19 AUGUST 2026

Welcome!

Unlock your personalized experience.
Sign Up
block-728

Auto driver Kamal Sarkar: ନୂଆପଲ୍ଲୀରେ ଅଟୋଚାଳକ କମଳ ସରକାର ହତ୍ୟା ମାମଲା: ୧୫ବର୍ଷ ପରେ ଧରାପଡ଼ିଲା ୫ମ ଅଭିଯୁକ୍ତ

Aug 14, 2026 - 07:59
Auto driver Kamal Sarkar: ନୂଆପଲ୍ଲୀରେ ଅଟୋଚାଳକ କମଳ ସରକାର ହତ୍ୟା ମାମଲା: ୧୫ବର୍ଷ ପରେ ଧରାପଡ଼ିଲା ୫ମ ଅଭିଯୁକ୍ତ

ଭୁବନେଶ୍ବର: ୨୦୧୧ ମସିହାରେ ନୂଆପଲ୍ଲୀ ସିଆର୍‌ପିଏଫ୍ ଛକରେ ଅଟୋଚାଳକ କମଳ ସରକାରଙ୍କୁ ଛୁରି ଭୁସି ହତ୍ୟା କରାଯାଇଥିଲା। ଅଟୋଷ୍ଟାଣ୍ଡର ସଦସ୍ୟ ନ ହୋଇ କମଳ ସେହି ଛକରୁ ଯାତ୍ରୀ ନେବାଆଣିବା କରିବାରୁ ଷ୍ଟାଣ୍ଡ ବୁଝାସୁଝା କରୁଥିବା ଗୁଣ୍ଡାମାନେ ତାଙ୍କୁ ଦିନ ଦିପହରେ ହତ୍ୟା କରିଥିଲେ। ସେହି ମାମଲାରେ ନୂଆପଲ୍ଲୀ ଥାନା ପୁଲିସ ୪ଜଣଙ୍କୁ ଗିରଫ କରିଥିଲା ଏବଂ ସେମାନେ ଏବେ ଆଜୀବନ ସଜା ଭୋଗୁଛନ୍ତି। ସେମାନେ ହେଲେ ମୁଖ୍ୟ ଅଭିଯୁକ୍ତ ଶ୍ରୀଧର ନାଥ ଓରଫ ବାପି, ମାଷ୍ଟରମାଇଣ୍ଡ  ପୂର୍ଣ୍ଣେନ୍ଦୁ ସାମଲ ଓରଫ କାଳିଆ, ମହେଶ୍ବର ସାହୁ ଓରଫ ବୋଲ୍‌ଟୁ ଓ ସଂଜୟ ସେନାପତି ଓରଫ ସଞ୍ଜି। କିନ୍ତୁ ହତ୍ୟାକାଣ୍ଡ‌ରେ ସମ୍ପୃକ୍ତ ୫ମ ଅଭିଯୁକ୍ତ ସେବେଠୁ ପୁଲିସ ହାତରେ ଲାଗିନଥିଲା। ୧୫ବର୍ଷ କାଳ ପୁଲିସ ଆଖିରେ ଧୂଳି ଦେଇ ଲୁଚି ରହିଥିବା ବିରଞ୍ଚି ଜେନା ଓରଫ ବୀରର ଲୁଚକାଳି ଖେଳ ସରିଛି। ଗତକାଲି ତାକୁ ପୁରୀ ତାଳବଣିଆ ଅଞ୍ଚଳରୁ ନୂଆପଲ୍ଲୀ ଥାନା ପୁଲିସ ଉଠାଇବା ପରେ ଆଜି ତାକୁ କୋର୍ଟ ଚାଲାଣ କରାଯାଇଛି। 

Anganwadi worker: ଅଣ୍ଡା ପାଇଁ ଦମ୍ପତିଙ୍କ ୧୫୦ କିଲୋମିଟର କଷ୍ଟକର ଯାତ୍ରା

ପୂର୍ବରୁ ୪ଜଣଙ୍କୁ ଆଜୀବନ ସଜା ହୋଇଛି

ହତ୍ୟାକାଣ୍ଡ ପରଠୁ ବୀର ରାଜ୍ୟ ବାହାରକୁ ପଳାଇଥିଲା ଏବଂ ୧୨/୧୩ ବର୍ଷ ରାଜ୍ୟ ବାହାରେ ରହିବା ପରେ ୨ବର୍ଷ ହେଲା ଓଡ଼ିଶା ଫେରି ପୁରୀ ତାଳବଣିଆ ଅଞ୍ଚଳରେ ରହୁଥିଲା। ରାଜ୍ୟ ବାହାରେ ରହୁଥିବା ବେଳେ ସେ ଆଦୌ ଭୁବନେଶ୍ବର ଫେରି ନଥିଲା। କିନ୍ତୁ ଗତ ଦୁଇ ବର୍ଷ ହେଲା ସେ ମଝିରେ ମଝିରେ ପୁରୀରୁ ଆସି ନୂଆପଲ୍ଲୀ ନେହରୁ ବସ୍ତିରେ ରହୁଥିବା ତା’ ବାପାମାଆଙ୍କ ପାଖକୁ ଆସୁଥିଲା। ଏହା ହିଁ ତା ପାଇଁ କାଳ ହେଲା। ଲୁଚିଛପି ବାପାମାଆଙ୍କୁ ଦେଖା କରୁଥିଲେ ହେଁ ବୀରକୁ ଲୋକେ ଚିହ୍ନିପାରି ପୁଲିସକୁ ଜଣାଇଥିଲେ। କିନ୍ତୁ ବାପାମାଆ ତାଙ୍କ ପୁଅ ବୀରକୁ ଭୁଲି ସାରିଛନ୍ତି ବୋଲି କହି ପୁଲିସକୁ ଭୁଆଁ ବୁଲାଇଥିଲେ। ୨/୩ ମାସର ଛକାପଞ୍ଝା ପରେ ପୁଲିସକୁ ବୀରର ପତ୍ତା ମିଳିଥିଲା।

ହତ୍ୟାକାଣ୍ଡ ଘଟିଥିଲା କେମିତି
ଆଜି ବୀରକୁ କୋର୍ଟ ଚାଲାଣ କରାଯିବା ପୂର୍ବରୁ ଜୋନ୍‌-୫ ଏସିପି ବିଶ୍ବରଂଜନ ସେନାପତି ଏକ ସାମ୍ବାଦିକ ସମ୍ମିଳନୀରେ କମଳ ସରକାର ହତ୍ୟାକାଣ୍ଡର ବିବରଣୀ ରଖିଥିଲେ। ସିଆର୍‌ପିଏଫ୍‌ ଛକରେ ହତ୍ୟାକାଣ୍ଡର ମାଷ୍ଟରମାଇଣ୍ଡ କାଳିଆ ଏକ ଅଟୋଷ୍ଟାଣ୍ଡ୍ କରିଥିଲା। କିଛି ଅଟୋଚାଳକଙ୍କୁ ଏକାଠି କରି ସେ ଉକ୍ତ ଅଟୋଷ୍ଟାଣ୍ଡ୍‌ରୁ ଯାତ୍ରୀ ନେବାଆଣିବା କରିବାକୁ ଅନୁମତି ଦେଉଥିଲା। ଏଥିପାଇଁ କାଳିଆ ଅଟୋଚାଳକମାନଙ୍କଠାରୁ ସଦସ୍ୟ ଚାନ୍ଦା ସହିତ ମାସିକିଆ ବଟି ଆଦାୟ କରୁଥିଲା।

Gomata suraksha: ୬ବ୍ଲକରେ ଲାଗିବ ରିଫ୍ଲେକ୍ଟିଭ୍ ରେଡିୟମ ବେଲ୍ଟ, ହ୍ରାସ ପାଇବ ଦୁର୍ଘଟଣା!

କାଳିଆଠୁ ଅନୁମତି ପାଇନଥିବା କୌଣସି ଅଟୋଚାଳକ ଏହି ଷ୍ଟାଣ୍ଡରୁ ଯାତ୍ରୀ ନେଇପାରୁ ନଥିଲେ। କୌଣସି ଅଟୋଚାଳକ କାଳିଆ ନିୟମ ବିରୋଧରେ ଗଲେ, ପୋଷାଗୁଣ୍ଡା ଭାବେ ନିୟୋଜିତ ବାପି, ବୀର, ବୋଲ୍‌ଟୁ ଓ ସଞ୍ଜି ମାଡ଼ମାରି ଷ୍ଟାଣ୍ଡରୁ ତଡ଼ୁଥିଲେ କିମ୍ବା ପୂରାଇ ଦେଉନଥିଲେ। କିନ୍ତୁ କାଳିଆର ଦାଦାଗିରିକୁ ବରଦାସ୍ତ କରିନଥିଲେ କମଳ ସରକାର। କମଳ ୟୁନିଟ୍‌-୮ ଓଏମ୍‌ସି କଲୋନିରେ ରହୁଥିଲେ ଏବଂ କାଳିଆ ନିକଟସ୍ଥ ନେହରୁ ବସ୍ତିରେ ରହୁଥିଲା। ତେଣୁ କମଳ ଓ ତାଙ୍କ ସାନଭାଇ ଗୋପାଳ, କାଳିଆର ଧମକକୁ ଖାତିର ନକରି ଉକ୍ତ ଷ୍ଟାଣ୍ଡରେ ଅଟୋ ଲଗାଇଥିଲେ। ଏହା କାଳିଆ ଗ୍ୟାଙ୍ଗ୍‌କୁ ବାଧିଥିଲା। ଏହା ଥିଲା କାଳିଆ ଗ୍ୟାଙ୍ଗ୍‌ର ପତିଆରା ଉପରେ ପ୍ରଶ୍ନବାଚୀ। ୨୦୧୧ ମାର୍ଚ୍ଚ ୨୯ ତାରିଖ ଦିନ ଗୋପାଳ ରସୁଲଗଡ଼ରୁ ଯାତ୍ରୀ ଆଣି ସିଆର୍‌ପିଏଫ୍‌ ଛକରେ ଛାଡ଼ିଥିଲେ। ଛକି ରହିଥିବା କାଳିଆ ଗ୍ୟାଙ୍ଗ୍‌ ଗୋପାଳକୁ ମାଡ଼ମାରି ଲହୁଲୁହାଣ କରିଦେଲେ ଏବଂ ଅଟକ ରଖିଲେ। ସାନଭାଇକୁ ଉଦ୍ଧାର କରିବା ପାଇଁ କମଳ ଷ୍ଟାଣ୍ଡକୁ ଧାଇଁ ଆସିଥିଲେ। କାଳିଆ ଗ୍ୟାଙ୍ଗ୍‌ର ଟାର୍ଗେଟ୍‌ରେ ଥିଲେ କମଳ। ତେଣୁ ସେମାନେ କମଳକୁ ଦେଖୁଦେଖୁ ଆକ୍ରମଣ କରିଥିଲେ ଏବଂ ପେଟରେ ଛୁରି ଭୁସିଦେଇଥିଲେ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media