Reels Mania Claims Life: ରିଲ୍ସ କରିବା ହେଲା କାଳ, ପାହାଡ଼ରୁ ଖସି ଯୁବକଙ୍କ ମୃତ୍ୟୁ, ସାଙ୍ଗରେ ଥିବା ଯୁବତୀ ଫେରାର

Nov 26, 2026 - 18:19
Reels Mania Claims Life: ରିଲ୍ସ କରିବା ହେଲା କାଳ, ପାହାଡ଼ରୁ ଖସି ଯୁବକଙ୍କ ମୃତ୍ୟୁ, ସାଙ୍ଗରେ ଥିବା ଯୁବତୀ ଫେରାର

ସୋସିଆଲ ମିଡିଆରେ ରିଲ୍ସ କରିବାର ନିଶା ନେଲା ଜୀବନ।

ପାହାଡ଼ ଉପରେ ରିଲ୍ସ କରୁଥିବା ବେଳେ ଗୋଡ଼ ଖସି ନାଳକୁ ପଡ଼ି ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି।

ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଥାନା ଅନ୍ତର୍ଗତ ବି.

ତୁରୁବୁଡ଼ି–ବାଙ୍କେଶ୍ୱରୀ ରାସ୍ତାର ମଗରମାନାଳ ନିକଟରେ ଘଟିଛି ଏହି ଦୁଃଖଦ ଘଟଣା।

ମୃତ ଯୁବକ ଜଣକ ବ୍ରହ୍ମପୁରର ସାଇ ଶଙ୍କର ପଣ୍ଡା ବୋଲି ଜଣାପଡ଼ିଛି।

Advertisment ସୂଚନା ଅନୁସାରେ, ସାଇ ଶଙ୍କର ଜଣେ ଯୁବତୀଙ୍କ ସହ ମଗରମାନାଳ ନିକଟକୁ ଯାଇଥିଲେ।

ସେଠାରେ ରିଲ୍ସ କରୁଥିବା ସମୟରେ ହଠାତ୍ ତାଙ୍କର ଗୋଡ଼ ଖସିଯାଇଥିଲା।

ଫଳରେ ସେ ପାହାଡ଼ ଉପରୁ ତଳେ ଥିବା ନାଳକୁ ଖସି ପଡ଼ିଥିଲେ।

ଏହି ଦୁର୍ଘଟଣାରେ ସାଇ ଶଙ୍କରଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି।

ଘଟଣା ସମ୍ପର୍କରେ ଖବର ପାଇ ଦିଗପହଣ୍ଡି ଅଗ୍ନିଶମ ବାହିନୀ ଓ ପୋଲିସ ତୁରନ୍ତ ସେଠାରେ ପହଞ୍ଚିଥିଲେ।

ଦୀର୍ଘ ପ୍ରୟାସ ପରେ ନାଳରୁ ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା।

Advertisment ତେବେ ଯୁବକଙ୍କ ସହ ସେଠାକୁ ଯାଇଥିବା ଯୁବତୀ ଜଣକ ଘଟଣା ପରେ ଫେରାର ଥିବା ସୂଚନା ମିଳିଛି।

ସେ କାହିଁକି ସେଠାରୁ ଚାଲିଗଲେ, ତାହା ଏବେ ଅସ୍ପଷ୍ଟ ରହିଛି।

ପୋଲିସ ଘଟଣାର ତଦନ୍ତ କରୁଛି।

ସୋସିଆଲ ମିଡିଆରେ ଭିଡିଓ କରିବାର ଆଗ୍ରହ ଯେପରି ଜୀବନ ପ୍ରତି ବିପଦ ନ ଆଣେ, ସେଥିପାଇଁ ପାହାଡ଼, ନଦୀ ଓ ଗଭୀର ଖାଇ ଭଳି ବିପଦପୂର୍ଣ୍ଣ ସ୍ଥାନରେ ରିଲ୍ସ କରିବା ବେଳେ ସତର୍କ ରହିବା ଜରୁରୀ।

ରିଲ୍ସ ହେଲା କାଳ, ପାହାଡ଼ରୁ ଖସି ଯୁବକ ମୃତ ଦିଗପହଣ୍ଡି ଥାନା ମଗରମାନାଳରେ ଅଘଟଣ ବ୍ରହ୍ମପୁରର ଯୁବକ ସାଇ ଶଙ୍କର ପଣ୍ଡାଙ୍କ ମୃତ୍ୟୁ ଯୁବକଙ୍କ ସହ ଥିବା ଯୁବତୀ ଫେରାର

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)