Rahul Gandhi: ରାହୁଲ ଗାନ୍ଧୀଙ୍କ ସୁରକ୍ଷା ଦଳର ଗାଡ଼ି ଦୁର୍ଘଟଣାର ତଦନ୍ତ ପାଇଁ ଏସଆଇଟି ଗଠନ: ଆଇଜି କିରଣ ଏସ.ଙ୍କୁ ଦାୟିତ୍ବ

Oct 26, 2026 - 14:55
Rahul Gandhi: ରାହୁଲ ଗାନ୍ଧୀଙ୍କ ସୁରକ୍ଷା ଦଳର ଗାଡ଼ି ଦୁର୍ଘଟଣାର ତଦନ୍ତ ପାଇଁ ଏସଆଇଟି ଗଠନ: ଆଇଜି କିରଣ ଏସ.ଙ୍କୁ ଦାୟିତ୍ବ

ଲକ୍ଷ୍ନୌ: ଉତ୍ତର ପ୍ରଦେଶର ଲକ୍ଷ୍ନୌରେ ରାହୁଲ ଗାନ୍ଧୀଙ୍କ ସୁରକ୍ଷା ଦଳ ଗାଡି ଦୁର୍ଘଟଣାର ତଦନ୍ତ ପାଇଁ ଏକ ସ୍ୱତନ୍ତ୍ର ତଦନ୍ତ ଦଳ ( ଏସଆଇଟି ) ଗଠନ କରାଯାଇଛି।

ପୁଲିସ ମହାନିର୍ଦ୍ଦେଶକ ( ଡିଜିପି )ଙ୍କ ନିର୍ଦ୍ଦେଶରେ ଉତ୍ତର ପ୍ରଦେଶ ପୁଲିସ ମୁଖ୍ୟାଳୟ ଏହି ନିଷ୍ପତ୍ତି ନେଇଛି।

ରାହୁଲ ଗାନ୍ଧୀଙ୍କ ସୁଲତାନପୁର ଗସ୍ତ ସମୟରେ ତାଙ୍କ ସୁରକ୍ଷା ଦଳ ଗାଡି ପଛରେ ଥିବା ଗାଡ଼ିଗୁଡ଼ିକ ଦୁର୍ଘଟଣା ର ସମ୍ମୁଖୀନ ହୋଇଥିଲେ।

Advertisment ଦୁର୍ଘଟଣାର ତଦନ୍ତ ପାଇଁ ଲକ୍ଷ୍ନୌ ରେଞ୍ଜ ଆଇଜି କିରଣ ଏସ.ଙ୍କୁ ସ୍ୱତନ୍ତ୍ର ତଦନ୍ତ ଦଳର ମୁଖ୍ୟ ନିଯୁକ୍ତ କରାଯାଇଛି।

ଅତିରିକ୍ତ ପୁଲିସ ଅଧିକ୍ଷକ ବ୍ରଜ ନାରାୟଣ ସିଂହ ଏବଂ ସିଓ ଟ୍ରାଫିକ୍ ରାମ କୃଷ୍ଣ ଚତୁର୍ବେଦୀ ଏସଆଇଟି ତଦନ୍ତ ଦଳର ସଦସ୍ୟ ରହିଛନ୍ତି।

ତ୍ରୁଟି ରହିଛି କି ନାହିଁ ତାହାକୁ ନେଇ ଯାଞ୍ଚ୍ ଦୁର୍ଘଟଣାର କାରଣ, ପରିସ୍ଥିତି ଏବଂ ସମ୍ଭାବ୍ୟ ଅବହେଳା ସମ୍ପର୍କରେ ଏସଆଇଟି ଦଳ ବିସ୍ତୃତ ତଦନ୍ତ କରିବ।

ତଦନ୍ତରେ ସୁରକ୍ଷା, ଏସ୍କର୍ଟ ବ୍ୟବସ୍ଥା ଏବଂ ଟ୍ରାଫିକ୍ ପରିଚାଳନାରେ କୌଣସି ତ୍ରୁଟି ରହିଛି କି ନାହିଁ ତାହା ମଧ୍ୟ ଯାଞ୍ଚ୍ କରାଯିବ।

ଏସଆଇଟିକୁ ଯଥାଶୀଘ୍ର ପୁଲିସ ମୁଖ୍ୟାଳୟକୁ ଏକ ବିସ୍ତୃତ ତଦନ୍ତ ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।

୧୧୩ଟି ଡ୍ରୋନ୍ ଖସାଇ ଦେଇଛି ୟୁକ୍ରେନ

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)