30 JUNE 2026

Welcome!

Unlock your personalized experience.
Sign Up

Rath Khala Update : ରଥରେ ଲାଗିଲା ଧୂଳିଦଣ୍ଡା, ଚକା ବେଦି ପଛରେ ରହିବ ପ୍ରଭା

Jun 30, 2026 - 12:08
Rath Khala Update : ରଥରେ ଲାଗିଲା ଧୂଳିଦଣ୍ଡା, ଚକା ବେଦି ପଛରେ ରହିବ ପ୍ରଭା

ପୁରୀ,୩୦/୦୯: ସୋମବାର ରଥରେ ଧୂଳିଦଣ୍ଡା ଲାଗିଛି । ନିର୍ମାଣକାରୀମାନେ ଚଉଦନାହାକାରେ ୨ଟି ଧୂଳିଦଣ୍ଡା ଲଗାଇଛନ୍ତି । ଧଉରା କାଠରେ ନିର୍ମିତ ଗୋଲାକାର ପ୍ରାୟ ୧୦ ଫୁଟ ଲମ୍ବର ସ୍ୱତନ୍ତ୍ର ଶୈଳୀରେ ନିର୍ମିତ ଏହି ରଥାଂଶ ଲୁହା କଣ୍ଟାରେ ଲଗାଗଲା । ଏଥିରେ ଲାଗିବ ପ୍ରଭା । ଚକା ବେଦି ପଛରେ ରହିବ ପ୍ରଭା । ଚକା ସିଂହାସନରେ ଅବସ୍ଥାନ କରି ପ୍ରଭାକୁ ଆଉଜି ରହିବେ ଦାରୁବ୍ରହ୍ମ । ଅଭିଜ୍ଞ ବିଶ୍ୱକର୍ମାଙ୍କ ପରାମର୍ଶକ୍ରମେ ଭୋଇ ସେବକମାନେ ବିଶ୍ୱକର୍ମାଙ୍କୁ ସହଯୋଗ କରୁଛନ୍ତି ।

ଅଧିକ ପଢ଼ନ୍ତୁ :-  ଅଣସର ଘରେ ଠାକୁର, ନିସ୍ତବ୍ଧ ଶ୍ରୀମନ୍ଦିର: ସ୍ନାନ ପରେ ଜ୍ୱରରେ ପୀଡ଼ିତ ମହାପ୍ରଭୁଙ୍କର ଚାଲିଛି ଗୁପ୍ତ ଉପଚାର, ବିଳମ୍ବିତ ରାତିରେ ବିଜେ କଲେ ପଟିଦିଅଁ

ଚାଳିରେ ରଥ ବ୍ରେକ୍ ନିର୍ମାଣ ଶେଷ ହୋଇଛି । ତିନି ରଥ ପାଇଁ ୩ଟି ନୂତନ ବ୍ରେକ ତିଆରିଛନ୍ତି ବିଶ୍ୱକର୍ମା । ରଥ ଚାରମାଳ ପାଇଁ ମାଲ(ତାଳ ଗଡ଼) କାଟିବା ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ରୂପକାରମାନେ ପ୍ରଭାରେ ଖୋଦେଇ କାର୍ଯ୍ୟ ସାରି ପଲିସ କରୁଛନ୍ତି । ଚିତ୍ରକର ସେବକମାନେ ପାଶ୍ୱର୍ଦେବଦେବୀଙ୍କ ସହ କନ୍ୟା ପଟା, ନାଟ ଗୋଡ଼ରେ ରଙ୍ଗ କାର୍ଯ୍ୟ କରିବା ସହ ରଥରେ ରଙ୍ଗ ଦେଉଛନ୍ତି । ସାରଥି ଓ ଘୋଡ଼ାରେ ରଙ୍ଗ ଦେବା ଜାରି ରହିଛି । କମାର ସେବକମାନେ ଅସ୍ଥାୟୀ କମାର ଶାଳରେ ତିନି ରଥର ଧ୍ୱଜବତା କଣ୍ଟା ଓ ବ୍ରେକ୍ର ବଳା ତିଆରୁଛନ୍ତି । ତାଳଧ୍ୱଜ ରଥ ମୁଖ୍ୟ ବିଶ୍ୱକର୍ମା ନରସିଂହ ମହାପାତ୍ର, ନନ୍ଦିଘୋଷର ମୁଖ୍ୟ ବିଶ୍ୱକର୍ମା ବିଜୟ କୁମାର ମହାପାତ୍ର ଓ ଦେବଦଳନର ମୁଖ୍ୟ ବିଶ୍ୱକର୍ମା ନାରାୟଣ ମହାରଣାଙ୍କ ତତ୍ୱାବଧାନରେ ନିର୍ମାଣ କାର୍ଯ୍ୟ ଜାରି ରହିଛି ।