Rahul Gandhi : ବିଜୟ ହେବେ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ? ରାହୁଲଙ୍କ ପାଇଁ ନୂଆ ଚ୍ୟାଲେଞ୍ଜ

Aug 19, 2026 - 23:25
Rahul Gandhi : ବିଜୟ ହେବେ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ? ରାହୁଲଙ୍କ ପାଇଁ ନୂଆ ଚ୍ୟାଲେଞ୍ଜ

"ଚେନ୍ନାଇ: ତାମିଲନାଡୁରେ ୨୦୨୯ ଲୋକସଭା ନିର୍ବାଚନକୁ ନେଇ ଏବେଠାରୁ ରାଜନୈତିକ ଚର୍ଚ୍ଚା ତେଜିଛି।

ଅଭିନେତାରୁ ରାଜନେତା ହୋଇଥିବା ତଥା ତାମିଲନାଡୁର ମୁଖ୍ୟମନ୍ତ୍ରୀ ସି.

ଜୋସେଫ ବିଜୟଙ୍କୁ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ କରିବା ନେଇ ତାଙ୍କ ଦଳ ତାମିଲଗା ଭେଟ୍ରି କଝଗମ୍‌ (ଟିଭିକେ)ର ନେତାମାନେ ଖୋଲାଖୋଲି ଭାବେ ମତ ଦେବା ଆରମ୍ଭ କରିଛନ୍ତି।

ଅଗଷ୍ଟ ୧୮ରେ ତାମିଲନାଡୁ ସରକାରଙ୍କ ମନ୍ତ୍ରୀ ଏମ୍‌.

ଶରତକୁମାର ବିଜୟଙ୍କୁ ଦେଶର ପରବର୍ତ୍ତୀ ପ୍ରଧାନମନ୍ତ୍ରୀ ବୋଲି କହିବା ପରେ ଏହି ଚର୍ଚ୍ଚା ଆହୁରି ବଢ଼ିଛି।

ତେବେ ବିଜୟ ନିଜେ ଏ ନେଇ ଏପର୍ଯ୍ୟନ୍ତ କୌଣସି ଘୋଷଣା କରିନାହାନ୍ତି।Advertisment ଆହୁରି ପଢନ୍ତୁ :Royal Enfield: ରୟାଲ୍‌ ଏନ୍‌ଫିଲ୍ଡର କ୍ଲାସିକ୍‌ ୩୫୦ ଗୋର୍ଖା ଏଡିସନ୍‌ ଶରତକୁମାର କହିଥିଲେ, ବିଜୟ ଏବେ ତାମିଲନାଡୁର ମୁଖ୍ୟମନ୍ତ୍ରୀ ଏବଂ ଆଗାମୀ ଦିନରେ ସେ ଦେଶର ପ୍ରଧାନମନ୍ତ୍ରୀ ହେବେ।

ଏହା ପୂର୍ବରୁ ଟିଭିକେର ଅନ୍ୟ ଜଣେ ମନ୍ତ୍ରୀ ଆଧବ ଅର୍ଜୁନ ମଧ୍ୟ ଦେଶର ପ୍ରଧାନମନ୍ତ୍ରୀ ଦକ୍ଷିଣ ଭାରତ, ବିଶେଷକରି ତାମିଲନାଡୁରୁ ହେବା ଉଚିତ ବୋଲି ମତ ଦେଇଥିଲେ।

ଅନ୍ୟପଟେ କଂଗ୍ରେସ ମଧ୍ୟ ୨୦୨୯ ପାଇଁ ରାହୁଲ ଗାନ୍ଧୀଙ୍କୁ ପ୍ରଧାନମନ୍ତ୍ରୀ ପଦର ଚେହେରା ଭାବେ ଆଗକୁ ଆଣୁଛି।

ଜୁନ୍‌ରେ ତାମିଲନାଡୁ କଂଗ୍ରେସ ସଭାପତି ନିଯୁକ୍ତ ହେବା ପରେ କଂଗ୍ରେସ ସାଂସଦ ମାଣିକମ୍‌ ଟାଗୋର କହିଥିଲେ ଯେ ୨୦୨୬ରେ ରାଜ୍ୟରେ ସରକାରରେ ଭାଗୀଦାର ହେବା ପରେ ଦଳର ପରବର୍ତ୍ତୀ ଲକ୍ଷ୍ୟ ୨୦୨୯ ଲୋକସଭା ନିର୍ବାଚନ।

ଆହୁରି ପଢନ୍ତୁ :Hockey World Cup 2026: ବିଶ୍ବକପ୍‌ରେ ପାକିସ୍ତାନକୁ ଧୂଳି ଚଟାଇଲା ଭାରତ; ୧୬ ବର୍ଷ ପରେ ହୋଇଥିଲା ମୁକାବିଲା  ରାହୁଲ ଗାନ୍ଧୀଙ୍କୁ ଭାରତର ପ୍ରଧାନମନ୍ତ୍ରୀ କରିବା ପାଇଁ ଦଳୀୟ କର୍ମୀଙ୍କୁ ଏକଜୁଟ ହେବାକୁ ସେ ଆହ୍ବାନ ଦେଇଥିଲେ।

ତାମିଲନାଡୁରେ ତେବେ ଟିଭିକେ ଓ କଂଗ୍ରେସ ଏକାଠି ସରକାର ଚଳାଉଛନ୍ତି।

କଂଗ୍ରେସର ଟିଭିକେ ସହ ମେଣ୍ଟ ଯୋଗୁ ତାମିଲନାଡୁରେ ଦୀର୍ଘଦିନର ଡିଏମ୍‌କେ-କଂଗ୍ରେସ ସମ୍ପର୍କ ମଧ୍ୟ ଭାଙ୍ଗିଛି।

ତେଣୁ ଏବେ ଟିଭିକେ ନେତାମାନଙ୍କ ପକ୍ଷରୁ ବିଜୟଙ୍କୁ ୨୦୨୯ର ପ୍ରଧାନମନ୍ତ୍ରୀ ପ୍ରାର୍ଥୀ କରିବାର ଦାବି ଉଠିବା କଂଗ୍ରେସ ପାଇଁ ଏକ ନୂଆ ରାଜନୈତିକ ଚ୍ୟାଲେଞ୍ଜ ଭାବେ ଦେଖାଯାଉଛି।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media