Raid: ଖାଦ୍ୟ ସୁରକ୍ଷା ବିଭାଗ ଓ ପୌରପାଳିକାର ମିଳିତ ଚଢ଼ଉ, ଜରିମାନା ଗଣିଲେ ଦୋକାନୀ

Aug 27, 2026 - 13:11
Raid: ଖାଦ୍ୟ ସୁରକ୍ଷା ବିଭାଗ ଓ ପୌରପାଳିକାର ମିଳିତ ଚଢ଼ଉ, ଜରିମାନା ଗଣିଲେ ଦୋକାନୀ

"ଜୟପୁର: ରାକ୍ଷୀ ପୂର୍ଣ୍ଣିମା ପୂର୍ବରୁ ଜୟପୁର ସହରର ବିଭିନ୍ନ ହୋଟେଲ, ମିଠା ଓ ବେକେରୀ ଦୋକାନଗୁଡ଼ିକରେ ଖାଦ୍ୟ ସୁରକ୍ଷା ବିଭାଗ ଏବଂ ଜୟପୁର ପୌରପାଳିକା ତରଫରୁ ମିଳିତ ଭାବେ ବୁଧବାର ଜୋରଦାର ଯାଞ୍ଚ କରାଯାଇଥିଲା।

ସହରର ମୁଖ୍ୟ ରାସ୍ତାରେ ଥିବା ଓମ୍‌ଫେଡ୍ ଷ୍ଟଲରେ ଥିବା ଓମ୍‌ଫେଡ୍ ପନିରରୁ ଯାଞ୍ଚ ପ୍ରକ୍ରିୟା ଆରମ୍ଭ ହୋଇଥିଲା।

ପରେ ସହରରେ ଥିବା ବିଭିନ୍ନ ହୋଟେଲ ଓ ମିଠା ଦୋକାନରେ ପୃଥକ ପୃଥକ ଭାବେ ଯାଞ୍ଚ କରାଯାଇଥିଲା।

ଯାଞ୍ଚ ସମୟରେ କେତେକ ହୋଟେଲ୍ ଓ ମିଠା ଦୋକାନର ରୋଷେଇ ଗୃହ ଅତ୍ୟନ୍ତ ଅସ୍ୱାସ୍ଥ୍ୟକର ଓ ଅପରିଷ୍କାର ପରିବେଶ ସହ ଖାଦ୍ୟ ଲାଇସେନ୍ସ ନବୀକରଣ ହୋଇନଥିବା ଦେଖିବାକୁ ମିଳିଥିଲା।

ଏଥିପାଇଁ ଖାଦ୍ୟ ସୁରକ୍ଷା ବିଭାଗ ଓ ପୌରପାଳିକା ପକ୍ଷରୁ ୧୦୦୦ ଟଙ୍କାରୁ ୧୦ ହଜାର ଟଙ୍କା ପର୍ଯ୍ୟନ୍ତ ଜରିମାନା ଆଦାୟ କରାଯାଇଥିଲା।Advertisment ମିଠାର ସାମ୍ପୁଲ୍ ସଂଗ୍ରହ କରାଯାଇ ପରୀକ୍ଷା ପାଇଁ ପରୀକ୍ଷାଗାରକୁ ପଠାଯାଇଛି  ମିଠା ତିଆରିରେ ବ୍ୟବହୃତ ହେଉଥିବା ଖୁଆ, ଛେନା, ପନିର ଏବଂ ବିଭିନ୍ନ ମିଠାର ସାମ୍ପୁଲ୍ ସଂଗ୍ରହ କରାଯାଇ ପରୀକ୍ଷା ପାଇଁ ପରୀକ୍ଷାଗାରକୁ ପଠାଯାଇଛି।

ପ୍ରାଥମିକ ଯାଞ୍ଚ ପ୍ରକ୍ରିୟାରେ ପନିରରେ କୌଣସି କେମିକାଲ୍ ମିଶ୍ରଣ ମିଳିନଥିବା ବେଳେ ପରୀକ୍ଷା ରିପୋର୍ଟ ଆସିବା ପରେ ଆବଶ୍ୟକୀୟ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ନେଇ ଖାଦ୍ୟ ସୁରକ୍ଷା ଅଧିକାରୀ ପଙ୍କଜିନୀ ଦେହୁରୀ ସୂଚନା ଦେଇଛନ୍ତି।

ଏହି ମିଳିତ ଚଢ଼ଉରେ ଖାଦ୍ୟ ସୁରକ୍ଷା ଅଧିକାରୀଙ୍କ ସମେତ ଜୟପୁର ପୌରପାଳିକାର କାର୍ଯ୍ୟନିର୍ବାହୀ ଅଧିକାରୀ ପୂଜା ରାଉତଙ୍କ ନିର୍ଦେଶ କ୍ରମେ ଭୁବନୀ ହାଲ୍‌ବା, ସତ୍ୟନାରାୟଣ ପାତ୍ର ଓ ଜଗଦୀଶ ରାଓ ପ୍ରମୁଖ ଉପସ୍ଥିତ ରହି ଯାଞ୍ଚ ପ୍ରକ୍ରିୟା ପରିଚାଳନା କରିଥିଲେ।

ସୂଚନାଯୋଗ୍ୟ ଯେ, ଅଗଷ୍ଟ ୨୫ ତାରିଖରେ "ସମ୍ବାଦ"ରେ "ପନିର ସ୍ୱଚ୍ଛତାକୁ ନେଇ ସନ୍ଦେହ" ଶୀର୍ଷକରେ ଖବର ପ୍ରକାଶ ପାଇଥିଲା।

ତାହାକୁ ନେଇ ବୁଧବାର ଖାଦ୍ୟ ସୁରକ୍ଷା ବିଭାଗ ଓ ପୌରପାଳିକାର ମିଳିତ ପ୍ରୟାସରେ ଯାଞ୍ଚ ପ୍ରକ୍ରିୟା ହୋଇଥିଲା।

AI: ଟିବି ଚିହ୍ନଟରେ ଏଆଇର ସହାୟତା: ଛାତି ଏକ୍ସ-ରେ ବିଶ୍ଳେଷଣରେ ନୂଆ ପଦକ୍ଷେପ "

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Master Data Analytics

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)