30 JUNE 2026

Welcome!

Unlock your personalized experience.
Sign Up

Odisha NSAP Pensioners: ଆଧାର ସଂଯୋଗ ବିନା ମିଳିବନି ଭତ୍ତା: ୩.୩୫ ଲକ୍ଷ ହିତାଧିକାରୀଙ୍କ ଆଧାର-ବ୍ୟାଙ୍କ ସଂଯୋଗ ବାକି, ତୁରନ୍ତ ପଦକ୍ଷେପ ନେବାକୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ

Jun 30, 2026 - 08:38
Odisha NSAP Pensioners: ଆଧାର ସଂଯୋଗ ବିନା ମିଳିବନି ଭତ୍ତା: ୩.୩୫ ଲକ୍ଷ ହିତାଧିକାରୀଙ୍କ ଆଧାର-ବ୍ୟାଙ୍କ ସଂଯୋଗ ବାକି, ତୁରନ୍ତ ପଦକ୍ଷେପ ନେବାକୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ

ଭୁବନେଶ୍ୱର,୩୦/୦୬: ବ୍ୟାଙ୍କ ଆକାଉଣ୍ଟରେ ଆଧାର ସଂଯୋଗ ନଥିଲେ ମିଳିବନି ଭତ୍ତା । ଜାତୀୟ ସାମାଜିକ ସହାୟତା କାର୍ଯ୍ୟକ୍ରମ  (ଏନ୍‌ଏସ୍‌ଏପି)ରେ ଭତ୍ତା ପାଉଥିବା  ହିତାଧିକାରୀଙ୍କ ବ୍ୟାଙ୍କ ସହ ଆଧାର ସଂଯୋଗ ବାଧ୍ୟତାମୂଳକ । ଏ ନେଇ  ସମସ୍ତ ଜିଲ୍ଲାପାଳମାନଙ୍କୁ ଆବଶ୍ୟକ ପଦକ୍ଷେପ ନେବାକୁ ରାଜ୍ୟ ସାମାଜିକ  ନିରାପତ୍ତା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗର ପ୍ରମୁଖ ସଚିବ ସୁରେଶ କୁମାର ବଶିଷ୍ଠ ନିର୍ଦ୍ଦେଶ ଦେଇଛନ୍ତି ।

ଶ୍ରୀ ବଶିଷ୍ଠ ଲେଖିଥିବା ଚିଠିରେ  ଉଲ୍ଲେଖ କରିଛନ୍ତି ଯେ, ରାଜ୍ୟର ୩  ଲକ୍ଷ ୩୫ ହଜାର ୮୫୦ ଏନ୍‌ଏସ୍‌ଏପି  ହିତାଧିକାରୀଙ୍କର ହୋଇନି ଆଧାର ସହ ବ୍ୟାଙ୍କ ଆକାଉଣ୍ଟ ସଂଯୋଗ । ତେଣୁ ଏ ଦିଗରେ ତୁରନ୍ତ ପଦକ୍ଷେପ ନେବାକୁ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ତେବେ କିଛି ପେନସନଧାରୀ  ଶଯ୍ୟାଶାୟୀ ହୋଇଥିବାରୁ, ସେମାନଙ୍କର ବ୍ୟାଙ୍କ ଆକାଉଣ୍ଟ ସହ ଆଧାର ସଂଯୋଗ କରିବା ବେଳେ ସମ୍ବେଦନଶୀଳ ହୋଇ ପଦକ୍ଷେପ ନେବାକୁ  ପରାମର୍ଶ ଦିଆଯାଇଛି । ୨୦୨୬-୨୭ ଆଥି ର୍କ  ବର୍ଷରୁ ଏନ୍‌ଏସ୍‌ଏପି ପେନସନ୍‌ ଏସ୍‌ଏନ୍‌ଏ-ସ୍ପର୍ଶ ପ୍ଲାଟଫର୍ମ ମାଧ୍ୟମରେ ଆଧାର ଭିତ୍ତିକ ପେମେଣ୍ଟ  ବ୍ୟବସ୍ଥାରେ ପ୍ରଦାନ କରାଯିବ । ତେବେ ବର୍ତ୍ତମାନ  ଯେଉଁ ଭତ୍ତାଧାରୀମାନେ ଆକାଉଣ୍ଟରେ ଭତ୍ତା ପାଉଛନ୍ତି ।  ଆଧାର ସଂଯୋଗ ନ ହେଲେ ଏସ୍‌ଏନ୍‌ଏ-ସ୍ପର୍ଶ  ପ୍ଲାଟଫର୍ମରେ ପୁରୁଣା ବ୍ୟବସ୍ଥାରେ ଭତ୍ତା ପ୍ରଦାନ  ସମ୍ଭବ ହେବ ନାହିଁ ବୋଲି ଶ୍ରୀ ବଶିଷ୍ଠ ସ୍ପଷ୍ଟ କରିଛନ୍ତି ।  

ଅଧିକ ପଢ଼ନ୍ତୁ :-  Weather Forecast : ଚାଷ ସ୍ଥିତି ସାଂଘାତିକ, ମେଘ ଖୋଜୁଛି ଚାଷୀ, ରାଜ୍ୟରେ ୫୨% ନିଅଣ୍ଟିଆ ବର୍ଷା

ତେବେ ଏହି ଭତ୍ତାଧାରୀଙ୍କ ମଧ୍ୟରୁ ଅନେକ ବୟସ୍କ ଓ  ଶଯ୍ୟାଶାୟୀ ଥିବାରୁ ସେମାନେ ବ୍ୟାଙ୍କକୁ ଯାଇ ଆଧାର  କିମ୍ୱା ବ୍ୟାଙ୍କ ଖାତା ସହ ସଂଯୋଗ କରିପାରୁନାହାନ୍ତି ।  ତେଣୁ ଜିଲ୍ଲା ପ୍ରଶାସନ ସେପରି ହିତାଧିକାରୀଙ୍କୁ ଚିହ୍ନଟ  କରି ସେମାନଙ୍କ ଆଧାର-ବ୍ୟାଙ୍କ ସଂଯୋଗ ସୁନିଶ୍ଚିତ  କରିବାକୁ କୁହାଯାଇଛି । ଫଳରେ ସାମାଜିକ ସୁରକ୍ଷା  ପେନସନ୍‌ ବଣ୍ଟନରେ କୌଣସି ବ୍ୟାଘାତ ନ ଘଟିବ,  ସେ ଦିଗରେ ପଦକ୍ଷେପ ନେବାକୁ କୁହାଯାଇଛି। ଜିଲ୍ଲା  ସମାଜ ସୁରକ୍ଷା ଅଧିକାରୀ (ଡିଏସ୍‌ଏସ୍‌ଓ)ମାନଙ୍କୁ  ଏନ୍‌ଏସ୍‌ଏପି-ପିପିଏସ୍‌ ପୋର୍ଟାଲରେ ଉପଲବ୍ଧ ତଥ୍ୟ  ଆଧାରରେ ଏପରି ଭତ୍ତାଧାରୀଙ୍କୁ ଚିହ୍ନଟ କରିବାକୁ  କୁହାଯାଇଛି । ସେହିପରି ଆଧାର-ବ୍ୟାଙ୍କ ସଂଯୋଗ  ପୂର୍ବରୁ ଆଧାର ସିଡିଂ ଓ ଇ-କେୱାଇସି ପ୍ରକ୍ରିୟାକୁ  ବ୍ଲକ ସ୍ତରରେ ପ୍ରାଥମିକତା ଭିତ୍ତିରେ ସମ୍ପୂର୍ଣ୍ଣ କରିବାକୁ  ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି । କୌଣସି ସମସ୍ୟା  ହେଲେ ଜିଲ୍ଲାର  ବିଭିନ୍ନ ବ୍ଲକରେ ଥିବା ଆଧାର  ସଂଯୋଜକମାନେ ଆବଶ୍ୟକ ସହଯୋଗ କରିବେ  ବୋଲି ଚିଠିରେ ଉଲ୍ଲେଖ ରହିଛି।