Rahul Gandhi: ରାହୁଲଙ୍କ ବିରୋଧରେ ଆପରାଧିକ ମାନହାନି ଅଭିଯୋଗ, ସମନ୍ ଖାରଜ କଲେ ସୁପ୍ରିମକୋର୍ଟ
"ନୂଆଦିଲ୍ଲୀ: ଲୋକସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ବିନାୟକ ଦାମୋଦର ସବରକରଙ୍କ ବିରୋଧରେ ଦେଇଥିବା ଟିପ୍ପଣୀ ପାଇଁ ତାଙ୍କ ବିରୋଧରେ ଯେଉଁ ଆପରାଧିକ ମାନହାନି ଅଭିଯୋଗ ହୋଇଥିଲା ଏବଂ ଟ୍ରାଏଲ କୋର୍ଟଙ୍କ ଦ୍ବାରା ସମନ୍ ଜାରି କରାଯାଇଥିଲା ତାକୁ ଆଜି ସୁପ୍ରିମକୋର୍ଟ ଖାରଜ କରିଦେଇଛନ୍ତି।
ଜଷ୍ଟିସ୍ ଦୀପଙ୍କର ଦତ୍ତ ଓ ଜଷ୍ଟିସ୍ ଶୀଲ ନାଗୁଙ୍କୁ ନେଇ ଗଠିତ ଖଣ୍ଡପୀଠ କହିଛନ୍ତି , ଏହି ମାମଲାରେ ଆବଶ୍ୟକ ଅନୁମୋଦନ ନିଆଯାଇନଥିଲା।Advertisment ଆହୁରି ପଢନ୍ତୁ: Indian captain: ଗଲ୍ରେ ଶ୍ରୀଲଙ୍କା ବିପକ୍ଷ ପ୍ରଥମ ଟେଷ୍ଟ୍ ପୂର୍ବରୁ ଭାରତୀୟ ଅଧିନାୟକ ନିଜର ଲକ୍ଷ୍ୟ ସ୍ପଷ୍ଟ କରିଛନ୍ତି ଖଣ୍ଡପୀଠ କହିଛନ୍ତି, ଅତିରିକ୍ତ ସଲିସିଟର ଜେନେରାଲ୍ ଏବଂ ଅଭିଯୋଗକାରୀଙ୍କ ଓକିଲ, ଉତ୍ତରପ୍ରଦେଶ ପକ୍ଷରୁ ଦାଖଲ ହୋଇଥିବା ସତ୍ୟପାଠରେ ଅନୁମୋଦନ ନିଆଯାଇଥିବାର କୌଣସି ଉଲ୍ଲେଖ ନାହିଁ ବୋଲି ଦର୍ଶାଇଛନ୍ତି।
ଏହି ପରିସ୍ଥିତିରେ ମାଜିଷ୍ଟ୍ରେଟ୍ଙ୍କ ଦ୍ୱାରା ଜାରି ହୋଇଥିବା ଅଭିଯୋଗ ଓ ଆଦେଶଗୁଡ଼ିକୁ ଖାରଜ କରାଯାଉଛି।
ଉଲ୍ଲେଖଯୋଗ୍ୟ ୨୦୨୨ ନଭେମ୍ବର ୧୭ରେ ମହାରାଷ୍ଟ୍ରର ଅକୋଲା ଜିଲ୍ଲାରେ ଭାରତ ଯୋଡ଼ୋ ଯାତ୍ରା ସମୟରେ ଏକ ସଭାରେ ରାହୁଲ ଗାନ୍ଧୀ ସବରକରଙ୍କ ସମ୍ପର୍କରେ ଦେଇଥିବା ମନ୍ତବ୍ୟ ପାଇଁ ତାଙ୍କ ବିରୋଧରେ ମାନହାନି ମକଦ୍ଦମା ଚାଲିଥିଲା।
ଆହୁରି ପଢନ୍ତୁ: SBI: ବ୍ୟାଙ୍କ କ୍ଲର୍କ ଭାବେ କାମ କରିବାକୁ ଆଗ୍ରହୀ ପ୍ରାର୍ଥୀଙ୍କ ପାଇଁ ଚାକିରି ସୁଯୋଗ ୨୦୨୫ ଏପ୍ରିଲ୍ ୪ରେ ହାଇକୋର୍ଟର ଲକ୍ଷ୍ନୌ ଖଣ୍ଡପୀଠ କହିଥିଲେ ଯେ, ରାହୁଲ ଗାନ୍ଧୀ ସେସନ୍ସ କୋର୍ଟରେ ରିଭିଜନ୍ ପିଟିସନ୍ ଦାଖଲ କରିପାରିବେ।
ତେଣୁ ଏହି ପର୍ଯ୍ୟାୟରେ ହାଇକୋର୍ଟଙ୍କ ହସ୍ତକ୍ଷେପ ଆବଶ୍ୟକ ନାହିଁ।
ରାହୁଲ ଗାନ୍ଧୀ ତାଙ୍କୁ ଏହି ମାମଲାରେ ସମନ୍ କରିବା ସଂକ୍ରାନ୍ତ ତଳ କୋର୍ଟର ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରିଥିଲେ।
ଏଥିସହ ତାଙ୍କ ବିରୋଧରେ ଚାଲିଥିବା ମାମଲାର କାର୍ଯ୍ୟାନୁଷ୍ଠାନକୁ ମଧ୍ୟ ସେ ବିରୋଧ କରିଥିଲେ।
ଉଲ୍ଲେଖଯୋଗ୍ୟ ଓକିଲ ନୃପେନ୍ଦ୍ର ପାଣ୍ଡେ ଏକ ଅଭିଯୋଗ ଦାଖଲ କରି କହିଥିଲେ ଯେ ସଭା ସମୟରେ ରାହୁଲ ଗାନ୍ଧୀ ଜାଣିଶୁଣି ସବରକରଙ୍କୁ ଅପମାନିତ କରିଥିଲେ।
ଅଭିଯୋଗକାରୀଙ୍କ ଦାବି ଥିଲା ଯେ, ସାବରକରଙ୍କୁ ବଦନାମ କରିବା ପାଇଁ ରାହୁଲ ଗାନ୍ଧୀଙ୍କ ମନ୍ତବ୍ୟ ଏକ ସୁଚିନ୍ତିତ ଷଡ଼ଯନ୍ତ୍ରର ଅଂଶ ଥିଲା।
"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
