Migrant Return: ଦାଦନ ଫେରନ୍ତାଙ୍କ ସକାରାତ୍ମକ ସନ୍ଦେଶ: ଅନ୍ତ୍ୟୋଦୟରେ ଶ୍ରମିକ ପରିବାର ସାମିଲ, ନର୍ସିଂ ପଢ଼ିବେ ବବିତା
ପ୍ରବୀଣ କୁମାର ପୁରୋହିତ
ପାଟଣାଗଡ଼: ଦାଦନ ଚାଲାଣ ଓ ନିର୍ଯାତନା ଘଟଣାରେ ବଲାଙ୍ଗୀରଜିଲ୍ଲା ସବୁବେଳେ ଅପବାଦ ମୁଣ୍ଡାଇଛି। ଫେରନ୍ତା ଦାଦନ ଶ୍ରମିକଙ୍କ ପାଇଁ ସରକାରୀ ଯୋଜନା କାର୍ଯ୍ୟକାରୀ ହେଉନଥିବା ଦର୍ଶାଇ ସମାଲୋଚନା ମଧ୍ୟ କରାଯାଉଛି। ହେଲେ ତା’ ଭିତରେ ବି କିଛି ଖବର ସକାରାତ୍ମକ ସନ୍ଦେଶ ଦେଉଛି। ସେମିତି ଏକ ଭଲ ଖବର ଆସିଛି ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲ ବ୍ଲକ୍ ଦମାଇପାଲି ପଞ୍ଚାୟତର ଲଛିମାଲ ଗାଁରୁ।
Development Project: ୪୦ କୋଟିରୁ ଅଧିକ ପ୍ରକଳ୍ପର ଶିଳାନ୍ୟାସ, ଉଦ୍ଘାଟନ କଲେ ବିଧାୟକ
ଲଛିମାଲ ଗାଁର ଟଙ୍କା ସୁନା, ସୁରେଶ ସୁନା, ଭୁବନ ମହାନନ୍ଦ, ଗଣେଶ କୁମ୍ଭାର, ରାମଦାସ ସୁନାଙ୍କ ପରିବାର ୨୦୨୫ ମସିହାରେ ତାମିଲନାଡୁକୁ ଦାଦନ ଖଟିବାକୁ ଯାଆନ୍ତି। ସେଠାରେ ବେଠି ଖଟିବା ସହ ମାଲିକଠାରୁ ଅକଥନୀୟ ନିର୍ଯାତନାର ଶିକାର ହୁଅନ୍ତି। ଦି ଓଳି ପେଟପୂରା ଖାଇବାକୁ ମିଳେନି। କାହାର ଦେହ ଖରାପ ହେଲେ ଔଷଧ ବି ଦିଏନି ଇଟାଭାଟି ମାଲିକ। ୩ ମାସ ଧରି କଷ୍ଟରେ କାମ କଲା ପରେ ସେମାନଙ୍କୁ ଉଦ୍ଧାର କରିବାକୁ ରାଜ୍ୟ ସରକାରଙ୍କୁ ଗୁହାରି କରନ୍ତି। ସରକାରଙ୍କ ଉଦ୍ୟମରେ ଶ୍ରମ ବିଭାଗ ୫ଟି ପରିବାରକୁ ତାମିଲନାଡୁ ସରକାରଙ୍କ ସହାୟତାରେ ଉଦ୍ଧାର କରନ୍ତି। ତାମିଲନାଡୁ ସରକାର ସେମାନଙ୍କୁ ବନ୍ଧକ ଶ୍ରମିକ ପ୍ରମାଣପତ୍ର ଦେବା ସହ ଜଣପିଛା ୩୦ ହଜାର ଟଙ୍କା ଦିଅନ୍ତି। ଉଦ୍ଧାର ହୋଇ ଶ୍ରମିକ ପରିବାର ଗାଁକୁ ଫେରିବା ପରେ ତିନି ପରିବାରକୁ ଅନ୍ତ୍ୟୋଦୟ ଗୃହ ନିର୍ମାଣ ଯୋଜନାରେ ଅନ୍ତର୍ଭୁକ୍ତ କରାଯାଏ। ପରିବାର ପିଛା ଘର ନିର୍ମାଣ ପାଇଁ ୧ ଲକ୍ଷ ୨୦ ହଜାର ଟଙ୍କା ମିଳେ। ସେମାନେ ନିଜ ଘର ନିର୍ମାଣ କରୁଥିବା ବେଳେ ସମସ୍ତ ପରିବାର ମୁହଁରେ ହସ ଭରି ଦେଇଛନ୍ତି ସରକାର। କେବଳ ସେତିକି ନୁହେଁ, ଲଛିମାଲର ଏହି ୫ ବନ୍ଧକ ପରିବାର ଭିତରେ ଜଣେ ମେଧାବୀ ଛାତ୍ରୀ ବବିତା ସୁନାଙ୍କ କାହାଣୀ ଭିନ୍ନ।
Horoscope 2026 July 16: ଜାଣନ୍ତୁ ଆଜିର ରାଶିଫଳ
ମାଟ୍ରିକ୍ରେ ପ୍ରଥମ ଶ୍ରେଣୀରେ ପାସ୍ କରିଥିଲେ ସୁଦ୍ଧା ରୋଗିଣା ଭାଇର ଅପରେସନ୍ ଓ ପରିବାରର ପେଟପାଟଣା ପାଇଁ ସେ ଦାଦନ ଯିବାକୁ ବାଧ୍ୟ ହୁଅନ୍ତି। ସେ ମଧ୍ୟ ଇଟାଭାଟିରେ ଅନେକ ନିର୍ଯାତନାର ଶିକାର ହୁଅନ୍ତି। ହେଲେ ଆଜି ବଦଳି ଯାଇଛି ସ୍ଥିତି। ଗାଁରେ ସେମାନେ ମିଶି ଗଠନ କରିଛନ୍ତି ଶ୍ରମ ବାହିନୀ ଅନୁଷ୍ଠାନ। ବଲାଙ୍ଗୀର ଜିଲ୍ଲା ସହ ଦାଦନ ପ୍ରଭାବିତ ଅନ୍ୟ ଜିଲ୍ଲାକୁ ଯାଇ ଶ୍ରମିକମାନଙ୍କୁ ଦାଦନ ନଯିବା ଲାଗି କରୁଛନ୍ତି ସଚେତନ। ସେହିପରି ଶ୍ରମବାହିନୀ ପ୍ରଚେଷ୍ଟାରେ ନର୍ସିଂ ଶିକ୍ଷାରେ ବବିତାଙ୍କ ନାମ ଲେଖାଯାଇଛି। ସେମାନେ ଦାଦନର ଦୁଃଖକୁ ହୃଦୟଙ୍ଗମ କରିଛନ୍ତି। ବୁଝିଛନ୍ତି କେମିତି ନିର୍ଯାତନା ମିଳେ। ତେଣୁ ସରକାରଙ୍କ ଅନେକ ଯୋଜନା ବିଷୟରେ ଲୋକଙ୍କୁ ସଚେତନ କରୁଛୁ ବୋଲି କହିଛନ୍ତି ନର୍ସିଂ ଛାତ୍ରୀ ବବିତା।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।