bike accident ବାଇକ୍ ଦୁର୍ଘଟଣାରେ ୩ ମୃତ
"ରାଇରଙ୍ଗପୁର/ଗୋରୁମହିଷାଣୀ: ମୟୂରଭଞ୍ଜ ଜିଲ୍ଲା ଗୋରୁମହିଷାଣୀ ଥାନା ଅଞ୍ଚଳରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ତିନିଜଣ ଶ୍ରମିକଙ୍କ ଜୀବନ ଯାଇଛି।
ତିନି ଜଣ ଟେଣ୍ଟ କାର୍ଯ୍ୟ କରିବା ପାଇଁ ପାହାଡ଼ ଉପରେ ଥିବା ଏକ ଗାଁକୁ ଯାଇ ଫେରୁଥିଲେ।
Advertisment ସୂଚନା ଅନୁଯାୟୀ, ଗୋରୁମହିଷାଣୀ ଥାନା ଅନ୍ତର୍ଗତ ଗୋରଡ଼ାପାଣି ଗ୍ରାମକୁ ତିନି ଜଣ ଶ୍ରମିକ ଏକ ବିବାହ ଉତ୍ସବ ପାଇଁ ଟେଣ୍ଟ କାର୍ଯ୍ୟ କରିବା ପାଇଁ ଗତକାଲି (ଗୁରୁବାର) ପୂର୍ବାହ୍ଣରେ ଯାଇଥିଲେ।
ସେଠାରୁ ରାତିରେ ପାହାଡ଼ ଉପରୁ ବାଇକ୍ ଯୋଗେ ଘରକୁ ଫେରୁଥିବା ସମୟରେ ଭାରସାମ୍ୟ ହରାଇ ତିନି ଜଣ ବାଇକ୍ ସହିତ ପାହାଡ ତଳ ଥିବା ପ୍ରାୟ ୧୫୦ ଫୁଟ ତଳେ ଥିବା ଖାଇରେ ଖସି ପଡ଼ିଥିଲେ।
ଆଜି (ଶୁକ୍ରବାର) ଅପରାହ୍ନରେ ଗୋରୁ ଚରାଉଥିବା କିଛି ବ୍ୟକ୍ତି ସେମାନଙ୍କ ମୃତ ଦେହ ଦେଖି ଅନ୍ୟ ଗ୍ରାମବାସୀଙ୍କୁ ଜଣାଇଥିଲେ।
ଗ୍ରାମବାସୀ ଘଟଣାସ୍ଥଳରେ ପହଞ୍ଚି ଶବକୁ ଚିହ୍ନଟ କରିବା ପରେ ପୁଲିସକୁ ସୂଚନାଦେଇଥିଲେ।
ମୃତକ ତିନିଜଣ ହେଲେ ସୁଦର୍ଶନପୁର ଗ୍ରାପର ସାନଝାରୀ ଗ୍ରାମର ମନଜ ମୁଣ୍ଡା (୩୦), ମନଜ ମୁଣ୍ଡାରୀ(୩୦) ଓ ଦୁଧିଚୁଆ ଗ୍ରାମର ବିରର୍ସିଂ ମୁଣ୍ଡା (୩୦) ବୋଲି ଜଣା ପଡ଼ିଛି ।
ପୁଲିସ ସନ୍ଧ୍ୟାବେଳେ ଘଟଣାସ୍ଥଳରେ ପହଞ୍ଚି ରାତିରେ ଶବଗୁଡ଼ିକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ରାଇରଙ୍ଗପୁର ଉପଖଣ୍ଡ ଚିକିତ୍ସାଳୟକୁ ପଠାଇଛି ।
ଏନେଇ ଥାନାରେ ଏକ ଦୁର୍ଘଟଣା ମାମଲା ରୁଜୁ ହୋଇଛି ।
ତେବେ ଆସନ୍ତାକାଲି ଶବ ବ୍ୟବଚ୍ଛେଦ କରାଯିବ ବୋଲି ସୂଚନା ମିଳିଛି ।
"