Rainy season: ଆପଣାନ୍ତୁ ଏହି ଟିପ୍ସ: ବର୍ଷା ଦିନେ ଆଚାରରେ ଲାଗିବ ନାହିଁ ଫିମ୍ପି

Aug 17, 2026 - 17:11
Rainy season: ଆପଣାନ୍ତୁ ଏହି ଟିପ୍ସ: ବର୍ଷା ଦିନେ ଆଚାରରେ ଲାଗିବ ନାହିଁ ଫିମ୍ପି

"ନୂଆଦିଲ୍ଲୀ: ଅନେକ ଲୋକ ଆଚାର ଖାଇବାକୁ ବହୁତ ପସନ୍ଦ କରିଥାନ୍ତି।

କିନ୍ତୁ ବର୍ଷା ଦିନେ ଆଚାରକୁ ସୁରକ୍ଷିତ ରଖିବା ଟିକିଏ କଷ୍ଟକର ହୋଇପଡ଼ିଥାଏ।

ଅନେକ ସମୟରେ ମାସ ମାସ ଧରି ରଖାଯାଇଥିବା ଆଚାର ଉପରେ ଧଳା କିମ୍ବା ସବୁଜ ରଙ୍ଗର ଫିମ୍ପି ଲାଗିଯାଏ ।

ଏଭଳି ପରିସ୍ଥିତିରେ ଅନେକ ଲୋକ ଆଚାରର ଉପର ପରସ୍ତକୁ କାଢ଼ିଦେଇ ବାକି ଆଚାର ବ୍ୟବହାର କରିବାକୁ ଚେଷ୍ଟା କରନ୍ତି।

କିନ୍ତୁ ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ଅନୁଯାୟୀ, ଫଙ୍ଗସ୍ ଲାଗିଥିବା ଆଚାରର କେବଳ ଉପର ଭାଗ ହଟାଇ ବାକି ଅଂଶ ଖାଇବା ନିରାପଦ ନୁହେଁ।Advertisment ଆହୁରି ପଢନ୍ତୁ :Chief Economic Advisor: ପୁରୁଣା ଗାଡ଼ି ପାଇଁ ଇ୧୦ ପେଟ୍ରୋଲ୍‌ ଫେରାଇ ଆଣ: ପ୍ରସ୍ତାବ ଦେଲେ ମୁଖ୍ୟ ଅର୍ଥନୈତିକ ପରାମର୍ଶଦାତା ବାୟୁମଣ୍ଡଳରେ ଆର୍ଦ୍ରତା ବୃଦ୍ଧି ପାଇବା ଏବଂ ଓଦା ଚାମଚ ବ୍ୟବହାର କରିବା ଦ୍ୱାରା ଆଚାରରେ ଫିମ୍ପି ଲାଗିଥାଏ।

ଆଚାରକୁ ବର୍ଷା ଦିନେ ନଷ୍ଟ ହେବାରୁ ରକ୍ଷା କରିବା ପାଇଁ ଆଜି ଆମେ ଆପଣଙ୍କୁ କିଛି ଗୁରୁତ୍ୱପୂର୍ଣ୍ଣ ଟିପ୍ସ ଦେବୁ | ଏହାକୁ ଆପଣ ଆପଣାଇଲେ ଆଚାରରେ ଜମା ବି ଫିମ୍ପି ଲାଗିବ ନାହିଁ | ଆହୁରି ପଢନ୍ତୁ :Late Home Guard Pradeep ସ୍ୱର୍ଗତ ହୋମଗାର୍ଡ ପ୍ରଦୀପ ମାର୍ଥାଙ୍କ ପରିବାରକୁ ୬.୫୫ ଲକ୍ଷ ଟଙ୍କା ସହାୟତା ୧.

ଶୁଖିଲା ଚାମଚର ବ୍ୟବହାରଆଚାର କାଢ଼ିବା ସମୟରେ ସବୁବେଳେ ସମ୍ପୂର୍ଣ୍ଣ ଶୁଖିଲା ଏବଂ ସଫା ଚାମଚ ବ୍ୟବହାର କରନ୍ତୁ।

ଓଦା ଚାମଚରୁ ଗୋଟିଏ କି ଦୁଇ ବୁନ୍ଦା ପାଣି ମଧ୍ୟ ଆଚାରରେ ଜୀବାଣୁ ବୃଦ୍ଧି କରିପାରେ, ଯାହାଫଳରେ ଆଚାର ଶୀଘ୍ର ଖରାପ ହୋଇଯାଏ।

ଆହୁରି ପଢନ୍ତୁ :Rahul Gandhi: ଆୟ ବର୍ହିଭୂତ ସମ୍ପତ୍ତି ମାମଲାରେ ରାହୁଲ ଗାନ୍ଧୀଙ୍କୁ ଆଶ୍ୱସ୍ତି ୨.

ଆଚାର ଖଣ୍ଡଗୁଡ଼ିକୁ ତେଲରେ ବୁଡ଼ାଇ ରଖନ୍ତୁପାରମ୍ପରିକ ତେଲ ଆଚାରରେ ସବୁବେଳେ ଲକ୍ଷ୍ୟ ରଖନ୍ତୁ ଯେପରି ଆଚାରର ଖଣ୍ଡଗୁଡ଼ିକ ତେଲ ତଳେ ବୁଡ଼ି ରହିବ।

ଯଦି ଆଚାର ଖଣ୍ଡ ତେଲ ଉପରକୁ ରହିଯାଏ, ତେବେ ସେଥିରେ ବାୟୁ ଓ ଓଦା ଭାବ ବାଜି ଫଙ୍ଗସ୍ ସୃଷ୍ଟି ହେବାର ସମ୍ଭାବନା ବଢ଼ିଯାଏ।

ଆବଶ୍ୟକ ପଡ଼ିଲେ ଗରମ କରି ଥଣ୍ଡା କରାଯାଇଥିବା ତେଲ ଅଳ୍ପ ମିଶାଇ ପାରିବେ।

ଆହୁରି ପଢନ୍ତୁ :Shubman Gill: ଗିଲ୍‌ଙ୍କ ଅବିଶ୍ୱସନୀୟ କ୍ୟାଚ୍‌ ୩.

କାଚ ଜାର୍ ବ୍ୟବହାର କରନ୍ତୁଆଚାର ରଖିବା ପାଇଁ ସଫା ଓ ଶୁଖିଲା କାଚ ବୋତଲ/ଜାର୍ ସବୁଠାରୁ ଉତ୍ତମ।

କାଚ ବାହାରର ଆର୍ଦ୍ରତାକୁ ଶୋଷଣ କରେନାହିଁ।

ପ୍ରତିଥର ଆଚାର କାଢ଼ିବା ପରେ ଢାଙ୍କୁଣିକୁ ଭଲ ଭାବରେ ବନ୍ଦ କରନ୍ତୁ।

ଆହୁରି ପଢନ୍ତୁ :Gaurang"s Death: ଗୌରାଙ୍ଗ ମୃତ୍ୟୁକୁ ବିତିଲା ୭ ଦିନ, ତଥାପି ନ୍ୟାୟ ଅପେକ୍ଷାରେ ପରିବାର ୪.

ସଠିକ୍ ସ୍ଥାନରେ ରଖନ୍ତୁଆଚାର ବୋତଲକୁ ଗ୍ୟାସ୍ ଷ୍ଟୋଭ୍ କିମ୍ବା ଅଧିକ ଉତ୍ତାପ ହେଉଥିବା ସ୍ଥାନରେ ରଖନ୍ତୁ ନାହିଁ।

ଏହାକୁ ଥଣ୍ଡା ଓ ଶୁଖିଲା ସ୍ଥାନରେ ରଖିବା ଉଚିତ୍।

ଜରୁରୀ ପଡ଼ିଲେ କମ୍ ଲୁଣ ଥିବା ଆଚାରକୁ ବର୍ଷା ଦିନେ ଫ୍ରିଜ୍ ଭିତରେ ମଧ୍ୟ ରଖିପାରିବେ।

୫.

ଆଚାର କମିଗଲେ ଛୋଟ ଜାର୍‌କୁ ବଦଳାନ୍ତୁବୋତଲରେ ଆଚାର କମିଗଲେ ଅଧିକ ଖାଲି ଜାଗା ରହେ, ଯେଉଁଥିରେ ବାୟୁ ଜମି ରହି ଆଚାର ଖରାପ କରିପାରେ।

ତେଣୁ ଆଚାର କମିଗଲେ ଏହାକୁ ଏକ ଛୋଟ ଏୟାର-ଟାଇଟ୍ କାଚ ଜାର୍‌କୁ ସିଫ୍ଟ କରିଦିଅନ୍ତୁ।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media