Rath Yatra:  ରାଇରଂଗପୁର ରଥଯାତ୍ରାରେ ଦିନେ ଲେଖାଁଏ ରଥ ଟାଣନ୍ତି ପୁରୁଷ ଓ ମହିଳା

Jul 16, 2026 - 01:04
Rath Yatra:  ରାଇରଂଗପୁର ରଥଯାତ୍ରାରେ ଦିନେ ଲେଖାଁଏ ରଥ ଟାଣନ୍ତି ପୁରୁଷ ଓ ମହିଳା

"ରାଇରଙ୍ଗପୁର (ତୁଷାର କାନ୍ତ ମହାନ୍ତ): ମୟୂରଭଂଜ ଜିଲ୍ଲାର ଆଦିବାସୀ ବହୁଳ ବାମନଘାଟୀ ଉପଖଣ୍ଡର ରାଇରଙ୍ଗପୁର ଅଂଚଳ।

ବର୍ତମାନର ଜଗନ୍ନାଥ ମନ୍ଦିର ସ୍ଥାପିତ ହୋଇଥିବା ସ୍ଥାନରେ ରଘୁନାଥ ଜୀଉ ମନ୍ଦିର ଥିଲା।

ପରେ ବାତ୍ୟା ଓ ଖଡ଼ଖାଇ ନଦୀର ବନ୍ୟାରେ ତାହା ସମ୍ପୂର୍ଣ ଧୋଇହୋଇଯିବା ଫଳରେ ଅଁଳାଡୁବାଠାରେ ରଘୁନାଥ ଜୀଉଙ୍କ ନୂତନ ମନ୍ଦିତ ସ୍ଥାପନା କରାଗଲା।

ପରବର୍ତୀ ସମୟରେ ତତକାଳୀନ ଉପଜିଲ୍ଲାପାଳ ସୁରେଶ ମହାପାତ୍ର, ରାଇରଙ୍ଗପୁର କୋର୍ଟର ତକ୍ରାଳୀନ ସବ୍ ଜଜ୍ ପ୍ରମୋଦ କୁମାର ଭୂୟାଁ, ପ୍ରାକ୍ତନ ବାଙ୍କବଳ ବନ୍ଧର ଇଂଜିନିୟର୍ କିଶୋର ଚନ୍ଦ୍ର ମିଶ୍ର ଏବଂ ଏସିଟିଓ ପୂର୍ଣଚନ୍ଦ୍ର ମିଶ୍ରଙ୍କ ସମେତ ସ୍ଥାନୀୟ ମାନ୍ୟଗଣ୍ୟ ବ୍ୟକ୍ତିଙ୍କ ଉଦ୍ୟମରେ ୧୯୮୭ ମସିହା ଫେବ୍ରୁଆରି ୩ ତାରିଖରେ ଧର୍ମଗଳୀସ୍ଥ ଖଡଖାଇ ନଦୀକୂଳରେ ଭୂମି ଚିହ୍ନଟ କରାଯାଇ ମନ୍ଦିର ନିର୍ମାଣ ନିମନ୍ତେ ଶିଳାନ୍ୟାସ କରାଯାଇଥିଲା।

Advertisment ଏମିତିକି ମହାପ୍ରଭୁଙ୍କ ମହତି ଇଚ୍ଛାରେ ଏକ ବର୍ଷ ମଧ୍ୟରେ ମନ୍ଦିରର ସମ୍ପୂର୍ଣ ରୂପରେଖ ସମାପନ ହୋଇଥିଲା ଏବଂ ଶ୍ରୀକ୍ଷେତ୍ର ଧାମ ପୁରୀରୁ ବୁଢା ମହାରଣାଙ୍କ ଦ୍ୱାରା ଦାରୂ ଚିହ୍ନିତ କାଠରେ ଚର୍ତୁଧା ବିଗ୍ରହ ନିର୍ମିତ ହୋଇଥିବା ବିଗ୍ରହ ମାନଙ୍କୁ ଆଣି ପ୍ରଥମତଃ ରଘୁନାଥ ଜୀଉ ମଠରେ ରଖାଯାଇଥିଲା।

ପୁରୀରୁ ବିଗ୍ରହ ଏକ ଟ୍ରକ୍ ଯୋଗେ ଆଣୁଥିବା ସମୟରେ ଏକ ବିଚିତ୍ର ବିସ୍ମୟକର ଘଟଣା ଘଟିଥିଲା।

ପୁରୀରୁ ବିଗ୍ରହ ବାହାରିବା ଏବଂ ରାଇରଙ୍ଗପୁରରେ ପହଂଚିବା ପର୍ଯ୍ୟନ୍ତ ନିୟମିତ ଭାବେ ବର୍ଷା ହେଉଥିଲା।

ଚର୍ତୁଧା ବିଗ୍ରହ ରଘୁନାଥ ଜୀଉ ମଠରେ ଏକ ମାସ ରହିବା ପରେ ପବିତ୍ର ମାଘ ସପ୍ତମୀ ତିଥୀ ୧୯୮୮ ମସିହା ଜାନୁଆରି ୨୪ରେ ମହାପ୍ରଭୂ ପଦ୍ମଶ୍ରୀ ଶ୍ରୀଶ୍ରୀ ସଦାଶିବ ରଥ ଶର୍ମାଙ୍କର ପ୍ରତ୍ୟେକ୍ଷ ତତ୍ୱାବଧାନରେ ନ୍ୟାସ, ପ୍ରତିଷ୍ଠିତ ହୋଇ ରତ୍ନ ସିଂହାସନରେ ବିଜେ କରିଥିଲେ।

ଶ୍ରୀଶ୍ରୀ ଜଗନ୍ନାଥ ମନ୍ଦିର ଶ୍ରୀକ୍ଷେତ୍ର ପୁରୀର ପଣ୍ଡିତ ତଥା ଜଗନ୍ନାଥ ମନ୍ଦିର ଗବେଷକ ସଦାଶିବ ରଥ ଶର୍ମା ତାଙ୍କର ସାଥି ପୁରୀର ପଣ୍ଡିତ ଏବଂ ସ୍ଥାନୀୟ ପଣ୍ଡିତ ନାରାୟଣ ଷଡ଼ଙ୍ଗୀ ଦ୍ୱାରା ମନ୍ଦିର ପ୍ରତିଷ୍ଠା ହୋଇଥିଲା, ପ୍ରତିଷ୍ଠା ଦିନରୁ ପ୍ରଧାନ ପୂଜକ ନାରାୟଣ ଷଡ଼ଙ୍ଗୀ ଏବଂ ସହକାରୀ ପୂଜକ କାଳନ୍ଦୀ ଦାଶ (ପୋଖରୀଆ ଗ୍ରାମ) ଠାକୁରଙ୍କର ମହାପ୍ରସାଦ ରୋଷେଇ ନିମନ୍ତେ କରୁଣାକର ପଣ୍ଡା, ଉପ ପୂଜକ ଭାବେ ପ୍ରଧାନ ପୂଜକଙ୍କ ପୁତ୍ର ସେବା କରି ଆସୁଥିଲେ, ମନ୍ଦିର ପ୍ରତିଷ୍ଠା ପରେ ପ୍ରସନ୍ନ ଷଡ଼ଙ୍ଗୀଙ୍କୁ ମନ୍ଦିରର ବିଶେଷ ପର୍ବ ପର୍ବାଣି ନୀତିକାନ୍ତି ତଥା ରଥ ଯାତ୍ରାର ନିୟମ ପୂଜା ଜାଣିବା ନିମନ୍ତେ ଶ୍ରୀଯୁକ୍ତ କିଶୋର ଚନ୍ଦ୍ର ମିଶ୍ର ପଣ୍ଡିତ ସଦାଶିବ ରଥ ଶର୍ମାଙ୍କ ନିକଟକୁ ପଠାଇଥିଲେ।

ସେଠାରେ ଦୀର୍ଘ ତିନି ମାସ ରହି ଠାକୁର ନୀତିକାନ୍ତି ଗୁପ୍ତ ପୂଜା ଇତ୍ୟାଦି ଶିକ୍ଷା ପ୍ରାପ୍ତ ହୋଇ ପ୍ରଥମ ବର୍ଷ ରଥଯାତ୍ରା ସହିତ ପର୍ବ ପର୍ବାଣି ପ୍ରାୟତଃ ୧୯୯୯ ମସିହା ନଭେମ୍ବର ମାସ ପର୍ଯ୍ୟନ୍ତ ସେବା କରି ଆସୁଥିଲେ, ୧୯୯୪/୯୫ ମସିହାରେ କାଳିଆନନାଙ୍କର ମୃତ୍ୟୁ ଲାଭ କଲେ ତାର ପରବର୍ତ୍ତୀ କାଳରେ ଦେବନନା ସହକାରୀ ପୂଜକ ରେ ଯୋଗ ଦେଲେ, ୧୯୯୯ ମସିହା ଡ଼ିସେମ୍ବର ୩୦ ତାରିଖ ପ୍ରଧାନ ପୂଜକ ଙ୍କର ସ୍ୱର୍ଗ ପ୍ରାପ୍ତ ହେଲା, ତାର ପରବର୍ତୀ ତାଙ୍କର ପୁତ୍ର ପ୍ରସନ୍ନ ନନା ବିଭିନ୍ନ କାରଣରୁ ଇସ୍ତଫା ଦେବା ପରେ ସେହିଦିନଠାରୁ ଅଦ୍ୟାବଧି ପର୍ଯ୍ୟନ୍ତ ମହାପ୍ରଭୁ ୧୨ ମାସରେ ୧୩ ଯାତ୍ରାର ନିତୀନିୟମରେ ବନ୍ଧା ହୋଇ ପୂଜିତ ହୋଇ ଆସୁଛନ୍ତି।

ଶ୍ରୀକ୍ଷେତ୍ରର ଅନେକ ନିତୀ ନିୟମ ସହିତ ରାଇରଙ୍ଗପୁର ମହାପ୍ରଭୂଙ୍କର ନିତୀନିୟମ ପ୍ରାୟତଃ ସମାନ ଭାବରେ ପାଳିତ ହୁଏ।

ଏମିତିକି ମହାପ୍ରଭୁଙ୍କର ସ୍ନାନଯାତ୍ରା, ଗୁଣ୍ଡିଚା ଯାତ୍ରା, ଚନ୍ଦନଯାତ୍ରା, ଝୁଲଣ ଦୋଳ ଯାତ୍ରା, କାର୍ତିକ ପୂର୍ଣିମା, ମକର ସଂକ୍ରାନ୍ତି ପର୍ବ ବହୁ ଆଡମ୍ବର ସହକାରେ ପାଳିତ ହୁଏ।

ଶ୍ରୀକ୍ଷେତ୍ରରେ ରଥ ଗଡେ ସେହିଦିନ ମଧ୍ୟ ରାଇରଙ୍ଗପୁର ବଡଦାଣ୍ଡରେ ରଥ ଗଡିଥାଏ।

ଯଦିଅ ତିନି ରଥ ପରିବର୍ତେ ଏକ ୩୩ ଫୁଟ୍ ଉଚ୍ଚ ପରିମିତ ଭବ୍ୟ, ଦିବ୍ୟ, ପିତ, ଲୋହିତ ଓ ନୀଳ ଆବରଣ ଯୁକ୍ତ ଅଶ୍ୱ ସାରଥୀ ସଂଯୁକ୍ତ ବିଭିନ୍ନ ବସ୍ତ୍ର ପୁଷ୍ପ ଦିବ୍ୟ ଆଭରଣ ଦ୍ୱାରା ସଂଯୁକ୍ତ ନନ୍ଦିଘୋଷ ରଥ ଅତ୍ୟନ୍ତ ଆକର୍ଷଣ ପୂର୍ବକ ଏହି ଆଦିବାସୀ ଅଧୁ୍ୟଷିତ ଅଂଚଳ ରାଇରଙ୍ଗପୁର ବଡଦାଣ୍ଡରେ ଲକ୍ଷାଧିକ ଭକ୍ତଙ୍କ ଉପସ୍ଥିତରେ ଜାତି ଧର୍ମ ବର୍ଣ ନିର୍ବି ଶେଷରେ ସମଧିକାରରେ ଶ୍ରୀ ଜୀଉ ମାନେ ଗୁଣ୍ଡିଚା ଅଭିମୂଖେ ଯାତ୍ରା କରନ୍ତି।

Rath Yatra: ରଥଯାତ୍ରା ପାଇଁ ଟ୍ରାଫିକ୍‌ ବ୍ୟବସ୍ଥା ଗୁଣ୍ଡିଚା ରଥଯାତ୍ରା ଦୁଇଦିନ ଧରି ଅନୁଷ୍ଠିତ ହେଉଥିବା ବେଳେ ପ୍ରଥମ ଦିନ ପୁରୁଷ ମାନେ ଓ ଦ୍ୱିତୀୟ ଦିନ କେବଳ ମହିଳା ମାନେ ରଥ ଟାଣିଥାନ୍ତି।

ଗୁଣ୍ଡିଚା ମନ୍ଦିରରେ ରଥ ପହଂଚିବା ପରେ ସେହିଦିନ ସନ୍ଧ୍ୟା ସମୟରେ ମହାପ୍ରଭୁ ଧାଡି ପହଣ୍ଡି ହୋଇ ଗୁଣ୍ଡିଚା ମଣ୍ଡପକୁ ବିଜେ କରନ୍ତିି।

ସେଠାରେ ସପ୍ତାହେ ବ୍ୟାପି ମହାପ୍ରଭୁ ଅବସ୍ଥାନ କରନ୍ତି।

ସେ ସମୟରେ ରଥଯାତ୍ରା ସବ୍ କମିଟି ପକ୍ଷରୁ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ହୋଇଥାଏ ଏବଂ ପ୍ରତ୍ୟେକ ଦିନ ଭକ୍ତଙ୍କ ନିମନ୍ତେ ଭିନ୍ନ ଭିନ୍ନ ପ୍ରକାର ପ୍ରସାଦର ବ୍ୟବସ୍ଥା କରାଯାଇଥାଏ।

ମହାପ୍ରଭୂ ବିଭିନ୍ନ ବେଶ ମଧ୍ୟ ଧାରଣ କରିଥାନ୍ତି।

ଏଠାରେ ଏକ ବିଶେଷ ଆକର୍ଷଣ ଗୁଣ୍ଡିଚା ମନ୍ଦିରରେ ବିପତ୍ତ ତାରିଣୀ ବ୍ରତ ଦିନ ଲକ୍ଷାଧିକ ମହିଳା ଭକ୍ତଙ୍କ ସମାଗମ ହୋଇଥାଏ।

ସେମାନେ ଅତି ଆନନ୍ଦର ସହକାରେ ଭୋଗରାଗ ଲଗାଇ ମହପ୍ରଭୁଙ୍କ ନିକଟରେ ବ୍ରତ ପାଳନ କରିବା ସହିତ ପ୍ରସାଦ ସେବନ କରିଥାନ୍ତି।  (ଉପରୋକ୍ତ ସମସ୍ତ ତଥ୍ୟ ଦେବବ୍ରତ ରଥ ମହାପାତ୍ର ଓ ପ୍ରସନ୍ନ କୁମାର ଷଡ଼ଙ୍ଗୀଙ୍କ ଠାରୁ ହସ୍ତଗତ ହୋଇଛି) "

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।