Champions League: ଚାମ୍ପିଅନ୍ସ ଲିଗ୍‌: ମେସିଙ୍କ କ୍ଲବ୍‌ରେ ଏମ୍‌ବାପେ

Nov 05, 2026 - 14:03
Champions League: ଚାମ୍ପିଅନ୍ସ ଲିଗ୍‌: ମେସିଙ୍କ କ୍ଲବ୍‌ରେ ଏମ୍‌ବାପେ

ମାଦ୍ରିଦ: ରିଅଲ୍‌ ମାଦ୍ରିଦ ଫରୱାର୍ଡ କାଇଲିନ୍‌ ଏମ୍‌ବାପେ ଚଳିତ ୟୁଫା ଚାମ୍ପିଅନ୍ସ ଲିଗ୍‌ରେ ନୂଆ ମାଇଲ୍‌ଖୁଣ୍ଟ ଛୁଇଁଛନ୍ତି।

ଏହି ପ୍ରତିଯୋଗିତାରେ ସେ ଦ୍ବିତୀୟ ଦ୍ରୁତତମ ଖେଳାଳି ଭାବେ ୧୦୦ ଗୋଲ୍‌ରେ ଅଂଶୀଦାର ହେବାର ଗୌରବ ପାଇଛନ୍ତି।

ରିଅଲ୍‌ ମାଡ୍ରିଡ୍‌ ପକ୍ଷରୁ ଖେଳୁଥିବା ଏହି ଫ୍ରାନ୍ସ ତାରକା ବୁଧବାର ଏଇକେ ଏଥେନ୍ସ ବିପକ୍ଷ ମ୍ୟାଚ୍‌ରେ ଏହି ସଫଳତା ପାଇଥିଲେ।

ଏହି ମ୍ୟାଚ୍‌ର ୭୮ତମ ମିନିଟ୍‌ରେ ସେ ଗୋଲ୍‌ କରି ଉଭୟ ଓ ଗୋଲ୍‌ କରିବା ସହାୟତାରେ ଶତକୀୟ ମାଇଲ୍‌ଖୁଣ୍ଟ ଛୁଇଁଥିଲେ।

Advertisment ୧୦୧ ମ୍ୟାଚ୍‌ରେ ୧୦୦ ମାଇଲ୍‌ଖୁଣ୍ଟ ସେ ୧୦୨ ଚାମ୍ପିଅନ୍ସ ଲିଗ୍‌ ଖେଳି ୭୪ ଗୋଲ୍‌ କରିଥିଲା ବେଳେ ୨୬ଟିରେ ସହାୟତା କରିଛନ୍ତି।

ଦ୍ରୁତତମରେ ତାଙ୍କ ଆଗରେ ଆର୍ଜେଣ୍ଟିନା କିଂବଦନ୍ତି ଲିଓନେଲ୍‌ ମେସି ରହିଛନ୍ତି।

ସେ ୧୦୧ ମ୍ୟାଚ୍‌ରେ ୧୦୦ ମାଇଲ୍‌ଖୁଣ୍ଟ ଛୁଇଁଥିଲେ।

ମେଜର ଲିଗ୍‌ ସକ୍କର ପ୍ରତିଯୋଗିତାରେ ଇଣ୍ଟର ମିଆମି ପକ୍ଷରୁ ଖେଳିବା ପୂର୍ବରୁ ‌ବାର୍ସିଲୋନା ଓ ପ୍ୟାରିସ୍‌ ସେଣ୍ଟ୍‌ ଜର୍ମାନ (ପିଏସ୍‌ଜି)ରୁ ମେସି ପ୍ରତିନିଧିତ୍ବ କରୁଥିବା ବେଳେ ଏହି ସଫଳତା ପାଇଥିଲେ।

ଚାମ୍ପିଅନ୍ସ ଲିଗ୍‌ରେ ସର୍ବାଧିକ ଗୋଲ୍‌ ଅଂଶୀଦାର ତାଲିକାରେ ପର୍ତ୍ତୁଗାଲର କ୍ରିଷ୍ଟିଆନୋ ରୋନାଲ୍‌ଡୋ (୧୪୦ ଗୋଲ୍‌ ଓ ୪୨ ସହଯୋଗ ସହ ମୋଟ ୧୮୨) ଆଗରେ ରହିଛନ୍ତି।

Women's T20 World Cup: ମହିଳା ଟ୍ବେଣ୍ଟି-୨୦ ବିଶ୍ବକପ୍‌: ଦର୍ଶକ ସଂଖ୍ୟାରେ ନୂଆ ରେକର୍ଡ

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)