Malyagiri Hill :୧୮ ଘଣ୍ଟା ପରେ ମାଲ୍ୟଗିରି ପାହାଡ଼ ଉପରେ ଫସିଥିବା ଯୁବକମାନଙ୍କୁ ଉଦ୍ଧାର କଲା ଅଗ୍ନିଶମ ବାହିନୀ
"ପାଲଲହଡା: ୧୮ ଘଣ୍ଟା ପରେ ୩୯୯୬ ଫୁଟ ଉପରେମାଲ୍ୟଗିରି ପାହାଡ଼ ଉପରେ ଫସିଥିବା ଯୁବକଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିଛି ପାଲଲହଡା ଦମକଳ ବାହିନୀ |ପାହାଡ଼ରୁ ଉଦ୍ଧାର ହୋଇଥିବା ତିନି ଯୁବକ ହେଲେ ବାପୁ ମହାନ୍ତ (କାଶୀପୁର,କେଉଁଝର), ଅନନ୍ତ ମୁଣ୍ଡା (କେଉଁଝର ଟାଉନ),ଘନସ୍ୱାମ ପାତ୍ର (ଦୈତାରୀ ମାଇନ୍ସ)।
ସୂଚନାଯୋଗ୍ୟ ଯେ ଗତକାଲି କେଉଁଝର ଅଂଚଳରେ ସାତ ଜଣ ଯୁବକ ଦିନ ୧୨.୩୦ ମିନିଟରେ ପାଲଲହଡାଖୁଲୁଡି ମନ୍ଦିର ଦେଇ ମାଲ୍ୟଗିରି ପାହାଡ଼କୁ ବୁଲିବା ପାଇଁ ଉଠିଥିଲେ।Advertisment ଆହୁରି ପଢନ୍ତୁ:Vice President: ଭୁବନେଶ୍ୱରରେ ପହଞ୍ଚିଲେ ଉପରାଷ୍ଟ୍ରପତି ସେଥି ମଧ୍ୟରୁ ଚାରି ଜଣ ସନ୍ଧ୍ୟା ସୁଦ୍ଧା ଓହ୍ଲାଇଆସିଥିଲେ ।
ଆଉ ତିନି ଜଣ ଓହ୍ଲାଇ ନପାରି ପଥର ଖୋଳ ଭିତରେ ଫସି ରହିଥିଲେ।
ରାତି ହୋଇଯାଇଥିବାରୁ ତାଙ୍କୁ ଖୋଜିବା ସମ୍ଭବ ହେଇନଥିଲା ।
ଆଜି ସକାଳେ ଅଗ୍ନିଶମ ବାହିନୀର କର୍ମଚାରୀମାନେ ୩୮୯୬ ଫୁଟ ମାଲ୍ୟଗିରି ଉପରୁ ୧୮ ଘଣ୍ଟା ପରେ ଫସି ଯାଇଥିବା ଯୁବକଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିଛନ୍ତି।
"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।