PFC REC: ପିଏଫ୍ସି-ଆର୍ଇସି ମଧ୍ୟରେ ମିଶ୍ରଣ ୧୧ ଲକ୍ଷ କୋଟିର ସଂସ୍ଥା ସୃଷ୍ଟି ହେବ
"ନୂଆଦିଲ୍ଲୀ : ବିଦ୍ୟୁତ୍ କ୍ଷେତ୍ରକୁ ଫାଇନାନ୍ସ ପ୍ରଦାନ କରୁଥିବା ଦୁଇ ରାଷ୍ଟ୍ରାୟତ୍ତ କମ୍ପାନି ପାୱାର ଫାଇନାନ୍ସ କର୍ପୋରେସନ (ପିଏଫ୍ସି) ଓ ରୁରାଲ୍ ଇଲେକ୍ଟ୍ରିଫିକେସନ କର୍ପୋରେସନ (ଆର୍ଇସି) ମଧ୍ୟରେ ମିଶ୍ରଣକୁ ଉଭୟ ସଂସ୍ଥାର ବୋର୍ଡ ମଞ୍ଜୁର କରିଛନ୍ତି।
ଏହି ମିଶ୍ରଣ ସହ ଏକ ୧୧ ଲକ୍ଷ କୋଟି ଟଙ୍କାର ସଂସ୍ଥା ସୃଷ୍ଟି ହୋଇଛି।
ଆବଶ୍ୟକୀୟ ବୈଧାନିକ ଓ ଅନ୍ୟାନ୍ୟ ମଞ୍ଜୁରି ମିଳିବା ପରେ ଏହି ମିଶ୍ରଣ କାର୍ଯ୍ୟକାରୀ ହେବ।Advertisment ମତଦାନ ଅଧିକାର ରହିବ ମିଶ୍ରଣରେ ଗଠିନ କମ୍ପାନିରେ ଭାରତ ସରକାରଙ୍କ ସିଂହଭାଗ ଅଂଶଧନ ଓମତଦାନଅଧିକାର ରହିବ।
ସେୟାର ବଦଳ ଆଧାରରେ ଏହି ମିଶ୍ରଣ ହେବ।
ଆର୍ଇସିର ପ୍ରତି ୧୦୦ ସେୟାର ବଦଳରେ ପିଏଫ୍ସିର ୮୦ଟି ସେୟାର ମିଳିବ।
ଏହି ମିଶ୍ରଣ ପାଇଁ ଡେଲଏଟ୍ ଟଚ୍ ଟୋମାସୁ ଇଣ୍ଡିଆକୁ କାରବାର ଉପଦେଷ୍ଟା ଓ ସିରିଲ ଅମରଚାନ୍ଦ ମଙ୍ଗଳଦାସକୁ ଆଇନଗତ ପରାମର୍ଶଦାତା ଭାବେ ନିଯୁକ୍ତ କରାଯାଇଛି।
ମୂଲ୍ୟାଙ୍କନରିପୋର୍ଟ ଦେବା ପାଇଁ ପିଏଫ୍ସି ପକ୍ଷରୁ ଆର୍ବିଏସ୍ଏ ଭାଲୁଏସନ୍ ଆଡଭାଇଜର ଏଲ୍ଏଲ୍ପି ଏବଂ ଆର୍ଇସି ପକ୍ଷରୁ ଇଆଣ୍ଡ୍ୱାଇ ମର୍ଚାଣ୍ଟ ବ୍ୟାଙ୍କିଂ ସର୍ଭିସେସ୍କୁ ଦାୟିତ୍ବ ଦିଆଯାଇଛି।
ଯୁଗ୍ମ ମୂଲ୍ୟାଙ୍କନ ରିପୋର୍ଟ ଉପରେ ମତାମତ ଦେବା ପାଇଁ ପିଏଫ୍ସି ତରଫରୁ ଏସ୍ବିଆଇ କ୍ୟାପିଟାଲ୍ ମାର୍କେଟ୍ସ ଓ ଆର୍ଇସି ତରଫରୁ ନୁଭାମା ୱେଲ୍ଥ ମ୍ୟାନେଜମେଣ୍ଟ୍କୁ ନିଯୁକ୍ତ କରାଯାଇଛି।
Gambhir: ସୋସିଆଲ୍ ମିଡିଆରେ ଗମ୍ଭୀରଙ୍କୁ କଡ଼ା ସମାଲୋଚନା "