Lord Jagannath: ମହାପ୍ରଭୁଙ୍କ ସ୍ନାନଯାତ୍ରା ଅନୁଷ୍ଠିତ
"ଧଣ୍ଡାମୁଣ୍ଡା (ସରୋଜ ମିଶ୍ର): ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲ ବ୍ଲକ ଧଣ୍ଡାମୁଣ୍ଡା ପଞ୍ଚାୟତ ବାଞ୍ଜିପାଲି ଜଗନ୍ନାଥ ମନ୍ଦିରରେ ମହାପ୍ରଭୁଙ୍କ ସ୍ନାନଯାତ୍ରା ଅନୁଷ୍ଠିତ ହୋଇଯାଇଛି।
ଭୋର୍ ଚାରିଟାରେ ଦ୍ଵାରଫିଟା, ଅବକାଶ, ସୂର୍ଯ୍ୟପୂଜା, ଦଶ ଦିଗପାଳ ପୂଜା, ଆଳତି ପରେ ଚତୁର୍ଦ୍ଧା ବିଗ୍ରହଙ୍କୁ ସୁବାସିତ ଖେଚୁଡ଼ି ଭୋଗ ଅର୍ପଣ କରାଯାଇଥିଲା।
ପରେ ବିଗ୍ରହମାନଙ୍କୁ ଧାଡ଼ି ପହଣ୍ଡିରେ ସ୍ନାନମଣ୍ଡପକୁ ନେଇଥିଲେ।
ସ୍ନାନମଣ୍ଡପରେ ଅଭିମନ୍ତ୍ରିତ ଜଳରେ ସ୍ନାନ କରାଯାଇଥିଲା।
ପୂଜକ କମଳାପତି ମିଶ୍ର, ଜିବନ ମୟ ମିଶ୍ର, ପୂଜାକାର୍ଯ୍ୟ ସମ୍ପାଦନ କରିଥିଲେ।
Advertisment ସେହିପରି ଧଣ୍ଡାମୁଣ୍ଡା ଗାଁରେ ଚତୁର୍ଦ୍ଧା ବିଗ୍ରହଙ୍କୁ ପହଣ୍ଡିରେ ନେଇ ସ୍ନାନ ମଣ୍ଡପରେ ବିଜେ କରାଯାଇଥିଲା ପୂଜକ ବୈଦନାଥ ମିଶ୍ର, କଙ୍ଗନ ମିଶ୍ର ପୂଜା କାର୍ଯ୍ୟ ସମ୍ପାଦନ କରିଥିଲେ ସେହିପରି ଓଡ଼ିଆପାଲି ପଞ୍ଚାୟତ ବୁଡିବାହାଲ ଗାଁରେ ଚତୁର୍ଦ୍ଧା ବିଗ୍ରହଙ୍କୁ ପହଣ୍ଡିରେ ନେଇ ସ୍ନାନ କରାଯାଇଥିଲା।
ପୂଜକ ସତ୍ୟପ୍ରିୟ ତ୍ରିପାଠୀ, ଯୁବରାଜ ତ୍ରିପାଠୀ କାର୍ଯ୍ୟସମ୍ପାଦନ କରିଥିବା ବେଳେ ଶତାଧିକ ଶ୍ରଦ୍ଧାଳୁ ଉପସ୍ଥିତ ଥିଲେ।
Bathing and water: ସ୍ନାନଯାତ୍ରାର ସ୍ନାନ ଓ ଜଳ "