Return of the killer elephant: କିମାଶ୍ଚର୍ଯ୍ୟମ୍: ୧୪ ବର୍ଷ ପରେ ଘାତକ ହାତୀର ପ୍ରତ୍ୟାବର୍ତ୍ତନ
"ହାତୀ-ମଣିଷ ସଂଘର୍ଷ ଯୋଗୁଁ ଭାରତ ସମେତ ଅନ୍ୟ କେତେକ ଦେଶରେ ନିୟମିତ ବ୍ୟବଧାନରେ ଜୀବନ ଯାଉଛି।
କେତେକ ନିର୍ଦ୍ଦିଷ୍ଟ ସ୍ଥାନରେ ହାତୀ ଆକ୍ରମଣ ଏକ ସାଧାରଣ କଥା ହୋଇଗଲାଣି।
କିନ୍ତୁ ନିକଟରେ ନେପାଳରୁ ଏକ ଦନ୍ତା ହାତୀ ଆକ୍ରମଣର ଖବର ଆସିଛି ଯାହାର ଘଟଣାବଳୀ ଯେତିକି ଆଶ୍ଚର୍ଯ୍ୟଜନକ ତା"ଠାରୁ ଅଧିକ କରୁଣ।
ଦେଢ଼ ଦଶନ୍ଧି ତଳେ ଜଣେ ବ୍ୟକ୍ତିଙ୍କ ପିତାମାତାଙ୍କୁ ଯେଉଁ ହାତୀ ଦଳିଦେଇଥିଲା, ସେ ପୁଣି ଥରେ ତାଙ୍କ ବୋହୂ ଓ ନାତିକୁ ମାରିଦେଇଛି।
ସତେ ଅବା ହାତୀଟି ରାଗ ରଖି ଗୋଟିଏ ନିର୍ଦ୍ଦିଷ୍ଟ ପରିବାରକୁ ନିପାତ କରିବାର ପଣ କରିଛି!Advertisment Ram Mandir: ରାମମନ୍ଦିର ଦାନ ଚୋରି; ଅବିନାଶ ଶୁକ୍ଳା ମୁଖ୍ୟ ଅଭିଯୁକ୍ତ ୨୦୧୨ ମସିହା ଡିସେମ୍ବର ୧୬ ତାରିଖର କଥା।
ନେପାଳର ଚିତବନ ଜାତୀୟ ଉଦ୍ୟାନ ନିକଟରେ ରହୁଥିବା ଶନିଚର ବୋଟେଙ୍କ ପିତାମାତା ବୁଧିରାମ ଓ ଝରାଲୀଙ୍କ ଉପରେ ସେଠାକାର କୁଖ୍ୟାତ ନରହନ୍ତା ହାତୀ "ଧୂର୍ବେ" ଆକ୍ରମଣ କରିଥିଲା।
ଏଥିରେ ସେହି ଦମ୍ପତିଙ୍କ ମୃତ୍ୟୁ ଘଟିଥିଲା।
ଶନିଚର ବର୍ତ୍ତିଯାଇଥିଲେ, କିନ୍ତୁ ତାଙ୍କୁ ଶକ୍ତ ମାନସିକ ଆଘାତ ଲାଗିଥିଲା।
କାଳେ ତାଙ୍କ ପରିବାରର ଅନ୍ୟମାନେ ପୁଣି ଥରେ ଧୂର୍ବେର ଆକ୍ରମଣର ଶିକାର ହେବେ ସେହି ଭୟରେ ଶନିଚର ନିଜର ଘର ଛାଡ଼ି ଦୁଇଟି ନଦୀ ଅତିକ୍ରମ କରି ୧୭ କିଲୋମିଟର ଦୂରସ୍ଥ ଜଗତପୁରରେ ଘର କରି ରହିଲେ।
ସେ ଆଶା କରିଥିଲେ ଯେ ଦୁଇଟି ନଦୀର ବ୍ୟବଧାନ ତାଙ୍କ ପରିବାରକୁ ହାତୀଙ୍କଠାରୁ ସୁରକ୍ଷିତ ରଖିବ।
Horoscope 2026 July 09: ଜାଣନ୍ତୁ ଆଜିର ରାଶିଫଳ ୧୪ ବର୍ଷ ହେଲା ସେମାନେ ହାତୀ ଉପଦ୍ରବରୁ ସୁରକ୍ଷିତ ଥିଲେ।
କିନ୍ତୁ ଗତ ୪ ତାରିଖର କାଳ ରାତିରେ ଧୂର୍ବେ ପୁଣି ଶନିଚରଙ୍କ ପାଖକୁ ଫେରିଥିଲା।
ତାଙ୍କ ଘରର ମାଟି କାନ୍ଥକୁ ଭାଙ୍ଗିବା ପରେ ହାତୀଟି ଶନିଚରଙ୍କ ବୋହୂ ଓ ନାତିକୁ ମାରିଦେଇଛି।
ତାଙ୍କ ସ୍ତ୍ରୀ ଘରର ନଡ଼ା ଛପରରେ ନିଆଁ ଲଗାଇ ହାତୀକୁ ତଡ଼ିବାରେ ସଫଳ ହୋଇଥିଲେ, କିନ୍ତୁ ଏ ପ୍ରକ୍ରିୟାରେ ସେମାନଙ୍କ ଘର ସଂପୂର୍ଣ୍ଣ ଜଳିଯାଇଛି।
ଏହି ଘଟଣା ପୁଣି ଥରେ ଶନିଚରଙ୍କ ସଂସାରକୁ ଉଜାଡ଼ିଦେଇଛି।
ଉଲ୍ଲେଖଯୋଗ୍ୟ ଯେ ଧୂର୍ବେ ନାମକ ହାତୀଟି ଏ ଭିତରେ ଶନିଚରଙ୍କ ପରିବାରର ଚାରିଜଣଙ୍କ ସମେତ ୨୫ ଜଣଙ୍କୁ ମାରି ସାରିଲାଣି।
ଅତୀତରେ ହାତୀକୁ ମାରିବାକୁ ଉଦ୍ୟମ କରି ବନବିଭାଗ ବିଫଳ ହୋଇଥିଲା।
"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।