Drone Attack: ରୁଷରେ ୟୁକ୍ରେନ ପକ୍ଷରୁ ଡ୍ରୋନ୍ ଆକ୍ରମଣ: ୨ ମୃତ, ୧୭ ଆହତ, ଟ୍ରେନ୍ ସେବା ପ୍ରଭାବିତ

Oct 26, 2026 - 14:39
Drone Attack: ରୁଷରେ ୟୁକ୍ରେନ ପକ୍ଷରୁ ଡ୍ରୋନ୍ ଆକ୍ରମଣ: ୨ ମୃତ, ୧୭ ଆହତ, ଟ୍ରେନ୍ ସେବା ପ୍ରଭାବିତ

ମସ୍କୋ: ରୁଷର ଭୋରୋନେଜ୍ ଅଞ୍ଚଳରେ ୟୁକ୍ରେନ ପକ୍ଷରୁ ହୋଇଥିବା ଡ୍ରୋନ୍ ଆକ୍ରମଣରେ ଦୁଇ ଜଣଙ୍କର ମୃତ୍ୟୁ ଘଟିଛି ଏବଂ ଜଣେ ଶିଶୁ ସମେତ ୧୭ ଜଣ ଆହତ ହୋଇଛନ୍ତି।

ଭୋରୋନେଜ୍ ରାଜ୍ୟପାଳ ଆଲେକଜାଣ୍ଡାର ଗୁସେଭ୍ ଆକ୍ରମଣକୁ ନିଶ୍ଚିତ କରିଛନ୍ତି ଏବଂ କହିଛନ୍ତି ଯେ, ରୁଷୀୟ ବାୟୁ ପ୍ରତିରକ୍ଷା ପ୍ରଣାଳୀ ଏହି ଅଞ୍ଚଳରେ ୧୧୩ଟି ୟୁକ୍ରେନ ଡ୍ରୋନ୍ ଖସାଇ ଦେଇଛି।

Advertisment ଗୁସେଭ ଏକ ମେସେଜିଂ ଆପ୍‌ରେ ସୂଚନା ସେୟାର କରି କହିଛନ୍ତି ଯେ, ରାତିସାରା ଆକ୍ରମଣ ସମୟରେ ରୁଷୀୟ ବାୟୁ ପ୍ରତିରକ୍ଷା ପ୍ରଣାଳୀ ସମ୍ପୂର୍ଣ୍ଣ ସକ୍ରିୟ ରହିଥିଲା।

ଡ୍ରୋନର ଭଗ୍ନାବଶେଷ ପଡ଼ିବା ଯୋଗୁଁ ଅନେକ ଶିଳ୍ପ ଅଞ୍ଚଳରେ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି।

ଏହାକୁ ନିୟନ୍ତ୍ରଣ କରିବା ପାଇଁ ଅଗ୍ନିଶମ ଏବଂ ଜରୁରୀକାଳୀନ ଦଳ କାମ କରୁଛନ୍ତି।

ଟ୍ରେନ କ୍ଷତିଗ୍ରସ୍ତ ଏବଂ ପାଞ୍ଚ ଜଣ ଯାତ୍ରୀ ଆହତ ରୁଷ ରେଳବାଇ ଅନୁଯାୟୀ, କ୍ରାସନୋଡାର ଅଞ୍ଚଳର ଏକ ଲୋକପ୍ରିୟ ପର୍ଯ୍ୟଟନ ସହର ଆନାପାରୁ ରାଜଧାନୀ ମସ୍କୋ ଯାଉଥିବା ଏକ ଯାତ୍ରୀବାହୀ ଟ୍ରେନ୍ ମଧ୍ୟ ଆକ୍ରମଣର ଶିକାର ହୋଇଛି।

ଆକ୍ରମଣରେ ଟ୍ରେନ କ୍ଷତିଗ୍ରସ୍ତ ହୋଇଛି ଏବଂ ପାଞ୍ଚ ଜଣ ଯାତ୍ରୀ ଆହତ ହୋଇଛନ୍ତି।

ମନି ଲଣ୍ଡରିଂ ନିବାରଣ ଆଇନ ପରିସରରେ ଆସୁଛି ମାମଲା ସୁରକ୍ଷାକୁ ଦୃଷ୍ଟିରେ ରଖି ଭୋରୋନେଜ୍ ଦେଇ ଯାଇଥିବା ସମସ୍ତ ରେଳ ନେଟୱାର୍କର ଯାତ୍ରୀବାହୀ ଟ୍ରେନ୍ ସେବାକୁ ଅସ୍ଥାୟୀ ଭାବରେ ବନ୍ଦ କରାଯାଇଛି।

ରୁଷ-ୟୁକ୍ରେନ ସୀମା ନିକଟରେ ଅବସ୍ଥିତ ଭୋରୋନେଜ୍ ଏକ ରଣନୈତିକ ଏବଂ ପରିବହନ କେନ୍ଦ୍ର, ଯେଉଁଠାରେ ଗତ କିଛି ମାସ ମଧ୍ୟରେ ୟୁକ୍ରେନ ପକ୍ଷରୁ ଭିତ୍ତିଭୂମି ଏବଂ ଶିଳ୍ପ ଗୁଡ଼ିକୁ ଟାର୍ଗେଟ କରି ଅନେକ ଆକ୍ରମଣ କରାଯାଇଛି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)