Rankings: ପଞ୍ଚମ ସ୍ଥାନକୁ ଫେରିଲା ଭାରତୀୟ ଇକ୍ବିଟି ବଜାର -ତଳକୁ ଖସିଲେ ତାଇୱାନ, କୋରିଆ

Jun 29, 2026 - 14:51
Rankings: ପଞ୍ଚମ ସ୍ଥାନକୁ ଫେରିଲା ଭାରତୀୟ ଇକ୍ବିଟି ବଜାର -ତଳକୁ ଖସିଲେ ତାଇୱାନ, କୋରିଆ

"ନୂଆଦିଲ୍ଲୀ: ଆମେରିକୀୟ ଡଲାର ତୁଳନାରେ ଟଙ୍କାର ଦୁର୍ବଳ ପ୍ରଦର୍ଶନ ତଥା ଇକ୍ବିଟି ବଜାରରେ ହ୍ରାସ ଘଟିବାରୁ କିଛି ଦିନ ପୂର୍ବେ ଭାରତୀୟ ଷ୍ଟକ୍‌ ବଜାର ଦୁଇଟି ପାହାଚ ତଳକୁ ଖସି ସପ୍ତମ ସ୍ଥାନରେ ପହଞ୍ଚିଥିଲା।

ତାଇୱାନ ଓ କୋରିଆ ଆଗକୁ ବଢ଼ିଯାଇଥିଲେ।

ତେବେ ଷ୍ଟକ୍‌ ବଜାର କାରବାରରେ ସୁଧାର ଘଟିବା ପରେ ଭାରତ ପୁଣି ଥରେ ବିଶ୍ବର ପଞ୍ଚମ ବୃହତ୍ତମ ସେୟାର ବଜାର ମୁକୁଟ ଫେରିପାଇଛି।

ତାଇୱାନ ଓ କୋରିଆ ଷ୍ଟକ୍‌ ବଜାରରେ ନିବେଶକମାନେ ସୂଚନା ପ୍ରଯୁକ୍ତି ଓ ସେମିକଣ୍ଡକ୍ଟର କମ୍ପାନିଗୁଡ଼ିକର ସେୟାର ବିକ୍ରି କରିବା ପରେ ଉଭୟ ବଜାରର ମୋଟ୍‌ ବଜାର ପୁଞ୍ଜି (ମାର୍କେଟ୍‌ କ୍ୟାପିଟାଲାଇଜେସନ) ୫ ଲକ୍ଷ କୋଟି ଡଲାର ତଳକୁ ଖସିଯାଇଛି।

ଏହି ସମୟରେ ଭାରତର ମାର୍କେଟ୍‌ କ୍ୟାପିଟାଲାଇଜେସନ ୫.୦୫ ଲକ୍ଷ କୋଟି ଡଲାର ହୋଇଥିବାରୁ ତାହା ପଞ୍ଚମ ସ୍ଥାନକୁ ଉନ୍ନୀତ ହୋଇଛି।

ଯଥାକ୍ରମେ ଷଷ୍ଠ ଓ ସପ୍ତମ ସ୍ଥାନକୁ ଖସିଯାଇଥିବା ତାଇୱାନ ଓ କୋରିଆ ଷ୍ଟକ୍‌ ବଜାରର ମାର୍କେଟ୍‌ କ୍ୟାପିଟାଲାଇଜେସନ୍‌ ଯଥାକ୍ରମେ ୪.୯୭ ଲକ୍ଷ କୋଟି ଡଲାର ଓ ୪.୬୬ ଲକ୍ଷ କୋଟି ଡଲାର ରହିଛି।

ଆମେରିକା ଷ୍ଟକ୍‌ ବଜାର ବିଶ୍ବର ସର୍ବବୃହତ୍‌ ବଜାର ମାନ୍ୟତା ବଜାୟ ରଖିଥିବା ବେଳେ ଏହା ପଛକୁ ରହିଛନ୍ତି ଚୀନ, ଜାପାନ ଓ ହଂକଂ।

ତାଇୱାନ ଓ କୋରିଆର ନିବେଶକମାନେ କୃତ୍ରିମ ବୁଦ୍ଧିମତ୍ତା (ଏଆଇ) ଓ ସେମିକଣ୍ଡକ୍ଟର କମ୍ପାନିଗୁଡ଼ିକରେ ବିପୁଳ ନିବେଶ କରିବା ପରେ ଉଭୟ ବଜାରର ମାର୍କେଟ୍‌ କ୍ୟାପିଟାଲାଇଜେସନ୍‌ରେ ଦ୍ରୁତ ବୃଦ୍ଧି ହୋଇଥିଲା।

କିନ୍ତୁ ‌ସେହି ଉତ୍ସାହ ଅଧିକ ଦିନ ବଜାୟ ରହିନଥିଲା।

ଜୁନ ମାସରେ ତାଇୱାର ମାର୍କେଟ୍‌ କ୍ୟାପିଟାଲାଇଜେସନ୍‌ ୨.୩ ପ୍ରତିଶତ ଓ ଦକ୍ଷିଣ କୋରିଆର ୪.୭ ପ୍ରତିଶତ ହ୍ରାସ ପାଇଛି।

ସେହି ସମୟ‌ରେ ଭାରତର ମାର୍କେଟ୍‌ କ୍ୟାପିଟାଲାଇଜେସନ୍‌ରେ ୨.୭୫ ପ୍ରତିଶତର ବୃଦ୍ଧି ହୋଇଛି।

ଜୁନ ମାସରେ ବିଶ୍ବର ଅନ୍ୟ ଇକ୍ବିଟି ସୂଚକାଙ୍କଗୁଡ଼ିକଠାରୁ ଭାରତର ସେନ୍‌ସେକ୍ସ ଓ ନିଫ୍ଟି ଉନ୍ନତ ପ୍ରଦର୍ଶନ କରିଛନ୍ତି।

ସେନ୍‌ସେକ୍ସରେ ୩.୮ପ୍ରତିଶତ ଓ ନିଫ୍ଟିରେ ୨.୮ ପ୍ରତିଶତ ବୃଦ୍ଧି ହୋଇଛି।Advertisment ଷ୍ଟକ୍‌ ବଜାରର ପ୍ରଦର୍ଶନକୁ ଦେଖିଲେ ଭାରତ ପଛରେ ରହିଛି ତେବେ ଜୁନ ମାସ ପର୍ଯ୍ୟନ୍ତ ବିଭିନ୍ନ ଷ୍ଟକ୍‌ ବଜାରର ପ୍ରଦର୍ଶନକୁ ଦେଖିଲେ ଭାରତ ପଛରେ ରହିଛି।

ଏହାର ମାର୍କେଟ୍‌ କ୍ୟାପିଟାଇଜେସନ ଚଳିତ ବର୍ଷର ପ୍ରଥମ ଛଅ ମାସରେ ୪.୮ ପ୍ରତିଶତ ହ୍ରାସ ପାଇଛି।

କିନ୍ତୁ ତାହା ତୁଳନାରେ କୋରିଆର ୭୪ ପ୍ରତିଶତ, ତାଇୱାନର ୫୨ ପ୍ରତିଶତ, ଚୀନର ୧୩.୫ ପ୍ରତିଶତ, ଜାପାନର ୧୧.୭ ପ୍ରତିଶତ ଓ ଆମେରିକାର ୧୦ ପ୍ରତିଶତ ବଢ଼ିଛି।

ଏବେ ଭାରତ ପଞ୍ଚମ ସ୍ଥାନକୁ ଉଠିବା ପଛର କାରଣ ନିଜସ୍ବ ପ୍ରଦର୍ଶନ ନୁହେଁ।

ପ୍ରତିଦ୍ବନ୍ଦ୍ବୀ ବଜାରଗୁଡ଼ିକ ତଳକୁ ଖସିବାରୁ ଭାରତ ସେହି ମୁକୁଟ ଫେରିପାଇଛି।

କର୍ପୋରେଟ୍‌ ସଂସ୍ଥାଗୁଡ଼ିକର ଆୟ ବଢ଼ିଲେ, ବିଦେଶୀ ନିବେଶକମାନେ ଇକ୍ବିଟିରେ ନିବେଶ ଜାରି ରଖିଲେ ଓ ତୈଳ ଦର ନିମ୍ନ ସ୍ତରରେ ରହିଲେ ହିଁ ଭାରତର ଏହି ମୁକୁଟକୁ ନିଜ ପାଖରେ ରଖିପାରିବ।

ଯଦି ପୁଣି ଏଆଇ ଓ ସେମିକଣ୍ଡକ୍ଟର ସେୟାରରେ ବୃଦ୍ଧି ହେବ ତେବେ ଭାରତ ଶୀଘ୍ର ସେହି ନିଜ ସ୍ଥାନକୁ ଅନ୍ୟମାନଙ୍କ ପାଇଁ ଛାଡ଼ିବାକୁ ବାଧ୍ୟ ହେବ।

Diby Snana: ଦିବ୍ୟ ସ୍ନାନ କଲେ ଶ୍ରୀଜିଉ, ପୁରୀରେ ଭକ୍ତିମୟ ପରିବେଶ "