06 JUNE 2026

Welcome!

Unlock your personalized experience.
Sign Up

Rape: ଚଳନ୍ତା କାର୍ ଭିତରେ ନାବାଳିକାକୁ ଗଣଦୁଷ୍କର୍ମ: ୫ ଜଣ ଗିରଫ

Jun 03, 2026 - 22:03
Rape: ଚଳନ୍ତା କାର୍ ଭିତରେ ନାବାଳିକାକୁ ଗଣଦୁଷ୍କର୍ମ: ୫ ଜଣ ଗିରଫ

ଗୁଆହାଟୀ: ଆସାମର ବିଶ୍ୱନାଥ ଜିଲ୍ଲାର ଜଣେ ୧୫ ବର୍ଷୀୟା ନାବାଳିକାକୁ ଚଳନ୍ତା ଗାଡ଼ିରେ ଅନେକ ମାସ ଧରି ବାରମ୍ବାର ଗଣଦୁଷ୍କର୍ମ କରିବା ଅଭିଯୋଗରେ ପାଞ୍ଚ ଜଣ ବ୍ୟକ୍ତିଙ୍କୁ ଗିରଫ କରାଯାଇଛି। ଅପରାଧରେ ବ୍ୟବହୃତ ଗାଡି ଜବତ କରାଯାଇଛି ବୋଲି ପୁଲିସ ନିଶ୍ଚିତ କରିଛି।

ଆହୁରି ପଢନ୍ତୁ: Education: ଶିକ୍ଷାନୁଷ୍ଠାନରେ ନାମ ଲେଖା ପାଇଁ ଆବଶ୍ୟକୀୟ ପ୍ରମାଣପତ୍ର ଦେବାରେ ବିଳମ୍ବ କଲେ କାର୍ଯ୍ୟାନୁଷ୍ଠାନ

ଅତିରିକ୍ତ ପୁଲିସ ସୁପରିଣ୍ଟେଣ୍ଡେଣ୍ଟ୍ (ଏଏସ୍‌ପି) ଦୀପ୍ତି ମାଲି କହିଛନ୍ତି ଯେ ମେ ୨୬ ତାରିଖରେ ସ୍ଥାନୀୟ ଲୋକେ ଏକ ସନ୍ଦିଗ୍ଧ ଗାଡ଼ିକୁ ଅଟକାଇ ବିଶ୍ୱନାଥ ଚରିଆଲି ଥାନା ଅଧୀନରେ ଥିବା ଏକ ଅଞ୍ଚଳରୁ ପୀଡ଼ିତାଙ୍କୁ ଉଦ୍ଧାର କରିବା ପରେ ଏହି ଘଟଣା ସାମ୍ନାକୁ ଆସିଥିଲା। କିନ୍ତୁ ମୁଖ୍ୟ ଅଭିଯୁକ୍ତ ପଳାଇବାରେ ସଫଳ ହୋଇଥିଲା। ସେହି ଦିନ ପରେ ତାକୁ ଗିରଫ କରାଯାଇଥିଲା। ମେ ୨୮ରୁ ୩୦ ମଧ୍ୟରେ ଅନ୍ୟ ଚାରି ଜଣଙ୍କୁ ଗିରଫ କରାଯାଇଥିଲା। ବୋଲି ପୁଲିସ କହିଛି।

ଆହୁରି ପଢନ୍ତୁ: Education: ଶିକ୍ଷାନୁଷ୍ଠାନରେ ନାମ ଲେଖା ପାଇଁ ଆବଶ୍ୟକୀୟ ପ୍ରମାଣପତ୍ର ଦେବାରେ ବିଳମ୍ବ କଲେ କାର୍ଯ୍ୟାନୁଷ୍ଠାନ

ପୁଲିସ ଭାରତୀୟ ନ୍ୟାୟ ସଂହିତା (ବିଏନ୍ଏସ୍), ୨୦୨୩ର ଧାରା ୧୪୦(୩) (ଅପହରଣ) ଓ ୭୦(୨) (ଗଣଦୁଷ୍କର୍ମ) ସହିତ ପୋକ୍ସୋ ଆଇନର ଧାରା ୬ ଅନୁଯାୟୀ ମାମଲା ରୁଜୁ କରିଥିଲା। ଖାଦ୍ୟ ଓ ଟଙ୍କା ପାଇଁ ପ୍ରଲୋଭିତ କରି ଗରିବ ଝିଅଟିକୁ କାର୍‌ରେ ନେଇ ବାରମ୍ବାର ଦୁଷ୍କର୍ମ କରାଯାଉଥିଲା ବୋଲି ପୁଲିସ କହିଛି। ପୀଡିତାଙ୍କୁ ଏକ ସରକାରୀ ଆଶ୍ରୟସ୍ଥଳକୁ ସ୍ଥାନାନ୍ତର କରାଯାଇ କାଉସେଲିଂ କରାଯାଉଛି। ସମସ୍ତ ପାଞ୍ଚ ଅଭିଯୁକ୍ତଙ୍କୁ ସ୍ଥାନୀୟ କୋର୍ଟରେ ହାଜର କରାଯାଇଥିଲା ଏବଂ ଅଧିକ ତଦନ୍ତ ଚାଲିଛି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।