Ranga Bazar: ରଙ୍ଗବଜାରରୁ ଜବରଦଖଲ ଉଚ୍ଛେଦ: ପୂରଣପଧାନ ଓ ବୁଦ୍ଧିପଡ଼ାରେ ଜବରଦଖଲକାରୀଙ୍କୁ ଜରିମାନା

Jul 09, 2026 - 07:02
Ranga Bazar: ରଙ୍ଗବଜାରରୁ ଜବରଦଖଲ ଉଚ୍ଛେଦ: ପୂରଣପଧାନ ଓ ବୁଦ୍ଧିପଡ଼ାରେ ଜବରଦଖଲକାରୀଙ୍କୁ ଜରିମାନା

"ବାଲିଅନ୍ତା: ସରକାରୀ ଜମି ଜବରଦଖଲ କରି ବାଲିଅନ୍ତା ଅଞ୍ଚଳରେ ରାସ୍ତା ଅବରୋଧ କରିଥିବା ବ୍ୟକ୍ତିମାନଙ୍କ ବିରୋଧରେ ତହସିଲ ପ୍ରଶାସନ କଠୋର ହୋଇଛି।

ବାରମ୍ବାର ନୋଟିସ ପରେ ବି ଯେଉଁମାନେ ନିଜ ଆଡ଼ୁ ଜବରଦଖଲରୁ ହଟୁନାହାନ୍ତି, ସେମାନଙ୍କ ଘର ତଥା ଦୋକାନ ଘର ଭଙ୍ଗା ଯାଉଛି ଏବଂ କିଛି ଜବରଦଖଲକାରୀଙ୍କୁ ନୋଟିସ ଦିଆଯିବା ସହ ଜରିମାନା କରାଯାଉଛି।

ଆଜି ରଙ୍ଗବଜାରରେ ତହସିଲ ପ୍ରଶାସନ ୬ଟି ଦୋକାନ ଭାଙ୍ଗିଛି ଏବଂ ବୁଦ୍ଧିପଡ଼ା ଓ ପୂରଣପଧାନ ବଜାରରେ ୫୪ଜଣ ଦୋକାନୀଙ୍କଠାରୁ ୧୯ହଜାର ଟଙ୍କା ଜରିମାନା ଆଦାୟ କରାଯାଇଛି।

Advertisment Ram Mandir: ରାମମନ୍ଦିର ଦାନ ଚୋରି; ଅବିନାଶ ଶୁକ୍ଳା ମୁଖ୍ୟ ଅଭିଯୁକ୍ତ ବାଲିଅନ୍ତା ତହସିଲ ସତ୍ୟଭାମାପୁର ପଞ୍ଚାୟତ ଅଧୀନ ରଙ୍ଗବଜାର ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ପାର୍ଶ୍ବରୁ ଆଜି ଜବରଦଖଲ ଉଚ୍ଛେଦ କରାଯାଇଛି।

ରାସ୍ତା କଡ଼ରେ ବେଆଇନ ଭାବେ ନିର୍ମିତ ହୋଇଥିବା ୬ଟି ଦୋକାନ ଘର ଉପରେ ବୁଲ୍‌ଡୋଜରର୍‌ ଚଢ଼ାଇ ଦିଆଯାଇଛି।

ପୂର୍ବରୁ ଏମାନଙ୍କୁ ନୋଟିସ କରାଯିବା ସହ ଏମାନଙ୍କଠାରୁ ଜରିମାନା ଆଦାୟ କରାଯାଇଥିଲା।

କିନ୍ତୁ ସେମାନେ ଜବରଦଖଲରୁ ହଟିନଥିଲେ।

ଗାଡ଼ି ମଟର ଯାତାୟାତ ବେଳେ ବିଦ୍ୟାଳୟକୁ ଆସୁଥିବା ପିଲାମାନେ ଦୀର୍ଘ ସମୟ ଧରି ଫସି ରହୁଥିଲେ ବୋଲି ଅଭିଯୋଗ ହୋଇଆସୁଥିଲା।

ଆଜି ବାଲିଅନ୍ତା ତହସିଲଦାର ଲିଲନ ପ୍ରସାସ ସାହୁ ଓ ଥାନା ଅଧିକାରୀ ସଶ୍ମିତା ବେହେରାଙ୍କ ଉପସ୍ଥିତିରେ ଏହି ୬ଦୋକାନ ଉପରେ ବୁଲ୍‌ଡୋଜର୍‌ ପାହାର ବସିଥିଲା।

Horoscope 2026 July 09: ଜାଣନ୍ତୁ ଆଜିର ରାଶିଫଳ ସେହିଭଳି ସରଦେଈପୁର-ନିମାପଡ଼ା ରାସ୍ତା ସଂପ୍ରସାରଣ ପାଇଁ ପୂରଣପଧାନ ଓ ବୁଦ୍ଧିପଡ଼ା ବଜାର ଅଞ୍ଚଳର ୫୪ଜଣଙ୍କୁ ନୋଟିସ ଜାରି କରାଯାଇଥିଲା।

କିନ୍ତୁ ସରକାରୀ ଜମି ଜବରଦଖଲ କରିଥିବା ବ୍ୟବସାୟୀମାନେ ତହସିଲ ପ୍ରଶାସନର ନୋଟିସକୁ ଖାତିର କରିନଥିଲେ।

ତେଣୁ ଜବରଦଖଲକାରୀଙ୍କ ଠାରୁ ୫୦୦ , ୩୦୦, ୨୦୦ ଓ ୭୦୦, ସର୍ବାଧିକ ୧୦୦୦ ଟଙ୍କା ଲେଖାଏଁ ଜରିମାନା ଆଦାୟ ହୋଇଛି।

ଜରିମାନା ଆଦାୟ ପରେ ବେପାରୀମାନେ ନିଜ ତରଫରୁ ଦୋକାନ ନ ହଟାଇ‌ଲେ, ପ୍ରଶାସନ ବାଧ୍ୟ ହୋଇ ଦୋକାନ ଉଚ୍ଛେଦ କରିବ ବୋଲି ସୂଚନା ମିଳିଛି।

ଉତ୍ତରା ଛକଠାରୁ ବୁଦ୍ଧିପଡ଼ା ଛକ ପର୍ଯ୍ୟନ୍ତ ପ୍ରାୟ ସାଢ଼େ ୪ କିମି ରାସ୍ତା ସଂପ୍ରସାରଣ କରିବା ଓ ୪ଥାକିଆ ରାସ୍ତା ନିର୍ମାଣ ପାଇଁ ସାଢ଼େ ୭ କୋଟି ଟଙ୍କା ମଞ୍ଜୁର କରାଯାଇଛି।

ମାତ୍ର ବୁଦ୍ଧିପଡ଼ା ଓ ପୂରଣପଧାନ ମଧ୍ୟରେ ବେଆଇନ ଜବରଦଖଲ ଯୋଗୁ ରାସ୍ତା ନିର୍ମାଣ କାମ ଆଗେଇ ପାରୁ ନାହିଁ।

ଜବରଦଖଲ ରାସ୍ତା ନିର୍ମାଣ କାର୍ଯ୍ୟରେ ବାଧକ ସାଜିଛି।

ହେଲେ ରାଜସ୍ବ କର୍ମଚାରୀ ପକ୍ଷପାତ କରି କିଛି ପ୍ରତିଷ୍ଠିତ ବ୍ୟକ୍ତିଙ୍କୁ ନୋଟିସରୁ ବାଦ ଦେବାକୁ ନେଇ ସାଧାରଣରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି।

ଏନେଇ ଅସନ୍ତୁଷ୍ଟ ଲୋକ ପୂରଣ ରାଜସ୍ବ କାର୍ଯ୍ୟାଳୟ ଘେରିବେ ବୋଲି ଚେତାବନୀ ଦେଇଛନ୍ତି।"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।