RCF Recruitment: କ୍ରୀଡା କ୍ଷେତ୍ରରେ ଭଲ ପଦର୍ଶନ କରିଥିବା ଯୁବପିଢ଼ିଙ୍କ ପାଇଁ ଖୁସି ଖବର

Jun 26, 2026 - 18:47
RCF Recruitment: କ୍ରୀଡା କ୍ଷେତ୍ରରେ ଭଲ ପଦର୍ଶନ କରିଥିବା ଯୁବପିଢ଼ିଙ୍କ ପାଇଁ ଖୁସି ଖବର

"ନୂଆଦିଲ୍ଲୀ: କ୍ରୀଡା କ୍ଷେତ୍ରରେ ଭଲ ପଦର୍ଶନ କରିଥିବା ଯୁବପିଢ଼ିଙ୍କ ପାଇଁ ଖୁସି ଖବର।

ରେଳ କୋଚ ଫ୍ୟାକ୍ଟ୍ରି (ଆରସିଏଫ), କପୁରଥଲାି ଖେଳ କୋଟା ଭର୍ତ୍ତି ୨୦୨୬-୨୭ ଅଧୀନରେ ବିଭିନ୍ନ ଖେଳର ଖେଳାଳିଙ୍କ ପାଇଁ ୨୩ଟି ପଦବିର ଏକ ନୋଟିଫିକେସନ୍ ଜାରି କରିଛି।

ଏହି ପଦବି ପାଇଁ ଆବେଦନ ପ୍ରକ୍ରିୟା ୨୦୨୬ ଜୁନ୍ ୧୫ରୁ ଆରମ୍ଭ ହୋଇଥିବା ବେଳେ ଏହାର  ଶେଷ ତାରିଖ ୨୦୨୬ ଜୁଲାଇ ୧୪ ତାରିଖ ପର୍ଯ୍ୟନ୍ତ ରହିଛି।

Advertisment ଆରସିଏଫ ଦ୍ୱାରା ଜାରି କରାଯାଇଥିବା ବିଜ୍ଞପ୍ତି ଅନୁଯାୟୀ, ହକି, ଭାରୋତ୍ତୋଳନ, ଆଥଲେଟିକ୍ସ, କ୍ରସ୍-କଣ୍ଟ୍ରି, କୁସ୍ତି, ଫୁଟବଲ୍ ଏବଂ କ୍ରିକେଟ୍ ସମେତ ଅନେକ ଖେଳରେ ଖେଳାଳିଙ୍କ ପାଇଁ ଖାଲିଥିବା ପଦବି ଖୁବଶୀଘ୍ର ପୂରଣ ହେବ।

ଏଥିସହିତ ପୁରୁଷ ହକି ପାଇଁ ଗୋଟିଏ, ମହିଳା ହକି ପାଇଁ ଚାରିଟି, ମହିଳା ଭାରୋତ୍ତୋଳନ ପାଇଁ ତିନୋଟି, ମହିଳା ଆଥଲେଟିକ୍ସ ପାଇଁ ଦୁଇଟି, ମହିଳା କ୍ରସ୍-କଣ୍ଟ୍ରି ପାଇଁ ଚାରିଟି, ପୁରୁଷ ଆଥଲେଟିକ୍ସ ପାଇଁ ଗୋଟିଏ, ପୁରୁଷ ଫ୍ରିଷ୍ଟାଇଲ୍ କୁସ୍ତି ପାଇଁ ତିନୋଟି, ପୁରୁଷ ଫୁଟବଲ୍ ପାଇଁ ତିନୋଟି ଏବଂ ପୁରୁଷ କ୍ରିକେଟ ପାଇଁ ଦୁଇଟି ପଦବୀ ଅନ୍ତର୍ଭୁକ୍ତ ରହିଛି।

କ୍ରିକେଟ ଖେଳ ହେଲା କାଳ, ବଜ୍ରାଘାତରେ ଦୁଇ ନାବାଳକ ମୃତ ଆବଶ୍ୟକୀୟ ଯୋଗ୍ୟତା କ"ଣ?

ଲେଭଲ୍-୧ ପଦବୀ ପାଇଁ ଆବେଦନ କରୁଥିବା ପ୍ରାର୍ଥୀମାନେ ଦଶମ ଶ୍ରେଣୀ ପାସ୍ କରିଥିବା ଆବଶ୍ୟକ।

ଏହା ସହିତ ଆଇଟିଆଇ, ସମକକ୍ଷ ଯୋଗ୍ୟତା କିମ୍ବା ଏନସିଭିଟି ଦ୍ୱାରା ପ୍ରଦାନ କରାଯାଇଥିବା ଜାତୀୟ ଶିକ୍ଷାର୍ଥୀ ପ୍ରମାଣପତ୍ର ଗ୍ରହଣୀୟ ହେବ।

ଲେଭଲ୍-୨ ପଦବୀ ପାଇଁ ଦଶମ ଶ୍ରେଣୀ ପାସ୍  ସହିତ ସମ୍ପୃକ୍ତ ଟ୍ରେଡରେ ଆଇଟିଆଇ କିମ୍ବା ଆକ୍ଟ ଅପ୍ରେଣ୍ଟିସ ପ୍ରମାଣପତ୍ର ବାଧ୍ୟତାମୂଳକ।

ଲେଭଲ୍-୪/୫ ପଦବୀ ପାଇଁ, ଏକ ସ୍ୱୀକୃତିପ୍ରାପ୍ତ ବିଶ୍ୱବିଦ୍ୟାଳୟରୁ ସ୍ନାତକ ଡିଗ୍ରି ଏବଂ କମ୍ପ୍ୟୁଟରରେ ହିନ୍ଦୀ କିମ୍ବା ଇଂରାଜୀ ଟାଇପିଂ ଜ୍ଞାନ ଥିବା ଆବଶ୍ୟକ।

ଦରମା କେତେ ହେବ?

ମନୋନୀତ ପ୍ରାର୍ଥୀମାନେ ଭଲ ଦରମା ପାଇବେ।

ଏହି ପଦବୀ ପାଇଁ ମନୋନୀତ ହୋଇଥିବା ପ୍ରାର୍ଥୀମାନେ ୫୨୦୦ରୁ ୨୦୨୦୦ଟଙ୍କା ଦରମା ସହିତ ୨୪୦୦ କିମ୍ବା ୨୮୦୦ଟଙ୍କା ଗ୍ରେଡ୍ ପେ ପାଇବେ।

ସ୍ତର-୨ ଏବଂ ସ୍ତର-୧ ପଦବୀ ପାଇଁ ରେଳ ନିୟମ ଅନୁଯାୟୀ ଭଲ ଦରମା ଏବଂ ଅନ୍ୟାନ୍ୟ ସୁବିଧା ମଧ୍ୟ ପ୍ରଦାନ କରାଯିବ।

ଚୟନ କିପରି ହେବ?

ଚୟନ ପ୍ରକ୍ରିୟା ସମ୍ପୂର୍ଣ୍ଣ ଭାବରେ ଯୋଗ୍ୟତା ଉପରେ ଆଧାରିତ ହେବ।

ମୋଟ ୧୦୦ ନମ୍ବର ମଧ୍ୟରୁ କ୍ରୀଡା ସଫଳତା ପାଇଁ ୫୦ ନମ୍ବର, କ୍ରୀଡା ଦକ୍ଷତା, ଶାରୀରିକ ସୁସ୍ଥତା ଏବଂ ପରୀକ୍ଷା ସମୟରେ ପ୍ରଦର୍ଶନ ମୂଲ୍ୟାଙ୍କନ ପାଇଁ ୪୦ ନମ୍ବର ଏବଂ ଶିକ୍ଷାଗତ ଯୋଗ୍ୟତା ପାଇଁ ୧୦ନମ୍ବର ଦିଆଯାଇଛି।

ସମସ୍ତ ପର୍ଯ୍ୟାୟରେ ଭଲ ପ୍ରଦର୍ଶନ କରୁଥିବା ପ୍ରାର୍ଥୀମାନଙ୍କୁ ଚୂଡ଼ାନ୍ତ ମେରିଟ୍ ତାଲିକାରେ ଅନ୍ତର୍ଭୁକ୍ତ କରାଯିବ।ସାଧାରଣ, ଓବିସି ଏବଂ ଅନ୍ୟାନ୍ୟ ବର୍ଗର ପ୍ରାର୍ଥୀଙ୍କ ପାଇଁ ଆବେଦନ ଫି ୫୦୦ଟଙ୍କା ରଖାଯାଇଛି।

ପରୀକ୍ଷାରେ ଅଂଶଗ୍ରହଣ କରୁଥିବା ପ୍ରାର୍ଥୀମାନେ ୪୦୦ଟଙ୍କା ଫେରସ୍ତ ପାଇବେ ।

ଏସଟି, ଏସଟି, ପୂର୍ବତନ ସୈନିକ, ଅକ୍ଷମ ବ୍ୟକ୍ତି, ମହିଳା, ସଂଖ୍ୟାଲଘୁ ଏବଂ ଇଡବ୍ଲୁଏଓ ବର୍ଗର ପ୍ରାର୍ଥୀମାନଙ୍କ ପାଇଁ ଫି ୨୫୦ଟଙ୍କା ଧାର୍ଯ୍ୟ କରାଯାଇଛି।

"