Supreme Court: ସୁପ୍ରିମ୍‌କୋର୍ଟ ରେଜିଷ୍ଟ୍ରିରେ ‘ସଂସ୍ଥାଗତ ଅବହେଳା’: ଇଡି ଆବେଦନର ତିନିବର୍ଷ ବିଳମ୍ବର ତଦନ୍ତ ନିର୍ଦ୍ଦେଶ

Nov 20, 2026 - 19:14
Supreme Court: ସୁପ୍ରିମ୍‌କୋର୍ଟ ରେଜିଷ୍ଟ୍ରିରେ ‘ସଂସ୍ଥାଗତ ଅବହେଳା’: ଇଡି ଆବେଦନର ତିନିବର୍ଷ ବିଳମ୍ବର ତଦନ୍ତ ନିର୍ଦ୍ଦେଶ

ନୂଆଦିଲ୍ଲୀ: ସୁପ୍ରିମ୍‌କୋର୍ଟ ରେ ଏକ ମାମଲାର ଶୁଣାଣି ପାଇଁ ତାଲିକାଭୁକ୍ତ କରିବାରେ ପ୍ରାୟ ତିନିବର୍ଷ ବିଳମ୍ବ ହେବା ଘଟଣାକୁ ଗମ୍ଭୀରତାର ସହ ନେଇଛନ୍ତି ପ୍ରଧାନ ବିଚାରପତି (ସିଜେଆଇ) ସୂର୍ଯ୍ୟକାନ୍ତ।

ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ପକ୍ଷରୁ ଦାଖଲ ଏକ ଆବେଦନ ଉପରେ ଦୀର୍ଘଦିନ ଧରି ଶୁଣାଣି ହୋଇ ନ ଥିବାରୁ କୋର୍ଟ ନିଜ ରେଜିଷ୍ଟ୍ରିର କାର୍ଯ୍ୟପ୍ରଣାଳୀ ଉପରେ ପ୍ରଶ୍ନ ଉଠାଇଛନ୍ତି।

ଏହି ବିଳମ୍ବର କାରଣ ଜାଣିବା ପାଇଁ କୋର୍ଟର ମହାସଚିବଙ୍କୁ ତଥ୍ୟ ଅନୁସନ୍ଧାନ ତଦନ୍ତ କରି ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି।

Advertisment ଶୁକ୍ରବାର ସିଜେଆଇ ସୂର୍ଯ୍ୟକାନ୍ତ, ବିଚାରପତି ଜୟମାଲ୍ୟ ବାଗଚୀ ଓ ଭି.

ମୋହନାଙ୍କୁ ନେଇ ଗଠିତ ତିନିଜଣିଆ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରିଥିଲେ।

ଜଣେ ବ୍ୟବସାୟୀ ରମଣ ସିଙ୍ଗଲାଙ୍କୁ ମିଳିଥିବା ଆଗୁଆ ଜାମିନକୁ ଚ୍ୟାଲେଞ୍ଜ କରି ଇଡି ୨୦୨୩ରେ ସୁପ୍ରିମ୍‌କୋର୍ଟରେ ଆବେଦନ କରିଥିଲା।

ସେହିବର୍ଷ ସେପ୍ଟେମ୍ବରରେ ଏହା ଉପରେ ନୋଟିସ୍ ଜାରି ହୋଇଥିଲା।

ପରବର୍ତ୍ତୀ ସମୟରେ ମାମଲାକୁ ପୁନର୍ବାର ତାଲିକାଭୁକ୍ତ କରିବା ପାଇଁ କୋର୍ଟ ନିର୍ଦ୍ଦେଶ ଦେଇଥିଲେ ମଧ୍ୟ ତାହା କାର୍ଯ୍ୟକାରୀ ହୋଇନଥିଲା।

ଶୁଣାଣି ଆରମ୍ଭରେ ସିଜେଆଇ ପ୍ରଶ୍ନ କରିଥିଲେ, ୩ ବର୍ଷ ଅତିକ୍ରମ କରିଗଲା, ତଥାପି ମାମଲା କାହିଁକି ତାଲିକାଭୁକ୍ତ ହେଲା ନାହିଁ?

ଏତେଦିନ ଧରି ରେଜିଷ୍ଟ୍ରି କ'ଣ କରୁଥିଲା ବୋଲି ସେ ପ୍ରଶ୍ନ କରିଥିଲେ।

ଖଣ୍ଡପୀଠ ଉପଲବ୍ଧ ନ ଥିବାରୁ ଏପରି ବିଳମ୍ବ ହୋଇଥାଇପାରେ ବୋଲି ଜଣେ ଓକିଲ ମତ ଦେବାରୁ ସିଜେଆଇ କହିଥିଲେ, ସମସ୍ତ ଖଣ୍ଡପୀଠ ଉପଲବ୍ଧ ଥିଲେ।

ବିଚାରପତି ବାଗଚୀ ଏହି ଘଟଣାକୁ 'ସଂସ୍ଥାଗତ ଅବହେଳା' ବୋଲି ଅଭିହିତ କରିଥିଲେ।

୨୦୨୩ରୁ ଶୁଣାଣି ପାଇଁ ତାଲିକାଭୁକ୍ତ ହୋଇନଥିଲା ମାମଲା ଏହି ମାମଲାରେ ରମଣ ସିଙ୍ଗଲାଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ସିଦ୍ଧାର୍ଥ ଡାଭେ ଏବଂ ଇଡି ପକ୍ଷରୁ ବରିଷ୍ଠ ଆଇନଜୀବୀ ଜୋହେବ ହୁସେନ ଉପସ୍ଥିତ ଥିଲେ।

ଡାଭେ କହିଥିଲେ ଯେ ସୁପ୍ରିମ୍‌କୋର୍ଟରେ ଏଭଳି ଘଟଣା ସାଧାରଣତଃ ଘଟେ ନାହିଁ।

ସେ ୧୯୯୦ରୁ ଏହି କୋର୍ଟରେ ଓକିଲାତି କରୁଥିବା କଥା ମଧ୍ୟ କହିଥିଲେ।

ଅନ୍ୟପକ୍ଷରେ ହୁସେନ ରେଜିଷ୍ଟ୍ରି ସହ ତାଙ୍କର ଅଭିଜ୍ଞତାକୁ ନେଇ ମନ୍ତବ୍ୟ ଦେବାରୁ ଉଭୟଙ୍କ ମଧ୍ୟରେ କିଛି ସମୟ ପାଇଁ ବାକ୍‌ବିତଣ୍ଡା ହୋଇଥିଲା।

ଖଣ୍ଡପୀଠ ମହାସଚିବଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଯେ, ଜୁଲାଇ ୨୦୨୩ ଓ ଜାନୁଆରି ୨୦୨୪ରେ ଦିଆଯାଇଥିବା ନିର୍ଦ୍ଦେଶ ସତ୍ତ୍ୱେ ମାମଲା କାହିଁକି ତାଲିକାଭୁକ୍ତ ହେଲା ନାହିଁ, ତାହାର ତଦନ୍ତ କରି ରିପୋର୍ଟ ଦାଖଲ କରିବେ।

ଏହି ମାମଲା ପଞ୍ଜାବ ଓ ହରିୟାଣା ହାଇକୋର୍ଟଙ୍କ ୩୦ ଜାନୁଆରି ୨୦୨୩ର ଆଗୁଆ ଜାମିନ ଆଦେଶ ବିରୋଧରେ ଦାଖଲ ହୋଇଥିଲା।

ମାମଲାଟି ୧୫୫.୨୧ କୋଟି ଟଙ୍କାର କଥିତ ବ୍ୟାଙ୍କ ଠକେଇ ସହ ଜଡ଼ିତ।

ମହେଶ ଟିମ୍ବର୍ସ ପ୍ରାଇଭେଟ୍ ଲିମିଟେଡ୍ ନାମକ କମ୍ପାନି ବିଦେଶୀ ଋଣପତ୍ରର ମୂଲ୍ୟ ବେଆଇନ ଭାବେ ବଢ଼ାଇ ଅର୍ଥକୁ ସିଙ୍ଗାପୁରର ଆମାଜନ୍ ଏକ୍ସପୋର୍ଟସ୍ ପିଟିଇ ଲିମିଟେଡ୍‌କୁ ପଠାଇଥିବା ଇଡି ଅଭିଯୋଗ କରିଥିଲା।

ସେହି କମ୍ପାନିର ନିର୍ଦ୍ଦେଶକ ଥିଲେ ସିଙ୍ଗଲା।

ଏହି ଅଭିଯୋଗ ଆଧାରରେ ଇଡି ତାଙ୍କ ବିରୋଧରେ ଅର୍ଥ ହେରଫେର ମାମଲା ରୁଜୁ କରିଥିଲା।

ସିଇସି ନିଯୁକ୍ତି ଆଇନ ମାମଲା: ପୁନର୍ବିଚାର ଆବେଦନର ତ୍ୱରିତ ଶୁଣାଣିକୁ ସିଜେଆଇଙ୍କ ନା

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)