Remembrance Day: ବିଭାଜନ ବିଭୀଷିକା ସ୍ମୃତି ଦିବସ
"ସ୍ବାଧୀନତା ଦିବସର ପୂର୍ବ ଦିନ ଅର୍ଥାତ୍ ଆଜି ଆମ ଦେଶରେ "ବିଭାଜନ ବିଭୀଷିକା ସ୍ମୃତି ଦିବସ" ପାଳନ କରାଯାଉଛି।
୧୯୪୭ ମସିହାରେ ଦେଶ ବିଭାଜନ ବେଳେ ଲକ୍ଷ ଲକ୍ଷ ଦେଶବାସୀଙ୍କର ଦୁଃଖ ଓ ଯନ୍ତ୍ରଣାକୁ ସ୍ମରଣ କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଘୋଷଣା କ୍ରମେ ୨୦୨୧ ମସିହାରୁ ପ୍ରତି ବର୍ଷ ଅଗଷ୍ଟ ୧୪ ତାରିଖରେ ଏହି ଦିବସ ପାଳନ କରାଯାଉଛି।
ଉଲ୍ଲେଖଯୋଗ୍ୟ, ଧର୍ମ ଆଧାରରେ ବ୍ରିଟିସ ଶାସନାଧୀନ ଭାରତର ବିଭାଜନ ଘଟି ଭାରତ ଓ ପାକିସ୍ତାନ ପରି ଦୁଇଟି ସ୍ବତନ୍ତ୍ର ଦେଶ ଗଠିତ ହୋଇଥିଲା।
ଦୁଇ ନୂଆ ଦେଶରେ ସଂଘଟିତ ହିଂସାରେ ୨ ଲକ୍ଷରୁ ୨୦ ଲକ୍ଷ ଲୋକ ପ୍ରାଣ ହରାଇଥିଲେ ଏବଂ ୧୦ରୁ ୨୦ ନିୟୁତ ଲୋକ ବିସ୍ଥାପିତ ହୋଇଥିଲେ।
ତାହା ଦେଶବାସୀଙ୍କ ପାଇଁ ସ୍ବାଧୀନତା ସଂଗ୍ରାମଠୁ ବି ବଳି ଯନ୍ତ୍ରଣାଦାୟକ ଥିଲା।Advertisment Migrant workers: ଶ୍ରମିକଙ୍କ ପରିବାର ପାଇଁ ତୁରନ୍ତ ପଦକ୍ଷେପ; ଜିଲ୍ଲାପାଳଙ୍କୁ ଧନ୍ୟବାଦ ଜଣାଇଲା ସ୍ବେଚ୍ଛାସେବୀ ସଂଗଠନ ଅଗଣିତ ଲୋକଙ୍କୁ ନିଜର ଭିଟାମାଟି ଛାଡ଼ି ନିଜ ଦେଶରେ ଶରଣାର୍ଥୀ ଭାବରେ ରହିବାକୁ ପଡ଼ିଥିଲା।
ବିଭାଜନର ଏତେ ଦିନ ପରେ ବି ନିଜର ଆତ୍ମୀୟ ସ୍ବଜନଙ୍କୁ ହରାଇଥିବା ଦେଶବାସୀଙ୍କ ପୀଡ଼ା ଉଜ୍ଜୀବିତ ହୋଇ ରହିଛି।
କିଛି ସ୍ବାର୍ଥାନ୍ବେଷୀମାନଙ୍କ ଯୋଗୁଁ ଦେଶର ସ୍ବାଧୀନତା ପାଇଁ ଜୀବନ ଉତ୍ସର୍ଗ କରିଥିବା ସହିଦମାନଙ୍କ ଅଖଣ୍ଡ ଭାରତର ସ୍ବପ୍ନ ପୂରଣ ହୋଇପାରିଲା ନାହିଁ।
ସେମାନଙ୍କୁ ଏବଂ ବିଭାଜନର ଶିକାର ହୋଇଥିବା ଦେଶବାସୀଙ୍କୁ ଶ୍ରଦ୍ଧାଞ୍ଜଳି ପୂର୍ବକ ଏହି ଦିବସ ପାଳନ କରାଯାଉଛି।
ଏହା ଆମ ମନରୁ ସାମାଜିକ ବିଭାଜନର ବିଷକୁ ହଟାଇ ସାମାଜିକ ଐକ୍ୟ, ସୌହାର୍ଦ୍ଦ୍ୟ ଓ ମାନବ ସଶକ୍ତୀକରଣର ଆବଶ୍ୟକତାକୁ ହୃଦୟଙ୍ଗମ କରିବା ଲାଗି ଚେତାଇ ଦେଇଥାଏ।
Gomata suraksha: ୬ବ୍ଲକରେ ଲାଗିବ ରିଫ୍ଲେକ୍ଟିଭ୍ ରେଡିୟମ ବେଲ୍ଟ, ହ୍ରାସ ପାଇବ ଦୁର୍ଘଟଣା!"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
