Cyclone: ବାତ୍ୟା ପରେ ଏବେ ଲଗାଣ ବର୍ଷା ଯୋଗୁଁ ଜଳବନ୍ଦୀ ଚିନ୍ତା
ବ୍ରହ୍ମପୁର: ବାତ୍ୟା 'ଅକଭାନ' ପ୍ରଭାବରେ ଏବେ ସମଗ୍ର ରାଜ୍ୟରେ ବର୍ଷା ଲାଗି ରହିଛି | ଲଗାଣ ବର୍ଷା ଯୋଗୁଁ କିଛି ସ୍ଥାନରେ ଜଳବନ୍ଦୀ ଭଳି ସମସ୍ୟା ଦେଖାଦେଇଥିବାବେଳେ ଲୋକଙ୍କ ଘରେ ପାଣି ପଶିଯାଇଛି | ବିଶେଷ କରି ଗଂଜାମର ଗୋପାଳପୁର ଓ ବ୍ରହ୍ଣପୁର ସହରରେ ଲୋକଙ୍କ ଘରେ ପାଣି ପଶିଯାଇଥିବାବେଳେ ତଳିଆ ଅଂଚଳରେ ଲୋକମାନେ ଜଳବନ୍ଦୀ ସମସ୍ୟାରେ ଥିବାର ନଜର ଆସିଛି | ତେବେ ଏନେଇ ମୁଖ୍ୟ ଶାସନ ସଚିବ କହିଛନ୍ତି ଯେ ବ୍ରହ୍ମପୁର ଓ ଦିଗପହଣ୍ଡି ଭଳି ସହରାଂଚଳ ରାସ୍ତା ଉପରେ ଅଧିକ ବର୍ଷା ଜନିତ ଜଳ ଯୋଗୁଁ ଜଳ ନିଷ୍କାସନ ବ୍ୟବସ୍ଥା କରାଯାଇଛି ।
ଏଥିପାଇଁ ଟିମ୍ ମୋଟର ବ୍ୟବସ୍ଥା ସହିତ ନିୟୋଜିତ ରହି କାର୍ଯ୍ୟ କରୁଛନ୍ତି ।
ଉଲ୍ଲେଖ ଥାଉ କି, ଆଜି ସକାଳ ୮.୩୦ ସୁଦ୍ଧା ବିଭିନ୍ନ ଜିଲ୍ଲାରେ ବର୍ଷାର ପରିମାଣ ରେକର୍ଡ କରାଯାଇଛି ।
Advertisment ଆହୁରି ପଢନ୍ତୁ : Ramayana: 'ଜଟାୟୁ ଆର୍ଥ ସେଣ୍ଟର'ର ପରିଦର୍ଶନରେ ଯିବେ ପ୍ରଧାନମନ୍ତ୍ରୀ ମୋଦୀ: 'ରାମାୟଣ' ଫିଲ୍ମ ପରେ ବଢ଼ିଲା ଏହି ପର୍ଯ୍ୟଟନସ୍ଥଳୀର ଲୋକପ୍ରିୟତା ଅଧିକ ବର୍ଷା ହୋଇଥିବା ଜିଲ୍ଲା ମଧ୍ୟରେ ଗଂଜାମ ଜିଲ୍ଲାରେ ୧୧୪ .୬ ମି.ମି., କେନ୍ଦ୍ରାପଡାରେ ୬୪.୬ ମିମି.
ପୁରୀରେ ୬୧ .୧ , ଜଗତସିଂହପୁରରେ ୫୧ .୩ , ଭଦ୍ରକରେ ୫୦.୯, ମୟୁରଭଂଜରେ ୪୩ .୯, ବାଲେଶ୍ୱରରେ ୪୩.୭ , କଟକରେ ୪୦.୪, ଯାଜପୁରରେ ୩୭.୫ , ନୟାଗଡରେ ୩୩ .୮, କନ୍ଧମାଳରେ ୩୩ .୫, ଢେଙ୍କାନାଳରେ ୩୨.୪, କେନ୍ଦୁଝରରେ ୨୯ .୮, ଖୋର୍ଦ୍ଧା ରେ ୨୪ .୫, ବଲାଙ୍ଗୀରରେ ୨୪.୪ ଗଜପତିରେ ୨୧.୯ ମି.ମି ବର୍ଷା ହୋଇଛି ।
ସମସ୍ତ ଜିଲ୍ଲାରେ ବର୍ଷା ହୋଇଛି ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
