Gas cylinder: ଗ୍ୟାସ୍ ସିଲିଣ୍ଡରରେ ନିଆଁ ଲାଗିଲେ କ’ଣ କରିବେ? ଜାଣନ୍ତୁ କିଛି ମହତ୍ତ୍ୱପୂର୍ଣ୍ଣ ସୁରକ୍ଷା ଟିପ୍ସ
"ନୂଆଦିଲ୍ଲୀ: ଗ୍ୟାସ୍ ସିଲିଣ୍ଡରର ବ୍ୟବହାର ପ୍ରତ୍ୟେକ ଘରେ ହୋଇଥାଏ।
କିନ୍ତୁ ସାମାନ୍ୟ ଅସାବଧାନତା ଯୋଗୁଁ ବଡ଼ ଧରଣର ଦୁର୍ଘଟଣା ଘଟିପାରେ।
ଅନେକ ସମୟରେ ଗ୍ୟାସ୍ ସିଲିଣ୍ଡରରେ ନିଆଁଲାଗିଗଲେ ଲୋକମାନେ ଭୟଭୀତ ହୋଇପଡ଼ନ୍ତି ଏବଂ କ"ଣ କରିବେ ତାହା ବୁଝିପାରନ୍ତି ନାହିଁ।
ତେବେ ସଠିକ୍ ସୂଚନା ଏବଂ ସାବଧାନତା ଅବଲମ୍ବନ କଲେ ବଡ଼ ଧରଣର କ୍ଷତିରୁ ରକ୍ଷା ପାଇହେବ।Advertisment ନିଆଁ ଲାଗିଲେ ତୁରନ୍ତ କ"ଣ କରିବେ?ଭୟଭୀତ ହୁଅନ୍ତୁ ନାହିଁ: ଗ୍ୟାସ୍ ସିଲିଣ୍ଡର କିମ୍ବା ରେଗୁଲେଟରରେ ନିଆଁ ଲାଗିଲେ ସବୁଠାରୁ ପ୍ରଥମେ ନିଜକୁ ଶାନ୍ତ ରଖନ୍ତୁ ଏବଂ ଗ୍ୟାସ୍ ରେଗୁଲେଟର ବନ୍ଦ କରିବାକୁ ଚେଷ୍ଟା କରନ୍ତୁ।
ଆହୁରି ପଢନ୍ତୁ :Chandrasekaran: ସରକାରଙ୍କ କାନରେ ପଡ଼ିଲା ଟାଟା ବିବାଦ କଥା ଓଦା କପଡ଼ାର ବ୍ୟବହାର: ଯଦି ରେଗୁଲେଟର ନିକଟକୁ ଯିବା ସମ୍ଭବ, ତେବେ ଏକ ଓଦା ମୋଟା କପଡ଼ା କିମ୍ବା ଟାୱେଲ୍କୁ ନିଆଁ ଉପରେ ଘୋଡ଼ାଇ ଦିଅନ୍ତୁ।
ଏହାଦ୍ୱାରା ନିଆଁକୁ ଅମ୍ଳଜାନ ମିଳିବ ନାହିଁ ଏବଂ ନିଆଁ ଲିଭିଯିବ।
ସିଧାସଳଖ ପାଣି ଢାଳନ୍ତୁ ନାହିଁ: ଗ୍ୟାସ୍ ନିଆଁ ଉପରେ କେବେବି ସିଧାସଳଖ ପାଣି ଢାଳନ୍ତୁ ନାହିଁ, କାରଣ ଏହାଦ୍ୱାରା ନିଆଁ ଅଧିକ ବ୍ୟାପିପାରେ।
ଆହୁରି ପଢନ୍ତୁ :Ranchi Student Protest: ରାଞ୍ଚିର ଛାତ୍ର ଆନ୍ଦୋଳନ ସମ୍ପର୍କରେ ହେମନ୍ତ ସୋରେନଙ୍କୁ ଚିଠି ଲେଖିଲେ ରାହୁଲ ଗାନ୍ଧୀ...
ସୁରକ୍ଷିତ ଦୂରତା ବଜାୟ ରଖନ୍ତୁ: ଯଦି ନିଆଁ ଅଧିକ ବଢ଼ିଯାଏ, ତେବେ ତୁରନ୍ତ ଘରର ସମସ୍ତ ସଦସ୍ୟଙ୍କୁ ବାହାରକୁ ନେଇ ସୁରକ୍ଷିତ ଦୂରତାକୁ ଚାଲିଯାଆନ୍ତୁ।
ଦମକଳ ବାହିନୀକୁ ଖବର ଦିଅନ୍ତୁ: ନିଆଁ ଅଣାୟତ୍ତ ହେଲେ ବିଳମ୍ବ ନକରି ତୁରନ୍ତ ଦମକଳ ବାହିନୀକୁ କଲ୍ କରନ୍ତୁ ଏବଂ ପଡ଼ୋଶୀମାନଙ୍କୁ ମଧ୍ୟ ସଜାଗ କରନ୍ତୁ।
ଆହୁରି ପଢନ୍ତୁ :Court Judgement ପତ୍ନୀହନ୍ତାଙ୍କୁ ଆଜୀବନ ଜେଲ୍, ୧୫ ହଜାର ଟଙ୍କା ଜରିମାନା ସିଲିଣ୍ଡରକୁ ଘୁଞ୍ଚାନ୍ତୁ ନାହିଁ: ନିଆଁ ସମ୍ପୂର୍ଣ୍ଣ ନଲିଭିବା ପର୍ଯ୍ୟନ୍ତ ସିଲିଣ୍ଡରକୁ ହଲାଇବା କିମ୍ବା ଉଠାଇବାକୁ ଚେଷ୍ଟା କରନ୍ତୁ ନାହିଁ, ଏହାଦ୍ୱାରା ବିସ୍ଫୋରଣର ବିପଦ ବଢ଼ିଥାଏ।
ଦୁର୍ଘଟଣାରୁ ବର୍ତ୍ତିବା ପାଇଁ ଗୁରୁତ୍ୱପୂର୍ଣ୍ଣ ସୁରକ୍ଷା ନିୟମଆଇଏସଆଇ ମାର୍କ ପାଇପ୍ ବ୍ୟବହାର କରନ୍ତୁ: ଗ୍ୟାସ୍ ସିଲିଣ୍ଡର ଏବଂ ଚୁଲି ମଧ୍ୟରେ ସଦାସର୍ବଦା ଆଇଏସଆଇ ମାର୍କ ଥିବା ରବର ଟ୍ୟୁବ୍ ବ୍ୟବହାର କରନ୍ତୁ ଏବଂ ସମୟ ସମୟରେ ଏହାକୁ ବଦଳାନ୍ତୁ।
ଆହୁରି ପଢନ୍ତୁ :Chief Economic Advisor: ପୁରୁଣା ଗାଡ଼ି ପାଇଁ ଇ୧୦ ପେଟ୍ରୋଲ୍ ଫେରାଇ ଆଣ: ପ୍ରସ୍ତାବ ଦେଲେ ମୁଖ୍ୟ ଅର୍ଥନୈତିକ ପରାମର୍ଶଦାତା ରୋଷେଇ ପରେ ରେଗୁଲେଟର ବନ୍ଦ କରନ୍ତୁ: ରୋଷେଇ ସରିବା ପରେ ରେଗୁଲେଟରକୁ କଦାପି ଖୋଲା ଛାଡ଼ନ୍ତୁ ନାହିଁ।
ବାୟୁ ଚଳାଚଳର ସୁବିଧା: ରୋଷେଇ ଘରେ ପବନ ଚଳାଚଳ ପାଇଁ ବ୍ୟବସ୍ଥା ରଖନ୍ତୁ, ଯାହାଦ୍ୱାରା ଗ୍ୟାସ୍ ଲିକ୍ ହେଲେ ତାହା ଗୋଟିଏ ସ୍ଥାନରେ ଜମା ହୋଇ ରହିବ ନାହିଁ।
ଆହୁରି ପଢନ୍ତୁ :Late Home Guard Pradeep ସ୍ୱର୍ଗତ ହୋମଗାର୍ଡ ପ୍ରଦୀପ ମାର୍ଥାଙ୍କ ପରିବାରକୁ ୬.୫୫ ଲକ୍ଷ ଟଙ୍କା ସହାୟତା ଗ୍ୟାସ୍ ଗନ୍ଧ ବାହାରିଲେ: ଯଦି ରୋଷେଇ ଘରେ ଗ୍ୟାସ୍ ଗନ୍ଧ ହୁଏ, ତେବେ ତୁରନ୍ତ କବାଟ ଓ ଝରକା ଖୋଲି ଦିଅନ୍ତୁ।
କୌଣସି ଇଲେକ୍ଟ୍ରିକ୍ ସ୍ୱିଚ୍ ଅନ୍ କିମ୍ବା ଅଫ୍ କରନ୍ତୁ ନାହିଁ ଏବଂ ଗ୍ୟାସ୍ ଏଜେନ୍ସିକୁ ତୁରନ୍ତ ଜଣାନ୍ତୁ।
"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
