Monsoon rainfall: ୪୦ ବର୍ଷରେ ମୌସୁମୀ ବର୍ଷା ୧୧% ବଢ଼ିଛି

Aug 20, 2026 - 02:30
Monsoon rainfall: ୪୦ ବର୍ଷରେ ମୌସୁମୀ ବର୍ଷା ୧୧% ବଢ଼ିଛି

"ଭୁବନେଶ୍ବର: ଗତ ୪୦ ବର୍ଷ ମଧ୍ୟରେ ଓଡ଼ିଶାର ହାରାହାରି ମୌସୁମୀ ବର୍ଷା ପରିମାଣ ୧୧% ବୃଦ୍ଧି ପାଇଛି।

୧୯୮୧-୨୦୧୦ ମଧ୍ୟରେ ରାଜ୍ୟର ହାରାହାରି ମୌସୁମୀ ବର୍ଷା ୧,୦୫୨ ମିଲିମିଟର(ମିମି) ହେଉଥିଲା।

ମାତ୍ର ୨୦୧୧-୨୪ ମଧ୍ୟରେ ଏହା ବୃଦ୍ଧି ପାଇ ୧,୧୫୯ ମିମିରେ ପହଞ୍ଚିଛି।

ଆକଳନ କରାଯାଉଛି ଯେ ଆଗାମୀ ଦଶନ୍ଧିଗୁଡ଼ିକରେ ପ୍ରାୟ ୧୩% ବୃଦ୍ଧି ପାଇପାରେ।

୨୦୩୧-୫୦ ମଧ୍ୟରେ ୧,୨୧୧ ମିମି ଏବଂ ୨୦୫୧-୭୦ ମଧ୍ୟରେ ୧,୩୦୯ ମିମିରେ ପହଞ୍ଚିପାରେ।

ତେବେ ଜଳବାୟୁ ପରିବର୍ତ୍ତନ ଯୋଗୁ କେତେକ ଜିଲ୍ଲାରେ ମୌସୁମୀ ବର୍ଷାରେ ଅନିୟମିତତା ଏବଂ ଆଉ କିଛି ଜିଲ୍ଲାରେ ତୁଳନାତ୍ମକ ଭାବେ ଅଧିକ ବର୍ଷା ହେବ  ବୋଲି କାଉନସିଲ୍‌ ଅନ୍‌ ଏନର୍ଜି, ଏନ୍‌ଭାଇରନ୍‌ମେଣ୍ଟ ଆଣ୍ଡ୍‌ ୱାଟର(ସିଇଇଡବ୍ଲୁ) ଦ୍ବାରା କରାଯାଇଥିବା ସର୍ଭେରୁ ଜଣାପଡ଼ିଛି।Advertisment Education: ନିଶାରେ ଚୁର ରହୁଛନ୍ତି ଏହି ସ୍କୁଲର ଏମଏଲଇ ଶିକ୍ଷକ!

ବିଇଓ କହିଲେ— ତଦନ୍ତ ପରେ ହେବ କାର୍ଯ୍ୟାନୁଷ୍ଠାନ ୨୦୧୧-୨୪ ମଧ୍ୟରେ ଓଡ଼ିଶାର ପ୍ରାୟ ୫୩% ଜିଲ୍ଲାରେ ୧,୦୨୫ରୁ ୧,୧୭୫ ମିମି ମୌସୁମୀ ବର୍ଷା ହୋଇଥିବାବେଳେ ୨୬% ଜିଲ୍ଲାରେ ୧,୧୭୫ ମିମିରୁ ଅଧିକ ବର୍ଷା ହୋଇଛି।

୨୦୫୧-୭୦ ମଧ୍ୟରେ ବର୍ଷା ଆହୁରି ଅସ୍ଥିର ହେବ।

ଏହି ସମୟରେ ୨୭% ଜିଲ୍ଲାରେ ୮୪୬ରୁ ୧,୦୨୫ ମିମି ଓ ୩୦% ଜିଲ୍ଲାରେ ୧,୧୭୫ ମିମିରୁ ଅଧିକ ବର୍ଷା ହୋଇପାରେ।

୨୦୩୧-୫୦ ବେଳକୁ ୪୬% ଜିଲ୍ଲା ଏବଂ ୨୦୫୧-୭୦ ମଧ୍ୟରେ ୫୭% ଜିଲ୍ଲାରେ ସର୍ବାଧିକ ତାପମାତ୍ରା ୩୫ ଡିଗ୍ରିରୁ ଅଧିକ ରହିବା ନେଇ  ଆକଳନ ହୋଇଛି।

ରାତି ସମୟର ଉତ୍ତାପ ଆହୁରି ଦ୍ରୁତ ଗତିରେ ବଢ଼ିବାର ଆଶଙ୍କା ରହିଛି।

୨୦୩୧-୫୦ରେ ୪୭% ଜିଲ୍ଲା ଓ ୨୦୫୧-୭୦ରେ ୫୯% ଜିଲ୍ଲା‌ରେ ରାତିର ତାପମାତ୍ରା‌ ଅଧିକ ରହିବ।

ଦିନର ସର୍ବାଧିକ ତାପମାତ୍ରା ମଧ୍ୟ ବଢ଼ିବ।

Horoscope 2026 August 20: ଜାଣନ୍ତୁ ଆଜିର ରାଶିଫଳ...

୨୦୩୧-୫୦ ମଧ୍ୟରେ ଓଡ଼ିଶାର ୪୦% ଜିଲ୍ଲାରେ ୧୦୮ରୁ ୧୨୧ ଦିନ ଏବଂ ୨୦% ଜିଲ୍ଲାରେ ୧୨୧ରୁ ୧୩୭ ଦିନ ୩୫ ଡିଗ୍ରିରୁ ଅଧିକ ତାପମାତ୍ରା ରହିପାରେ।

୨୦୫୧-୭୦ ମଧ୍ୟରେ ଓଡ଼ିଶାର ଅର୍ଦ୍ଧାଧିକ ଜିଲ୍ଲାରେ ପ୍ରତିବର୍ଷ ୧୨୧ରୁ ୧୩୭ ଦିନ ଅତ୍ୟଧିକ ଉତ୍ତାପ ରହିବ।

ଓଡ଼ିଶାର ୭୦% ଜିଲ୍ଲାରେ ବର୍ଷକୁ ୭୬ରୁ କମ୍ ରାତିରେ ତାପମାତ୍ରା ୨୫ ଡିଗ୍ରିରୁ ଅଧିକ ରହୁଥିଲା।

୨୦୩୧-୫୦ରେ ୩୭% ଜିଲ୍ଲାରେ ୧୩୬ରୁ ୧୫୨ ଓ ୨୭% ଜିଲ୍ଲାରେ ୧୫୨ରୁ ୧୮୨ ରାତି ଏଭଳି ଉଷ୍ମ ରହିପାରେ।

୨୦୫୧-୭୦ରେ ୪୩% ଜିଲ୍ଲାରେ ୧୫୨ରୁ ୧୮୨ ରାତି ୨୫ ଡିଗ୍ରିରୁ ଅଧିକ ତାପମାତ୍ରା ରହିବା ନେଇ ସିଇଇଡବ୍ଲ୍ୟୁ ଆକଳନ କରିଛି।"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media