହି ଦାନ ହୁଣ୍ଡି ସବୁ କଡ଼ା ସୁରକ୍ଷା ବଳୟରେ ୨୫୦ରୁ ଅଧିକ ସ୍ବେଛାସେବୀଙ୍କ ଦ୍ବାରା ଏହି ସହୁ ଟଙ୍କା ସୁନା ଗଣତି ଆରମ୍ଭ ହୋଇଛି।
ଆଜି ସକାଳ ୯ଟା ବେଳେ ମାଜିଷ୍ଟ୍ରେଟ ତଥା ରାୟଗଡ଼ା ତହସିଲ କର୍ମଚାରୀ ଓ ପୁଲିସ ଉପସ୍ଥିତିରେ ମନ୍ଦିର ପରିଚାଳନା କମିଟି ତରଫରୁ ମନ୍ଦିରର ୯ଟି ହୁଣ୍ଡି ଖୋଲାଯାଇ ଗଣତି ଆରମ୍ଭ ହୋଇଥିଲା।
ମନ୍ଦିର ପରିଚଳନା କମିଟି ଅଧ୍ୟକ୍ଷ ରାଇସିଂ ବିଡ଼ିକା ଓ ମନ୍ଦିର ପରିଚାଳନା କମିଟିର ସଭ୍ୟମାନେ ଉପସ୍ଥିତ ରହି ଗଣତି ସୁପରିଚାଳନା ପାଇଁ ଉପସ୍ଥିତ ରହିଛନ୍ତି IAdvertisment ବିଦେଶୀ ଟଙ୍କା ହୁଣ୍ଡିରେ ଦାନ ଆକାରରେ ପକାଇଥାନ୍ତି ମାଙ୍କ ମନ୍ଦିରକୁ ପଡ଼ୋଶୀ ଆନ୍ଧ୍ର ପ୍ରଦେଶ, ତେଲେଙ୍ଗାନା, ଛତିଶଗଡ,ଅନ୍ୟାନ୍ୟ ରାଜ୍ୟ ଓ ବିଶେଶରେ ରହୁଥିବା ଭକ୍ତମାନେ ଆସି ଦାନ ହୁଣ୍ଡିରେ ଦାନ ଦେଇଥାନ୍ତି ।
ଆଜିର ଗଣତି ବେଳେ ମନ୍ଦିର ପରଚାଳନା କମିଟିର ସଭ୍ୟ ଦେବେନ୍ଦ୍ର ବେହେରା, ରାଧାକୃଷ୍ନ ଦଳାଇ, ଆକାଉଣ୍ଟାଣ୍ଟ ଏସ ଭେଙ୍କଟ ରାଓ ପ୍ରମୁଖଙ୍କ ଉପସ୍ଥିତିରେ ଗଣତି ଆରମ୍ଭ ହୋଇଛି ।
ଏଠାରେ ସୂଚନାଯୋଗ୍ୟଯେ ମାଙ୍କ ଦାନ ହୁଣ୍ଡିରୁ ଗତ ଜାନୁଆରୀ ମାସ ୧୯ ତାରିଖରେ ହୋଇଥିବା ଗଣିତରେ ନଗଦ ଏକ କୋଟି ୫ ଲକ୍ଷ ୫୨ ହଜାର ୮୪୫ ଟଙ୍କା ବାହାରିଥିଲା ।
ସେହିଭଳି ୩୦ ଗ୍ରାମ ସୁନା ଓ ୨ କିଲୋ ୧୫୦ ଗ୍ରାମ ରୁପା ବାହାଥିଲା ।
ମନ୍ଦିରର ଦାନ ହୁଣ୍ଡିରୁ ବିଦେଶୀ ମୁଦ୍ରା ବାହାରିଥାଏ ।
ବିଦେଶରେ ରହୁଥିବା ଭକ୍ତମାନେ ମା"ଙ୍କ ଦର୍ଶନ ପାଇଁ ଆସିଥିବା ବେଳେ ଏହି ସବୁ ବିଦେଶୀ ଟଙ୍କା ହୁଣ୍ଡିରେ ଦାନ ଆକାରରେ ପକାଇଥାନ୍ତି ।
ଗତ ଜାନୁଆରୀ ମାସ ପୂର୍ବରୁ ଗତବର୍ଷ ୭-୭-୨୫ରେ ହୋଇଥିବା ୯ଟି ହୁଣ୍ଡିରୁ ନଗଦ ଆକାରରେ ୧ କୋଟି ୦୪ ଲକ୍ଷ ୩୬ ହଜାର ୯୬୩ ଟଙ୍କା ସହିତ ୩୮ ଗ୍ରାମ ସୁନା, ୨ କେଜି ୫୦୫ ଗ୍ରାମ ରୁପା ସହିତ ୧୨ ଟି ବିଦେଶୀ ମୁଦ୍ରା ମିଳିଥିଲା ।
ଆଜିର ସଂଗୃହୀତ ଦାନ ରାଶି ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ କର୍ମଚାରୀ ସହାୟତା କରିଥିବା ବେଳେ ସଂଗୃହୀତ ରାଶି ମା ମଝିଘରିଆଣି ଟ୍ରଷ୍ଟ ନାମରେ ଖୋଲାଯାଇଥିବା ଗ୍ରାମୀଣ ବ୍ୟାଙ୍କର ଖାତାରେ ଜମା କରାଯିବ ବୋଲି ଟ୍ରଷ୍ଟ ଅଧ୍ୟକ୍ଷ ରାଇସିଂ ବିଡ଼ିକା ସୂଚନା ଦେଇଛନ୍ତି I ଓଡିଶା ଗ୍ରାମୀଣ ବ୍ୟାଙ୍କର ଆଞ୍ଚଳିକ ପ୍ରବନ୍ଧକ ଦେବେଶ ରଞ୍ଜନ ଧର, ରାୟଗଡ଼ା ଶାଖା ପରିଚାଳକ ବିଜୟ କୁମାର ବାରିକ ଓ ରାୟଗଡ଼ା ବଜାର ଶାଖା ପରିଚାଳକ ପ୍ରଜ୍ଞା ରଞ୍ଜନ ରଥ ଓ ଅନ୍ୟ ବ୍ୟାଙ୍କ କର୍ମଚାରୀ ଉପସ୍ଥିତ ରହିଥିଲେ I Pakistan: ଆଫଗାନିସ୍ତାନ ସୀମାରେ ପାକିସ୍ତାନର ରାତି ଅଧିଆ ଏୟାର ଷ୍ଟ୍ରାଇକ୍: ୩୫ ମୃତ-୪୦ରୁ ଅଧିକ ଆହତ "