Ranji Trophy: ରଣଜୀ ଟ୍ରଫିରେ ବଡ଼ ବିପର୍ଯ୍ୟୟ: ପୂର୍ବ ବିଜେତା ସୌରାଷ୍ଟ୍ରକୁ ହରାଇଲା ତ୍ରିପୁରା
ଅଗରତାଲା: ଚଳିତ ରଣଜୀ ଟ୍ରଫିରେ ବଡ଼ ବିପର୍ଯ୍ୟୟ ସୃଷ୍ଟି କରିଛି ତ୍ରିପୁରା।
ଏଲିଟ୍ ଗ୍ରୁପ୍-ବିର ଏକ ମ୍ୟାଚ୍ରେ ଗୁରୁବାର ତ୍ରିପୁରା ୧୩୩ ରନ୍ରେ ଦୁଇଥର ବିଜେତା ସୌରାଷ୍ଟ୍ରକୁ ହରାଇ ଚଳିତ ସଂସ୍କରଣରେ ପ୍ରଥମ ବିଜୟ ପାଇଛି।
ଅଫ୍ ସ୍ପିନର ସନ୍ଦୀପ ସରକାର (୪/୮୧) ଓ ଦ୍ରୁତ ବୋଲର ଅଭିଜିତ ସରକାର (୩/୨୬)ଙ୍କ ବୋଲିଂକୁ ସାମ୍ନା କରି ନପାରି ୩୩୨ ରନ୍ର ବିଜୟ ଲକ୍ଷ୍ୟକୁ ପିଛା କରୁଥିବା ସୌରାଷ୍ଟ୍ର ୨୦୮ ରନ୍ରେ ଅଲ୍ଆଉଟ୍ ହୋଇଯାଇଥିଲା।
Advertisment ମ୍ୟାଚ୍ର ଶ୍ରେଷ୍ଠ ଖେଳାଳି ଶ୍ରୀଦାମ ପଲ ଦଳ ପକ୍ଷରୁ ଅର୍ପିତ ବାସଭଡ଼ା (୮୯ ରନ୍) କିଛି ସମୟ ଲଢ଼ିଥିଲେ।
ପ୍ରଥମ ପାଳିରେ ତ୍ରିପୁରା ୨୬୮ ରନ୍ କରିଥିଲା।
ଜବାବରେ ପର୍ଭେଜ ସୁଲତାନ (୫/୨୫) ଓ ସନ୍ଦୀପ (୪/୪୮)ଙ୍କ ଘାତକ ବୋଲିଂ ଯୋଗୁଁ ସୌରାଷ୍ଟ୍ର ୧୧୮ ରନ୍ରେ ଅଲ୍ଆଉଟ୍ ହୋଇ ୧୫୦ ରନ୍ରେ ପଛରେ ରହିଥିଲା।
ଦ୍ବିତୀୟ ପାଳିରେ ତ୍ରିପୁରା ୧୯୧ ରନ୍ରେ ଅଲ୍ଆଉଟ୍ ହୋଇଯାଇଥିଲା।
ଦୁଇଟି ଯାକ ପାଳିରେ ଅର୍ଦ୍ଧଶତକ ଅର୍ଜନ କରିଥିବା ଶ୍ରୀଦାମ ପଲ (୮୬, ୫୦) ମ୍ୟାଚ୍ର ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଥିଲେ।
Champions League: ଚାମ୍ପିଅନ୍ସ ଲିଗ୍: ମେସିଙ୍କ କ୍ଲବ୍ରେ ଏମ୍ବାପେ
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
