Ram Temple: ରାମମନ୍ଦିର ଦାନ ଅର୍ଥ ହେରଫେର ମାମଲାର ଶୀଘ୍ର ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମ୍କୋର୍ଟ
"ନୂଆଦିଲ୍ଲୀ: ଅଯୋଧ୍ୟାର ରାମମନ୍ଦିରରେ ଭକ୍ତମାନଙ୍କ ଦାନ ଅର୍ଥ ହେରଫେର ଅଭିଯୋଗର ତଦନ୍ତ ଶୀଘ୍ର ଶେଷ କରି ଯୁକ୍ତିସଙ୍ଗତ ନିଷ୍କର୍ଷରେ ପହଞ୍ଚିବାକୁ ଏସ୍ଆଇଟିକୁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମ୍କୋର୍ଟ।
ସୋମବାର ପ୍ରଧାନ ବିଚାରପତି (ସିଜେଆଇ) ସୁର୍ଯ୍ୟକାନ୍ତ, ବିଚାରପତି ଜୟମାଲ୍ୟ ବାଗଚୀ ଓ ଭି.
ମୋହନାଙ୍କ ଖଣ୍ଡପୀଠ ତଦନ୍ତର ଅଗ୍ରଗତି ସମ୍ପର୍କିତ ସ୍ଥିତି ରିପୋର୍ଟ ବନ୍ଦ ଲଫାପାରେ ଦାଖଲ କରିବାକୁ ଏସ୍ଆଇଟିକୁ କହିଛନ୍ତି।Advertisment ତଦନ୍ତକୁ ଅଧିକ ଗୁଣାତ୍ମକ ଓ ସ୍ବଚ୍ଛ କରିବା ପାଇଁ ବିଭିନ୍ନ ପକ୍ଷ ଦେଇଥିବା ପ୍ରସ୍ତାବଗୁଡ଼ିକୁ ନିରପେକ୍ଷ ଭାବେ ବିଚାର କରିବାକୁ ମଧ୍ୟ ଖଣ୍ଡପୀଠ କହିଛନ୍ତି।
ଏସ୍ଆଇଟିର ରିପୋର୍ଟ ଯାଞ୍ଚ କରିବା ପରେ ଭକ୍ତମାନେ ମନ୍ଦିରକୁ ଦେଉଥିବା ଦାନ ପରିଚାଳନା ବ୍ୟବସ୍ଥାରେ ସଂସ୍କାର ପାଇଁ ଆବଶ୍ୟକ ନିର୍ଦ୍ଦେଶ ଦିଆଯାଇପାରେ ବୋଲି କୋର୍ଟ କହିଛନ୍ତି।
ଏହି ମାମଲାରେ ଏବେ ଉତ୍ତରପ୍ରଦେଶ ସରକାରଙ୍କ ଦ୍ବାରା ଗଠିତ ଏସ୍ଆଇଟି ତଦନ୍ତ କରୁଛି।
ଜୁଲାଇ ୨୭ରେ ସୁପ୍ରିମ୍କୋର୍ଟ ଆଇଜିପି କିରଣ ଏସ୍ଙ୍କ ନେତୃତ୍ବରେ ୪ ଜଣିଆ ଏସ୍ଆଇଟି ଗଠନ ଉପରେ ଜୋର ଦେଇଥିଲେ।
ତଦନ୍ତ ଦଳରେ ଜଣେ ଫରେନ୍ସିକ୍ ଅଡିଟରଙ୍କୁ ମଧ୍ୟ ସାମିଲ କରିବାକୁ ଉତ୍ତରପ୍ରଦେଶ ସରକାରଙ୍କୁ କୁହାଯାଇଥିଲା।
ମାମଲାରେ ପ୍ରତିକାରମୂଳକ ପଦକ୍ଷେପ ଆବଶ୍ୟକ ଏବଂ ଦାନ ପରିଚାଳନାରେ ସ୍ବଚ୍ଛତା ସୁନିଶ୍ଚିତ କରିବାକୁ ପଦକ୍ଷେପ ନିଆଯିବ ବୋଲି ସେତେବେଳେ ଖଣ୍ଡପୀଠ କହିଥିଲେ।
ଏସ୍ଆଇଟିକୁ ଦୁଇ ସପ୍ତାହ ମଧ୍ୟରେ ସ୍ଥିତି ରିପୋର୍ଟ ଦେବାକୁ ମଧ୍ୟ କୁହାଯାଇଥିଲା।
ଅରୁଣାଚଳ ସୀମାରେ ଚୀନ୍ ସହ କ"ଣ ଚାଲିଛି ବିବାଦ?
ସରକାରଙ୍କୁ ଅୱେସିଙ୍କ ୫ ପ୍ରଶ୍ନ ଏହାପୂର୍ବରୁ ଜୁଲାଇ ୨୦ରେ ସୁପ୍ରିମ୍କୋର୍ଟ ଉତ୍ତରପ୍ରଦେଶ ସରକାରଙ୍କୁ ଅଭିଯୋଗର ତଦନ୍ତ ପାଇଁ ଏସ୍ଆଇଟି ଗଠନର ସମ୍ଭାବନା ସମ୍ପର୍କରେ ଜଣାଇବାକୁ କହିଥିଲେ।
ଜୁଲାଇ ୧୩ରେ ଉତ୍ତରପ୍ରଦେଶ ପୁଲିସକୁ ମଧ୍ୟ ମାମଲାର ସ୍ଥିତି ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦିଆଯାଇଥିଲା।
ଏହା ସହ ନିରପେକ୍ଷ ଓ ସମୟବଦ୍ଧ ତଦନ୍ତ ଦାବି କରି ଦାଖଲ ହୋଇଥିବା ଆବେଦନ ଉପରେ ଶ୍ରୀରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ଟ୍ରଷ୍ଟକୁ ନୋଟିସ୍ ଜାରି କରାଯାଇଥିଲା।
ଦାନ ପରିଚାଳନାରେ ଅନିୟମିତତା ଅଭିଯୋଗ ସାମ୍ନାକୁ ଆସିବା ପରେ ଅନେକ ଆବେଦନକାରୀ ସୁପ୍ରିମ୍କୋର୍ଟଙ୍କ ଦ୍ବାରସ୍ଥ ହୋଇଛନ୍ତି।
ସେମାନଙ୍କ ମଧ୍ୟରେ ଆର୍ଜେଡି ସାଂସଦ ସୁଧାକର ସିଂହ ମଧ୍ୟ ଅଛନ୍ତି।
ସେମାନେ ମାମଲାରେ ସିବିଆଇ ତଦନ୍ତ ସହ ମନ୍ଦିର ଟ୍ରଷ୍ଟର ଆର୍ଥିକ କାରବାରର ଫରେନ୍ସିକ୍ ଅଡିଟ୍ ଦାବି କରିଛନ୍ତି।
"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
