Editorial: ଜ୍ଞାନ ଭଣ୍ଡାର
"ସର୍ଭିସେସ୍ ରପ୍ତାନିରେ ଏଇ ଅଭିବୃଦ୍ଧି ଧାରାକୁ ଅବ୍ୟାହତ ରଖିବା ବର୍ତ୍ତମାନ ଆମ ସରକାର ଓ ନୀତିନିର୍ଦ୍ଧାରକମାନଙ୍କର ମୁଖ୍ୟ ଦାୟିତ୍ବ ହେବା ଉଚିତ।
ଉପସ୍ଥିତ ଆନ୍ତର୍ଜାତିକ ଅସ୍ଥିରତାକୁ ଦୃଷ୍ଟିରେ ରଖି ଏଥିରେ ବିବିଧତାର ପ୍ରବେଶକୁ ପ୍ରୋତ୍ସାହନ ପ୍ରଦାନ ଓ ମୂଲ୍ୟ ଶୃଙ୍ଖଳରେ ଆରୋହଣ ମଧ୍ୟ ଆମ ପାଇଁ ବିଶେଷ ଗୁରୁତ୍ବ ବହନ କରିଥାଏ।Advertisment Rath Yatra: ରାଇରଂଗପୁର ରଥଯାତ୍ରାରେ ଦିନେ ଲେଖାଁଏ ରଥ ଟାଣନ୍ତି ପୁରୁଷ ଓ ମହିଳା ଭାରତକୁ ବିଶ୍ବଗୁରୁ ରୂପେ ପ୍ରଦର୍ଶିତ କରାଯିବା ନିୟମିତ ଭାବରେ ଅନେକ ସମାଲୋଚକମାନଙ୍କ ଦ୍ବାରା ଏକ ବ୍ୟଙ୍ଗବିଦ୍ରୂପର ବିଷୟବସ୍ତୁ ରୂପେ ବ୍ୟବହୃତ ହୋଇ ଆସୁଥିଲେ ହେଁ, ଅନ୍ତତଃ ଗୋଟିଏ ଇଲାକାରେ ଏହାର ପ୍ରମାଣକୁ ଚରମ ଭାରତ-ବିରୋଧୀମାନେ ମଧ୍ୟ ଅସ୍ବୀକାର କରିପାରିବେ ନାହିଁ।
ତାହା ହେଲା ଭାରତରେ ପୃଥିବୀର ଅଧିକାଂଶ ଛାମୁଆ ବହୁଦେଶୀୟ କଂପାନିମାନଙ୍କ ପାଇଁ ଜ୍ଞାନ ଭଣ୍ଡାର ରୂପେ ବିବେଚିତ ସେମାନଙ୍କର "ବିଶ୍ବ ସାମର୍ଥ୍ୟ କେନ୍ଦ୍ର" ("ଗ୍ଲୋବାଲ୍ କାପାବିଲିଟି େସଣ୍ଟର୍" ବା ସଂକ୍ଷେପରେ "ଜିସିସି")ମାନଙ୍କର ଉପସ୍ଥିତି।ଏକ "ଜିସିସି" ହେଉଛି ଏକ ବହୁଦେଶୀୟ କର୍ପୋରେସନ୍ ("ଏମ୍ଏନ୍ସି") ଦ୍ବାରା ସ୍ଥାପିତ ଏକ କର୍ମସ୍ଥଳୀ ଯେଉଁଠି ସୁଦକ୍ଷ, ବିଶେଷଜ୍ଞ କର୍ମୀମାନେ କଂପାନି ତା"ର ସଫଳ ବ୍ୟବସାୟ ଓ ଉତ୍ତରୋତ୍ତର ଅଭିବୃଦ୍ଧି ପାଇଁ ଆବଶ୍ୟକ କରୁଥିବା ରଣନୈତିକ, ପ୍ରାବିଧିକ ଓ ପରିଚାଳନାଗତ କାର୍ଯ୍ୟମାନ ସଂପାଦନ କରିଥାନ୍ତି।
ସେଠାରେ ସେମାନେ କଂପାନି ପାଇଁ ସୃଷ୍ଟି କରୁଥିବା ବୌଦ୍ଧିକ ସଂପତ୍ତି ("ଇଣ୍ଟେଲେକ୍ଚୁଆଲ୍ ପ୍ରପର୍ଟି") ଚୋରି ନ ହୋଇପାରିବା ଲାଗି ସମସ୍ତ ପ୍ରକାର ନିରାପତ୍ତା ନିଶ୍ଚିତ କରାଯାଇଥାଏ।
ତାତ୍ପର୍ଯ୍ୟପୂର୍ଣ୍ଣ କଥା ହେଲା, ପୃଥିବୀର ଅଗ୍ରଣୀ "ଏମ୍ଏନ୍ସି"ମାନେ ସେମାନଙ୍କର ନିଜ ଦେଶ ବାହାରେ ଯେତିକି ସଂଖ୍ୟକ "ଜିସିସି" ସ୍ଥାପନ କରିଛନ୍ତି, ତାହାର ପ୍ରାୟ ଅର୍ଦ୍ଧେକ ସ୍ଥାପିତ ହୋଇଛି ଭାରତରେ, ଏଠାରେ ଯେଉଁମାନଙ୍କର ସଂଖ୍ୟା ୨,୧୦୦ ଛୁଇଁ ସାରିଲାଣି।
ଗୁରୁତ୍ବପୂର୍ଣ୍ଣ ଭାବରେ ଏଇ "ଜିସିସି"ମାନଙ୍କରେ ନିଯୁକ୍ତ ବିଚକ୍ଷଣ କୁଶଳୀ ଭାରତୀୟ ଯୁବକଯୁବତୀମାନଙ୍କ ସଂଖ୍ୟା ୨.୩ ନିୟୁତ ଅତିକ୍ରମ କରିସାରିଲାଣି ବୋଲି ସୂଚନା ପ୍ରକାଶ ପାଇଲାଣି।ନିକଟ ଅତୀତରେ ଏକ ପ୍ରମୁଖ ସେବା ("ସର୍ଭିସେସ୍") ରପ୍ତାନିକାରୀ ଦେଶ ରୂପେ ଭାରତର ଯେଉଁ ନୂତନ ପରିଚୟ ସୃଷ୍ଟି ହୋଇଛି, ତାହାର ଏକ ପ୍ରମୁଖ ଅବଦାନ ହେଉଛି ଏଇ "ଜିସିସି"ମାନଙ୍କର।
ଏହାର ଏକ ଉଦାହରଣ ସ୍ବରୂପ ଏଠାରେ ଉଲ୍ଲେଖ କରାଯାଇପାରେ ଯେ ୨୦୨୫-୨୬ ବିତ୍ତ ବର୍ଷରେ ଭାରତର ମୋଟ ସେବା ରପ୍ତାନିର ମୂଲ୍ୟ ୪୨୧ ବିଲିଅନ୍ ଡଲାର ହୋଇଥିବା ବେଳେ, "ଜିସିସି"ମାନଙ୍କରୁ ହୋଇଥିବା ରପ୍ତାନିର ଅଂଶ ଏଥିରେ ଥିଲା ୧୬୪ ବିଲିଅନ୍ ଡଲାର ବା ପ୍ରାୟ ୪୦ ଶତାଂଶ ବୋଲି ପ୍ରକାଶ ପାଇଛି।
ଇଞ୍ଜିନିଅରିଙ୍ଗ ଗବେଷଣା ଓ ବିକାଶ ସେବା ("ଆର୍ ଆଣ୍ଡ ଡି" ସର୍ଭିସେସ୍), "ଆଇଟି", "ଆଇଟିଇଏସ୍" ଆଦି ହେଉଛନ୍ତି "ଜିସିସି"ମାନଙ୍କରୁ ହୋଇଥିବା ରପ୍ତାନିର ମୁଖ୍ୟ ଅଂଶ।
ଏହାର ପ୍ରଭାବରେ ଭାରତର ସର୍ଭିସେସ୍ ରପ୍ତାନିରେ ଏବେ ଦେଖାଯାଇଥିବା ଅଭିବୃଦ୍ଧି ଅନେକଙ୍କୁ ଚମତ୍କୃତ କରିଦେଇଛି।
ଉଦାହରଣ ସ୍ବରୂପ ୨୦୨୬-୨୭ ବିତ୍ତ ବର୍ଷର ସଦ୍ୟସମାପ୍ତ ଏପ୍ରିଲ-ଜୁନ୍ ଚଉଠରେ ବାର୍ଷିକ ୬.୨ ଶତାଂଶ ହାରରେ ବୃଦ୍ଧି ଘଟି ତାହା ୧୦୩.୪ ବିଲିଅନ୍ ଡଲାର ହୋଇଥିଲା।
ସମଗ୍ର ୨୦୨୬-୨୭ ବିତ୍ତ ବର୍ଷରେ ଏଇ ବୃଦ୍ଧି ହାରରେ ଆହୁରି ଉନ୍ନତି ଦେଖାଦେଇ ତାହା ୧୧.୬ ଶତାଂଶ ହେବ ଓ ମୋଟ ସର୍ଭିସେସ୍ ରପ୍ତାନି ୪୭୦ ବିଲିଅନ୍ ଡଲାର ଅତିକ୍ରମ କରିବ ବୋଲି ପୂର୍ବାନୁମାନ ପ୍ରକାଶ ପାଇଛି।
ଏହା ନିଶ୍ଚିତ ରୂପେ ସରକାର ନିକଟ ଭବିଷ୍ୟତରେ ରପ୍ତାନି ଏକ ଟ୍ରିଲିଅନ୍ ଡଲାର ସ୍ପର୍ଶ କରିବାକୁ େଯଉଁ ଲକ୍ଷ୍ୟ ସ୍ଥାପନ କରିଛନ୍ତି, ତାହା ହାସଲ ହେବାରେ ସହାୟକ ହେବ।ସର୍ଭିସେସ୍ ରପ୍ତାନି ଅଭିବୃଦ୍ଧିର ଇଞ୍ଜିନ ଭଳି ହୋଇଥିବା ବେଳେ ଭାରତର ବାହ୍ୟ ଏକାଉଣ୍ଟର ଏକ ଗୁରୁତ୍ବପୂର୍ଣ୍ଣ ଅଂଶ ହୋଇଥାଏ।
ଭାରତର ମୋଟ ଜାତୀୟ ଉତ୍ପାଦ ବା "ଜିଡିପି"ରେ ସର୍ଭିସେସ୍ ରପ୍ତାନି ଯେ ଏକ କ୍ରମବର୍ଦ୍ଧିଷ୍ଣୁ ପ୍ରଭାବ ବିସ୍ତାର କରିଚାଲିଛି, ତାହା ନିମ୍ନୋକ୍ତ ପରିସଂଖ୍ୟାନରୁ ସାବ୍ୟସ୍ତ ହୋଇଥାଏ।
କୋଭିଡ୍ ପାଣ୍ଡେମିକ୍ ପୂର୍ବବର୍ତ୍ତୀ ସମୟ ୨୦୧୬-୨୦ ବିତ୍ତ ବର୍ଷ ମଧ୍ୟରେ "ଜିଡିପି"ରେ ସର୍ଭିସେସ୍ ରପ୍ତାନିର ଅଂଶ ୭.୪ ଶତାଂଶ ହୋଇଥିବା ବେଳେ ୨୦୨୩-୨୫ ବିତ୍ତ ବର୍ଷ ମଧ୍ୟରେ ତାହା ବୃଦ୍ଧି ପାଇ ହୋଇଥିଲା ୯.୭ ଶତାଂଶ, ଯାହା ୨୦୨୫-୨୬ ବିତ୍ତ ବର୍ଷରେ ହୋଇଛି ୧୦.୭ ଶତାଂଶ।
ସର୍ଭିସେସ୍ ବାଣିଜ୍ୟରେ ଆମର ବଳକାରେ ଉନ୍ନତି ଘଟିବାର ଏକ ସୁଫଳ ସ୍ବରୂପ ଆମର ସାମଗ୍ରିକ ବହିର୍ବାଣିଜ୍ୟ ଅର୍ଥାତ୍ ଉଭୟ ଦ୍ରବ୍ୟ ଓ ସେବା ଆମଦାନି ରପ୍ତାନି ହିସାବ ଖାତାରେ ଆମେ ସମ୍ମୁଖୀନ ହେଉଥିବା ନିଅଣ୍ଟରେ ସଂକୋଚନ ଘଟୁଛି।
ଏହାଦ୍ବାରା ଆମର କରେଣ୍ଟ ଏକାଉଣ୍ଟରେ ଅସନ୍ତୁଳନ ସହନୀୟ ସ୍ତରରେ ରହିପାରୁଛି।
Rath Yatra 2026: ଭକ୍ତିରେ ଉଛୁଳିଲା ବଡଦାଣ୍ଡ; ସାଆନ୍ତଙ୍କ ଅପେକ୍ଷାରେ ଭକ୍ତ ଏହା ଆମ ପାଇଁ ଆଶ୍ବସ୍ତି ସୃଷ୍ଟି କରୁଥିବା ବେଳେ ଆମ ପାଇଁ ଯାହା ଚିନ୍ତାଜନକ ହୋଇଥାଏ, ତାହା ହେଲା ଏ କ୍ଷେତ୍ରରେ ଅନୁଭୂତ ହେଉଥିବା ନୀତିଗତ ଅସ୍ଥିରତା ଏବଂ ବୃଦ୍ଧି ପାଇଚାଲିଥିବା ଆନ୍ତର୍ଜାତିକ ପ୍ରତିଯୋଗିତା।
ବିଗତ ବିତ୍ତ ବର୍ଷରେ ଏଥିଯୋଗୁଁ ସର୍ଭିସେସ୍ ରପ୍ତାନିରେ କିଛି ମାତ୍ରାରେ ଶିଥିଳତା ଦେଖାଦେଇଥିଲା।
ତଥାପି ଭାରତୀୟ ଅର୍ଥନୀତିରେ ସର୍ଭିସେସ୍ ରପ୍ତାନି ଦଖଲ କରିଥିବା ଗୁରୁତ୍ବପୂର୍ଣ୍ଣ ସ୍ଥାନ ଯେଉଁଥି ପ୍ରତି ଆମର ଦୃଷ୍ଟି ଆକର୍ଷଣ କରିଥାଏ, ତାହା ହେଲା ଭାରତୀୟ ଅର୍ଥନୀତି ଚରିତ୍ରରେ ଘଟି ଚାଲିଥିବା ଦ୍ରୁତ ପରିବର୍ତ୍ତନ, ଯାହା କ୍ରମେ ଏକ ଜ୍ଞାନଭିତ୍ତିକ ଅର୍ଥନୀତିରେ ପରିଣତ ହେବାକୁ ଲାଗିଛି।
ଏହାର ଏକ ପ୍ରମାଣ ସ୍ବରୂପ ଭାରତର ସର୍ଭିସେସ୍ ରପ୍ତାନିର ପ୍ରାୟ ଅର୍ଦ୍ଧେକ ହେବା ଦେଖାଯାଉଛି ଏକ ସଂପୂର୍ଣ୍ଣ ରୂପେ ଜ୍ଞାନଭିତ୍ତିକ ସେବା- ସଫ୍ଟୱେଆର୍ ସର୍ଭିସେସ୍। "ଆର୍ ଆଣ୍ଡ ଡି", ପେସାଭିତ୍ତିକ ସେବା ଓ ମ୍ୟାନେଜମେଣ୍ଟ କନ୍ସଲ୍ଟାନ୍ସି ଆଦି ଭଳି ବ୍ୟବସାୟ ସେବାର ରପ୍ତାନିରେ ମଧ୍ୟ କ୍ରମିକ ବୃଦ୍ଧି ଘଟିବା ପରିଲକ୍ଷିତ ହେଉଛି।
୨୦୧୪ରେ ଏଗୁଡ଼ିକର ମିଳିତ ଅଂଶ ୧୯ ଶତାଂଶ ହୋଇଥିବା ବେଳେ ୨୦୨୫-୨୬ ବିତ୍ତ ବର୍ଷରେ ତାହା ୨୯.୪ ଶତାଂଶକୁ ବୃଦ୍ଧି ପାଇବା ଦେଖାଯାଇଛି।ସର୍ଭିସେସ୍ ରପ୍ତାନିରେ ଏଇ ଅଭିବୃଦ୍ଧି ଧାରାକୁ ଅବ୍ୟାହତ ରଖିବା ବର୍ତ୍ତମାନ ଆମ ସରକାର ଓ ନୀତିନିର୍ଦ୍ଧାରକମାନଙ୍କର ମୁଖ୍ୟ ଦାୟିତ୍ବ ହେବା ଉଚିତ।
ଉପସ୍ଥିତ ଆନ୍ତର୍ଜାତିକ ଅସ୍ଥିରତାକୁ ଦୃଷ୍ଟିରେ ରଖି ଏଥିରେ ବିବିଧତାର ପ୍ରବେଶକୁ ପ୍ରୋତ୍ସାହନ ପ୍ରଦାନ ଓ ମୂଲ୍ୟ ଶୃଙ୍ଖଳରେ ଆରୋହଣ ମଧ୍ୟ ଆମ ପାଇଁ ବିଶେଷ ଗୁରୁତ୍ବ ବହନ କରିଥାଏ।
ଭାରତରେ "ଜିସିସି"ମାନଙ୍କର ଏଭଳି ଉପସ୍ଥିତି ସତ୍ତ୍ବେ ଏହା ମଧ୍ୟ ପ୍ରଣିଧାନଯୋଗ୍ୟ ଯେ ପୃଥିବୀର ଫର୍ଚୁନ୍ ଗ୍ଲୋବାଲ୍ ୨୦୦୦ ତାଲିକାଭୁକ୍ତ ପ୍ରମୁଖ କଂପାନିମାନଙ୍କ ମଧ୍ୟରୁ ପ୍ରାୟ ଦୁଇ-ତୃତୀୟାଂଶ କଂପାନି ଏବେ ମଧ୍ୟ ଭାରତରେ ସେମାନଙ୍କର "ଜିସିସି" ସ୍ଥାପନ କରିନାହାନ୍ତି।
ସେମାନଙ୍କୁ ଯଦି ଆକର୍ଷିତ କରିବାରେ ଭାରତ ସଫଳ ହୁଏ, ତେବେ ଭାରତ ବାସ୍ତବରେ ଶିଳ୍ପବାଣିଜ୍ୟ ଜଗତରେ ଆଧୁନିକ ପୃଥିବୀର ଜ୍ଞାନ ଭଣ୍ଡାରରେ ପରିଣତ ହୋଇଯିବ।
ଏହା ତା"ର "ବିଶ୍ବଗୁରୁ" ବୋଲାଇବା ଦାବିକୁ ଯଥାର୍ଥ ପ୍ରମାଣିତ କରିବ।"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।