MamataBanarjee: ସେମାନେ ଆମ ‌ନେତାଙ୍କୁ ଧମକାଉଛନ୍ତି: ମମତା

Jul 15, 2026 - 21:25
MamataBanarjee: ସେମାନେ ଆମ ‌ନେତାଙ୍କୁ ଧମକାଉଛନ୍ତି: ମମତା

"କୋଲକାତା: ପଶ୍ଚିମବଙ୍ଗର ପୂର୍ବତନ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଘନିଷ୍ଠ ସହଯୋଗୀ ମଦନ ମିତ୍ର ଆଜି ଋତବ୍ରତ ବାନାର୍ଜୀଙ୍କ ନେତୃତ୍ବାଧୀନ ବିଦ୍ରୋହୀ ତୃଣମୂଳ ଗୋଷ୍ଠୀରେ ଯୋଗ ଦେବା ପରେ ମମତା ଆଜି ଏକ ‌ଫେସବୁକ୍‌ ଲାଇଭ୍‌ରେ ଆସି ଏଥିପାଇଁ ବିଜେପିକୁ ଦାୟୀ କରିଛନ୍ତି।

ବିଜେପିର ଚାପ କୌଶଳକୁ ମମତା ନିନ୍ଦା କରିଛନ୍ତି।

ମମତା କହିଛନ୍ତି, ଆମକୁ ହରାଇ ଦିଆଯାଉଛି।

ମୁଁ ପୁଲିସକୁ ସମ୍ମାନ ଦେଉଛି।

କିନ୍ତୁ ସେମାନେ ବିଜେପି କର୍ମୀଙ୍କ ନିର୍ଦ୍ଦେଶରେ କାମ କରି ଆମ ନେତାଙ୍କୁ ଧମକ ଦେଉଛନ୍ତି।

ସେମାନେ କହୁଛନ୍ତି ବିଜେପିରେ ଯୋଗ ଦିଅ ନଚେତ୍‌ ଅନ୍ୟ ଗୋଷ୍ଠୀରେ ଯୋଗ ଦିଅ।

ନହେଲେ ସେମାନେ ଜେଲ୍‌କୁ ପଠାଇବାର ଧମକ ଦେଉଛନ୍ତି।Advertisment ଆହୁରି ପଢନ୍ତୁ: E20: ଇ-୨୦ ଇନ୍ଧନକୁ ନେଇ ଗଡ଼କରୀଙ୍କ ବିରୋଧରେ ଆପତ୍ତିଜନକ ଭିଡିଓ: ୪ ସୋସିଆଲ ମିଡିଆ ପ୍ରଭାବକଙ୍କ ବିରୋଧରେ ମାମଲା ଯଦି ମୁଁ ଏହା କରିଥାନ୍ତି ତେବେ ଆମେ ଆଜି ଏହି ଦିନ ଦେଖିନଥାନ୍ତୁ।

କିନ୍ତୁ ମୁଁ ମୋ ବିବେକ ବିକ୍ରି କରିନି।

ମମତା କହିଛନ୍ତି, ମୋ ଦଳର ଚିହ୍ନ ଅଧୀନରେ ଏହି ଲୋକଙ୍କୁ ଭୋଟ୍‌ ଦେଇଥିବା ଲୋକମାନଙ୍କୁ ମୁଁ କ୍ଷମା ମାଗୁଛି।

ମମତା ତାଙ୍କ ନିଜକୁ ମିଳିଥିବା ଧମକ ନେଇ ମଧ୍ୟ ବର୍ଷିଛନ୍ତି।

ମମତା କହିଛନ୍ତି, ବିଜେପି କହୁଛି ମୁଁ ହୃଦ୍‌ଘାତରେ ମରିବି।

କିନ୍ତୁ ମୁଁ ଏଠାରେ ତାଙ୍କର ଶେଷ ଦେଖିବା ପାଇଁ ରହିଛି।

ମୁଁ ଲୋକଙ୍କ ଭଲପାଇବାରେ ରହିବି ଓ ଲୋକଙ୍କ ପାଇଁ ଲଢ଼ିବି।

ମୋ ପାଖରେ ଥିବା କର୍ମୀ ମୋପାଇଁ ଯଥେଷ୍ଟ ବୋଲି ସେ କହିଛନ୍ତି।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।