The Mysterious Stone: ହାଟ୍ଟୁସାର ରହସ୍ୟମୟ ପଥର
"ବ୍ରୋଞ୍ଜ ଯୁଗର ହିଟ୍ଟିଟେସ୍ ସଭ୍ୟତାର ରାଜଧାନୀ ହାଟ୍ଟୁସାରେ ଏହି ସବୁଜ ରଙ୍ଗର ପଥରଟି ଅଛି।
ଏହି ମସୃଣ ପଥରଟିର ଉଚ୍ଚତା, ଦୈର୍ଘ୍ୟ ଓ ପ୍ରସ୍ଥ ପ୍ରାୟ ୬୯ ସେଣ୍ଟିମିଟର୍ ଏବଂ ଓଜନ ୧୦୦୦ କିଲୋଗ୍ରାମ୍।
ଏହା ସେଠାରେ ପୂର୍ବରୁ ଥିବା "ଗ୍ରେଟ୍ ଟେମ୍ପଲ୍"ର ଧ୍ବଂସାବଶେଷ ବୋଲି ବିଶ୍ବାସ କରାଯାଏ।
ସୂର୍ଯ୍ୟ ଦେବତାଙ୍କ ପୂଜା ପାଇଁ ଏହି ସ୍ଥଳରେ ୩୧ଟି ମନ୍ଦିର ନିର୍ମିତ ହୋଇଥିଲା।
ସେଠାରେ ଏହି ପଥରର କୌଣସି ଧାର୍ମିକ ମହତ୍ତ୍ବ ଥିବ ବୋଲି ଅନୁମାନ କରାଯାଏ, କିନ୍ତୁ ତାହା କ"ଣ, ଏ ପର୍ଯ୍ୟନ୍ତ ଅଜଣା।Advertisment Annual Day: ଶ୍ରୀ ଧୁତପାପେଶ୍ବରର ପ୍ରତିଷ୍ଠା ଦିବସ ପଥରଟି ଅଧିକ ରହସ୍ୟମୟ ହେବାର କାରଣ ହେଲା, ଏହା ହେଉଛି ସେହି ପାହାଡ଼ରେ ଥିବା ଏକମାତ୍ର ସବୁଜ ପଥର।
ବର୍ତ୍ତମାନର ତୁର୍କିୟେ ଦେଶ ଅନ୍ତର୍ଗତ ବୋଗାଜ୍କାଲେ ସହରର ପ୍ରାନ୍ତରେ ଥିବା ଏକ ପାହାଡ଼ ଉପରେ ଖୋଲା ଆକାଶ ତଳେ ଏହା ପଡ଼ିରହିଛି।
ସ୍ଥାନୀୟ ଲୋକମାନେ ଏହାକୁ "ମନୋସ୍କାମନା ପଥର" ବୋଲି କହନ୍ତି।
ଏହା ନେଇ ରହିଥିବା କୁହୁକ କାହାଣୀ ତଥା ଏହାର ଉତ୍ସ ସମ୍ପର୍କିତ ରହସ୍ୟ ଯୋଗୁଁ ଅନେକ ପର୍ଯ୍ୟଟକ ଏହି ସ୍ଥାନକୁ ଆକର୍ଷିତ ହୋଇ ଆସିଥାନ୍ତି।
ଏହା "ୟୁନେସ୍କୋ"ର ଏକ ବିଶ୍ବ ଐତିହ୍ୟ ସ୍ଥଳ ଭାବେ ସ୍ବୀକୃତ।
Special Project: ୨୫ ସ୍ବତନ୍ତ୍ର ପ୍ରକଳ୍ପ ପାଇଁ ୧୪୭୧କୋଟିର ବ୍ୟୟବରାଦ"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।