BJP: ମୋଦୀଙ୍କୁ ଖୋଲା ବିତର୍କ ପାଇଁ ରାହୁଲ ଗାନ୍ଧୀଙ୍କ ଆହ୍ୱାନ: ବିଜେପିର ପାଲଟା ଜବାବ
ନୂଆଦିଲ୍ଲୀ: ଲୋକସଭାରେ ବିରୋଧୀ ଦଳର ନେତା ତଥା କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଙ୍କୁ ଏକ ଖୋଲା ମଞ୍ଚରେ ବିତର୍କ କରିବା ପାଇଁ ଆହ୍ୱାନ ଦେଇଛନ୍ତି।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶଦ୍ରୋହୀ ବୋଲି ସେ ମାତ୍ର କିଛି ମିନିଟ୍ ମଧ୍ୟରେ ପ୍ରମାଣ କରିଦେବେ ବୋଲି ରାହୁଲ ଦାବି କରିଛନ୍ତି।
ଏହି ପରିପ୍ରେକ୍ଷୀରେ ଆଦାନୀଙ୍କ ଏନଡିଟିଭିରେ ବିତର୍କ ହେଉ ଏବଂ ମଞ୍ଚ ଓ ବିଚାରପତି ମଧ୍ୟ ସେମାନଙ୍କର ରହୁ ବୋଲି ରାହୁଲ ଚ୍ୟାଲେଞ୍ଜ କରିଥିଲେ।
Advertisment ରାହୁଲ ଗାନ୍ଧୀଙ୍କ ଏହି ଚ୍ୟାଲେଞ୍ଜକୁ ନେଇ ଭାରତୀୟ ଜନତା ପାର୍ଟି (ବିଜେପି) ପକ୍ଷରୁ କଡ଼ା ପ୍ରତିକ୍ରିୟା ପ୍ରକାଶ ପାଇଛି।
ବିଜେପି ସାଂସଦ ନିଶାକାନ୍ତ ଦୁବେ ସୋସିଆଲ ମିଡିଆ ଏକ୍ସରେ ପ୍ରତିକ୍ରିୟା ରଖି କହିଛନ୍ତି ଯେ, ସେ ନ୍ୟାସନାଲ ହେରାଲ୍ଡ ଅଫିସକୁ ଆସିବାକୁ ପ୍ରସ୍ତୁତ ଅଛନ୍ତି ଏବଂ ମାତ୍ର ୪୫ ସେକେଣ୍ଡ ମଧ୍ୟରେ ରାହୁଲ ଗାନ୍ଧୀଙ୍କ ଚୀନ୍, ଜର୍ଜ ସୋରୋସ୍ ଏବଂ ତାଙ୍କ ପରିବାରର ୧୯୪୬ରୁ ୨୦୨୬ ମସିହା ପର୍ଯ୍ୟନ୍ତର ହିସାବ କିତାବ ଦେଖାଇ ସେମାନେ କିପରି ଦେଶଦ୍ରୋହୀ ଓ ଭ୍ରଷ୍ଟାଚାରୀ, ତାହା ପ୍ରମାଣ କରିଦେବେ।
ମଞ୍ଚ ଏବଂ ବିଚାରପତି ରାହୁଲଙ୍କ ପସନ୍ଦର ହେଲେ ମଧ୍ୟ ତାଙ୍କର କୌଣସି ଅସୁବିଧା ନାହିଁ ବୋଲି ସେ କହିଛନ୍ତି।
ରାହୁଲ ଗାନ୍ଧୀଙ୍କୁ କଡ଼ା ସମାଲୋଚନା ଅନ୍ୟପଟେ ବିଜେପିର ବରିଷ୍ଠ ନେତା ତଥା ସାଂସଦ ସୁଧାଂଶୁ ତ୍ରିବେଦୀ ଏକ ସାମ୍ବାଦିକ ସମ୍ମିଳନୀରେ ରାହୁଲ ଗାନ୍ଧୀଙ୍କୁ କଡ଼ା ସମାଲୋଚନା କରିଛନ୍ତି।
ସମ୍ବିଧାନ ନିର୍ମାତାମାନେ ଆଲୋଚନା ଏବଂ ବିତର୍କ ପାଇଁ ସଂସଦକୁ ସର୍ବୋଚ୍ଚ ମଞ୍ଚ ଭାବେ ଗଢ଼ିଥିବା ବେଳେ ଯେଉଁ ବ୍ୟକ୍ତି ସଂସଦରେ ଆଲୋଚନାରୁ ଦୂରେଇ ରୁହନ୍ତି, ସେମାନେ ସମ୍ବିଧାନ ଓ ସମ୍ବିଧାନ ନିର୍ମାତାଙ୍କ ମୂଳ ଭାବନାର ଅପମାନ କରନ୍ତି ବୋଲି ସେ କହିଛନ୍ତି।
ଜନତା ସଂସଦରେ ଜନହିତ ମାମଲାରେ ଆଲୋଚନା କରିବାକୁ ପ୍ରତିନିଧି ପଠାଉଥିଲେ ମଧ୍ୟ ରାହୁଲ ଗାନ୍ଧୀ ସେଠାରୁ ସବୁବେଳେ ପଳାୟନ କରନ୍ତି ବୋଲି ସୁଧାଂଶୁ ଅଭିଯୋଗ କରିଛନ୍ତି।
ନରେନ୍ଦ୍ର ମୋଦୀ ଗତ ୧୨ ବର୍ଷ ଧରି ଏନଡିଏର ସର୍ବସମ୍ମତ ନେତା ଥିବା ବେଳେ ରାହୁଲ ଗାନ୍ଧୀ ନା ଇଣ୍ଡିଆ ମେଣ୍ଟର ଆନୁଷ୍ଠାନିକ ନେତା ନା କେବେ ୟୁପିଏର ଅଧ୍ୟକ୍ଷ ଥିଲେ ବୋଲି ସେ ବ୍ୟଙ୍ଗ କରିଛନ୍ତି।
Republican Party: ନିର୍ବାଚନୀ ଝଟକା ପରେ ଟ୍ରମ୍ପଙ୍କ ଟାର୍ଗେଟ୍ରେ ରକ୍ଷାମନ୍ତ୍ରୀ !
ରାହୁଲ ନିକଟରେ ଯେଉଁ ''ମକ୍ ପାର୍ଲିଆମେଣ୍ଟ'' ବା ନକଲି ସଂସଦ ଆୟୋଜନ କରିଥିଲେ, ସେଥିରେ ବିରୋଧୀ ପକ୍ଷ ନଥିବାରୁ ତାହା ଏକତରଫା ଭାଷଣରେ ସୀମିତ ଥିଲା ବୋଲି ସେ କହିଛନ୍ତି।
ରାହୁଲ ଦେଶର ଗଣତନ୍ତ୍ର, ଆଇନ ଏବଂ ସଂସଦର ମଜାକ ଉଡ଼ାଉଛନ୍ତି ଏବଂ ପଞ୍ଜାବରେ ସେ ବ୍ୟବହାର କରିଥିବା ଭାଷା ଦେଶବାସୀଙ୍କ ଅପମାନ ବୋଲି ବିଜେପି ମତ ପ୍ରକାଶ କରିଛି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
