Asian Games 2026: ଏସିଆନ ଗେମ୍ସ ପାଇଁ ଭାରତୀୟ ଦଳ ଘୋଷଣା; ୨ ପରିବର୍ତ୍ତନ, ହରମନଙ୍କ କାନ୍ଧରେ ଗୋଲ୍ଡ ରକ୍ଷା ଦାୟିତ୍ୱ
ନୂଆଦିଲ୍ଲୀ,୩୦/୦୬; ଏସୀୟ କ୍ରୀଡା ପାଇଁ ଭାରତୀୟ ସ୍କ୍ୱାଡ ଘୋଷଣା ହୋଇଛି । ଆସନ୍ତା ସେପ୍ଟେମ୍ବରରେ ହେବାକୁ ଥିବା ଏସିଆନ୍ ଗେମ୍ସ ପାଇଁ ୧୫ ଜଣିଆ ମହିଳା ଭାରତୀୟ ଦଳ ଘୋଷଣା ହୋଇଛି । ମହିଳା ଟି-ଟ୍ୱେଣ୍ଟି ବିଶ୍ୱକପ ସେମିରୁ ବିଦା ହେବା ପରେ ଏବେ ଏସିଆନ ଗେମ୍ସରେ ସ୍ୱର୍ଣ୍ଣ ପଦକ ପାଇଁ ଲଢିବେ ଭାରତୀୟ ମହିଳା ଦଳ । ହରମନପ୍ରୀତଙ୍କ କାନ୍ଧରେ ଗୋଲ୍ଡ ରକ୍ଷା ଦାୟିତ୍ୱ ରହିଛି । ସ୍ମୃତି ମାନ୍ଧନା ଉପ-ଅଧିନାୟିକା ଦାୟିତ୍ୱ ତୁଲାଇବେ । ଦଳରେ ୨ଟି ପରିବର୍ତ୍ତନ ହୋଇଛି । ୱିକେଟ୍ କିପର ବ୍ୟାଟର ଯାସ୍ତିକା ଭାଟିଆ ଟି-ଟ୍ୱେଣ୍ଟି ମହିଳା ବିଶ୍ୱକପ ଖେଳୁଥିଲେ କିନ୍ତୁ ଏସିଆ ଗେମ୍ସ ପାଇଁ ତାଙ୍କୁ ସ୍ଥାନ ମିଳିନାହିଁ । ସେହିପରି ଆହତ ଶ୍ରେୟାଙ୍କା ପାଟିଲଙ୍କ ସ୍ଥାନରେ ଡେବ୍ୟୁ କରିଥିବା ପ୍ରେମା ରାୱତଙ୍କୁ ଏସୀଆ କ୍ରୀଡାରୁ ବାଦ ଦିଆଯାଇଛି । ସେପ୍ଟେମ୍ବରରେ ଜାପାନର ଆଇଚି-ନାଗୋୟାରେ ହେବାକୁ ଥିବା ଏସୀୟ କ୍ରୀଡାରେ ଡିଫେଣ୍ଡି ଚାମ୍ପିଅନ ଭାବେ ପ୍ରବେଶ କରିବ ଭାରତ ।
ଏହା ବି ପଢନ୍ତୁ...Shashank Singh: ଅଡୁଆରେ IPL ଷ୍ଟାର ଶଶାଙ୍କ ଏବଂ IPS ବାପା, ଖାଇବା ସ୍ୱାଦ ନହେବାରୁ କୁକ୍ଙ୍କୁ ପିଟିଥିବା ଅଭିଯୋଗ
🚨 News 🚨
— BCCI Women (@BCCIWomen) June 30, 2026
India Women's squad announced for the 2026 #AsianGames in September.
More Details ▶️ https://t.co/JagEsizajH#TeamIndia pic.twitter.com/jJGddVSr17
ଏସିଆନ ଗେମ୍ସ ଭାରତୀୟ ଦଳ- ହରମନପ୍ରୀତ କୌର (ଅଧିନାୟିକା), ସ୍ମୃତି ମାନ୍ଧନା (ଉପ-ଅଧିନାୟିକା), ଶେଫାଳି ବର୍ମା, ଜେମିମା ରୋଡ୍ରିଗ୍ସ, ଦିପ୍ତୀ ଶର୍ମା, ରିଚା ଘୋଷ (ୱିକେଟ୍ କିପର), ଜି.କମଳିନୀ (ୱିକେଟ୍ କିପର), ଭାରତୀ ଫୁଲମାଲି, ଶ୍ରୀ ଚରଣୀ, ରେଣୁକା ସିଂହ ଠାକୁର, କ୍ରାନ୍ତି ଗୌଡ଼, ଅନୁନ୍ଧତୀ ରେଡ୍ଡୀ, ଶ୍ରେୟଙ୍କା ପାଟିଲ, ରାଧା ଯାଦବ, ନନ୍ଦୀନି ଶର୍ମା ।