Rahul Gandhi: ଭୋଟ୍ ଚୋରି’ର ପ୍ରମାଣ ଦେବାରେ ବିରୋଧୀଙ୍କ ୪୦ ଦିନ ବିଳମ୍ବ

Nov 20, 2026 - 19:14
Rahul Gandhi: ଭୋଟ୍ ଚୋରି’ର ପ୍ରମାଣ ଦେବାରେ ବିରୋଧୀଙ୍କ ୪୦ ଦିନ ବିଳମ୍ବ

ନୂଆଦିଲ୍ଲୀ: ଦେଶର ବିଭିନ୍ନ ନିର୍ବାଚନରେ ଭୋଟ୍ ଚୋରି ହୋଇଥିବା ଅଭିଯୋଗ କରି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଙ୍କୁ ପ୍ରମାଣ ଦେବାକୁ ପ୍ରତିଶ୍ରୁତି ଦେଇଥିବା ବିରୋଧୀ ଇଣ୍ଡିମେଣ୍ଟ ଏଯାଏଁ ତାହା ଦାଖଲ କରିନାହିଁ।

ଏହି ପ୍ରତିଶ୍ରୁତିର ୪୦ ଦିନ ବିତିଯାଇଥିଲେ ମଧ୍ୟ ପ୍ରମାଣ ସଂଗ୍ରହ ଓ ସଂକଳନ କାର୍ଯ୍ୟ ଚାଲିଥିବା କଂଗ୍ରେସ ନେତାମାନେ କହୁଛନ୍ତି।

ଅନ୍ୟପକ୍ଷରେ ମେଣ୍ଟର କେତେକ ସହଯୋଗୀ ଦଳ ଏ ସମ୍ପର୍କରେ କୌଣସି ନୂଆ ଆଲୋଚନା ହୋଇନଥିବା କହିଛନ୍ତି।

ଏହାକୁ ନେଇ ବିରୋଧୀ ମେଣ୍ଟର ପ୍ରସ୍ତୁତି ଓ ସମନ୍ୱୟ ଉପରେ ପ୍ରଶ୍ନ ଉଠିଛି।

Advertisment ଗତ ଅକ୍ଟୋବର ୯ ତାରିଖରେ ଲୋକସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଙ୍କ ନେତୃତ୍ୱରେ ଇଣ୍ଡିମେଣ୍ଟର ଏକ ପ୍ରତିନିଧିମଣ୍ଡଳୀ ନୂଆଦିଲ୍ଲୀସ୍ଥିତ ରାଷ୍ଟ୍ରପତି ଭବନରେ ରାଷ୍ଟ୍ରପତି ମୁର୍ମୁଙ୍କୁ ଭେଟିଥିଲେ।

ଏଥିରେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେ, ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ, ଜମ୍ମୁ-କାଶ୍ମୀର ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା, ଏନ୍‌ସିପି (ଶରଦ ପାୱାର)ର ସୁପ୍ରିୟା ସୁଲେ, ଆର୍‌ଜେଡିର ମନୋଜ ଝା ଓ ଅନ୍ୟ ବିରୋଧୀ ନେତାମାନେ ସାମିଲ ଥିଲେ।

କଂଗ୍ରେସ କହିଲା, ପ୍ରମାଣ ଏକାଠି ହେଲେ ଦାଖଲ କରାଯିବ ଏହି ବୈଠକରେ ବିରୋଧୀ ଦଳଗୁଡ଼ିକ ନିର୍ବାଚନ ଆୟୋଗ ଓ ମୁଖ୍ୟ ନିର୍ବାଚନ ଆୟୁକ୍ତ (ସିଇସି) ଜ୍ଞାନେଶ କୁମାରଙ୍କ ବିରୋଧରେ ଅଭିଯୋଗ ଉଠାଇଥିଲେ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହ ଓ ସିଇସି ଜ୍ଞାନେଶ କୁମାର ମିଶି ଗଣତନ୍ତ୍ରକୁ ଦୁର୍ବଳ କରିବା ପାଇଁ ଷଡ଼୍‌ଯନ୍ତ୍ର କରିଥିବା ଅଭିଯୋଗ କରାଯାଇଥିଲା।

ହରିୟାଣା, ମହାରାଷ୍ଟ୍ର, ମଧ୍ୟପ୍ରଦେଶ, ଛତିଶଗଡ଼, ବିହାର, ଦିଲ୍ଲୀ ଓ ପଶ୍ଚିମବଙ୍ଗ ସମେତ ବିଭିନ୍ନ ନିର୍ବାଚନରେ ଅନିୟମିତତା ହୋଇଥିବା ମଧ୍ୟ ଦାବି କରାଯାଇଥିଲା।

ରାଷ୍ଟ୍ରପତିଙ୍କୁ ଭେଟିବା ପରେ ରାହୁଲ କହିଥିଲେ ଯେ, ରାଷ୍ଟ୍ରପତି ତାଙ୍କ ଅଭିଯୋଗକୁ ଖଣ୍ଡନ କରିନଥିଲେ, ବରଂ ଭୋଟ୍ ଚୋରିର ପ୍ରମାଣ ଦେବାକୁ କହିଥିଲେ।

ବିରୋଧୀ ମେଣ୍ଟ ନିଜ ପାଖରେ ଥିବା ତଥ୍ୟ ଦାଖଲ କରିବାକୁ ପ୍ରସ୍ତୁତ ବୋଲି ସେ କହିଥିଲେ।

ଖଡ଼ଗେ ମଧ୍ୟ ଭୋଟ୍ ଚୋରିର ପ୍ରମାଣ ସଂଗ୍ରହ କରାଯାଉଥିବା ଏବଂ ତାହା ରାଷ୍ଟ୍ରପତିଙ୍କୁ ଦିଆଯିବ ବୋଲି କହିଥିଲେ।

ତେବେ ୪୦ ଦିନ ପରେ ମଧ୍ୟ ଏହି ପ୍ରମାଣ ଦାଖଲ ହୋଇନଥିବା ସମ୍ପର୍କରେ ଜଣେ ବରିଷ୍ଠ କଂଗ୍ରେସ ନେତା କହିଛନ୍ତି ଯେ, ପ୍ରମାଣଗୁଡ଼ିକୁ ଏକାଠି କରିବା କାମ ଚାଲିଛି।

ଏହା ସମ୍ପୂର୍ଣ୍ଣ ହେବା ପରେ ରାଷ୍ଟ୍ରପତିଙ୍କୁ ଦିଆଯିବ।

ବିରୋଧୀଙ୍କ ଚାରିଟି ପ୍ରମୁଖ ଦାବି ରହିଥିଲା।

ସିଇସି ଜ୍ଞାନେଶ କୁମାରଙ୍କ ଇସ୍ତଫା, ୨୦୨୩ର ନିର୍ବାଚନ ଆୟୁକ୍ତ ନିଯୁକ୍ତି ଆଇନର ପ୍ରତ୍ୟାହାର, ଏସ୍‌ଆଇଆର୍‌ ବନ୍ଦ କରିବା ଓ କାଗଜ ବାଲଟ୍‌ରେ ନିର୍ବାଚନ କରାଇବା ଏହି ଦାବିଗୁଡ଼ିକ ମଧ୍ୟରେ ରହିଥିଲା।

ଏସ୍‌ଆଇଆର୍‌ରେ ୧୩.୩ କୋଟି ଭୋଟରଙ୍କ ନାମ ବେଆଇନ ଭାବେ କାଟି ଦିଆଯାଇଥିବା ମଧ୍ୟ ବିରୋଧୀ ଅଭିଯୋଗ କରିଥିଲେ।

ଏବେ ସଂସଦର ଆଗାମୀ ଅଧିବେଶନ ପୂର୍ବରୁ ବିରୋଧୀ ମେଣ୍ଟ ରାଷ୍ଟ୍ରପତିଙ୍କୁ ପ୍ରମାଣ ଦାଖଲ କରିବ କି ନାହିଁ, ତାହା ଉପରେ ନଜର ରହିଛି।

ତେବେ ଭୋଟ୍ ଚୋରି ସମ୍ପର୍କିତ ବିରୋଧୀଙ୍କ ଅଭିଯୋଗକୁ ନିର୍ବାଚନ ଆୟୋଗ ଓ ବିଜେପି ପୂର୍ବରୁ ଖଣ୍ଡନ କରିଆସିଛନ୍ତି।

ଦିନସାରା ହଠାତ୍ ଆଖି ପତା ଛିଟକିବା ବା ଝିମିଝିମି ହେବାର କାରଣ କ'ଣ?

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)