Death: ଗୁଜୁରାଟରେ ସଡ଼କ ଦୁର୍ଘଟଣା: ଗୁଡାରି ଅଞ୍ଚଳର ଓଡ଼ିଆ ଶ୍ରମିକଙ୍କ ମୃତ୍ୟୁ: ସହାୟତା ପାଇଁ ପରିବାରର ଆକୁଳ ନିବେଦନ

Oct 26, 2026 - 13:21
Death: ଗୁଜୁରାଟରେ ସଡ଼କ ଦୁର୍ଘଟଣା: ଗୁଡାରି ଅଞ୍ଚଳର ଓଡ଼ିଆ ଶ୍ରମିକଙ୍କ ମୃତ୍ୟୁ: ସହାୟତା ପାଇଁ ପରିବାରର ଆକୁଳ ନିବେଦନ

ଗୁଡାରି (ମକରଧ୍ଵଜ କାଦମ୍ବାଲୁ): ରାୟଗଡ଼ା ଜିଲ୍ଲା ଗୁଡାରି ବ୍ଲକ ପେଣ୍ଡିଲି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଗୌଡ଼ ଢେପାଗୁଡା ଗ୍ରାମର ଏକ ଗରିବ ପରିବାର ଉପରେ ଭାଙ୍ଗିପଡିଛି ଦୁଃଖର ପାହାଡ଼।

ସୁଦୂର ଗୁଜୁରାଟ ରାଜ୍ୟର ବଦଦରା ସହରକୁ ଦାଦନ ଖଟିବାକୁ ଯାଇଥିବା ଜଣେ ଓଡ଼ିଆ ଶ୍ରମିକଙ୍କର ସଡ଼କ ଦୁର୍ଘଟଣାରେ ଅକାଳ ବିୟୋଗ ହୋଇଛି।

ମୃତ ଶ୍ରମିକ ଜଣକ ହେଉଛନ୍ତି ଟିଟିମିରି ନିମାଲ ଓ ଧର୍ମପତ୍ନୀ ଗୋଲାପୀ ନିମାଲଙ୍କ ୨୩ ବର୍ଷୀୟ ପୁତ୍ର ହେମାନନ୍ଦ ନିମାଲ।

Advertisment ମିଳିଥିବା ସୂଚନା ଅନୁଯାୟୀ, ହେମାନନ୍ଦ ବଦଦରା ସହରର ଏକ ଘରୋଇ କମ୍ପାନିରେ କାମ କରୁଥିଲେ।

ଗତକାଲି କୌଣସି କାମରେ ସେ ଏକ ସ୍କୁଟି ଯୋଗେ ରାଜ୍ୟ ରାଜପଥରେ ଯାଉଥିବା ସମୟରେ ପଛପଟୁ ଏକ ଦ୍ରୁତଗାମୀ ହାଇବା ଗାଡ଼ି ତାଙ୍କୁ ଜୋରରେ ଧକ୍କା ଦେଇଥିଲା।

ଫଳରେ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଥିଲା।

ଦୁର୍ଘଟଣା ସମ୍ପର୍କରେ ଖବର ପାଇ ସେଠାରେ ରହୁଥିବା ତାଙ୍କ ସମ୍ପର୍କୀୟମାନେ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ତାଙ୍କୁ ସ୍ଥାନୀୟ ମେଡିକାଲକୁ ନେଇଥିଲେ।

ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିବା ପରେ ଗୁଜୁରାଟ ପୁଲିସ ଶବ ବ୍ୟବଚ୍ଛେଦ କରି ମୃତଶରୀରକୁ ସମ୍ପର୍କୀୟଙ୍କୁ ହସ୍ତାନ୍ତର କରିଥିଲା।ସୁଦୂର ଗୁଜୁରାଟରୁ ନିଜ ଗ୍ରାମ ଢେପାଗୁଡାକୁ ମରଶରୀର ଆଣିବା ଆର୍ଥିକ ଅଭାବ କାରଣରୁ ପରିବାର ଓ ସମ୍ପର୍କୀୟଙ୍କ ପକ୍ଷେ ଅସମ୍ଭବ ହୋଇପଡିଥିଲା।

ଫଳରେ ବାଧ୍ୟ ହୋଇ ଗୁଜୁରାଟ ମାଟିରେ ପ୍ରଭାସି ଓଡ଼ିଆ ଙ୍କ ସହାୟତାରେ ଅତି ଦୁଃଖର ସହ ହେମାନନ୍ଦଙ୍କ ଶେଷକୃତ୍ୟ ସମ୍ପନ୍ନ କରାଯାଇଛି।

ସେପଟେ ଘରର ଏକମାତ୍ର ରୋଜଗାରିଆ ପୁଅକୁ ହରାଇ ବୃଦ୍ଧ ବାପା-ମାଆ ସମ୍ପୂର୍ଣ୍ଣ ଭାଙ୍ଗି ପଡ଼ିଛନ୍ତି।

ଏହି ଖବର ପ୍ରଚାରିତ ହେବା ପରେ ସ୍ଥାନୀୟ ଗ୍ରାମବାସୀ, ବନ୍ଧୁବାନ୍ଧବ ଓ ସାଙ୍ଗସାଥୀଙ୍କ ମଧ୍ୟରେ ଗଭୀର ଶୋକର ଛାୟା ଖେଳିଯାଇଛି।

ପିତାମାତା ସମ୍ପୂର୍ଣ୍ଣ ନିରାଶ୍ରୟ ହୋଇପଡ଼ିଛନ୍ତି ଏଠାରେ ଉଲ୍ଲେଖଯୋଗ୍ୟ ଯେ, ଗୁଡାରି ଅଞ୍ଚଳରେ ସ୍ଥାନୀୟ ସ୍ତରରେ କାମଧନ୍ଦା ଓ ରୋଜଗାରର କୌଣସି ସୁବିଧା ନଥିବାରୁ ବାଧ୍ୟ ହୋଇ ପ୍ରତିବର୍ଷ ଶହ ଶହ ଭେଣ୍ଡିଆ ପୁଅ ଅନ୍ୟ ରାଜ୍ୟକୁ କାମ କରିବାକୁ ଯାଉଛନ୍ତି।

ପୂର୍ବରୁ ମଧ୍ୟ ଗୁଡାରି ଅଞ୍ଚଳର ଅନେକ ଶ୍ରମିକଙ୍କର ବାହାର ରାଜ୍ୟରେ ଏଭଳି ଅଘଟଣରେ ମୃତ୍ୟୁ ଘଟିଥିବା ନଜିର ରହିଛି।

ପରିବାରର ଏକମାତ୍ର ସାହାରା ଚାଲିଯିବା ପରେ ଏବେ ଏହି ଅସହାୟ ପିତାମାତା ସମ୍ପୂର୍ଣ୍ଣ ନିରାଶ୍ରୟ ହୋଇପଡ଼ିଛନ୍ତି ଏବଂ ସରକାରୀ ସହାୟତା ପାଇଁ ପ୍ରଶାସନ ନିକଟରେ ଆକୁଳ ନିବେଦନ କରିଛନ୍ତି।

Review: ସମ୍ଭାବ୍ୟ ବାତ୍ୟା ଓ ବର୍ଷା ମୁକାବିଲା ପ୍ରସ୍ତୁତିର ସମୀକ୍ଷା କଲେ ବରିଷ୍ଠ ପ୍ରଶାସନିକ ଅଧିକାରୀ ବିଜୟ କୁମାର ଦାସ

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)