Puri Ratna Bhandar Counting: ଦୀର୍ଘ ବିରତି ପରେ ପୁଣି ଖୋଲିବ ରତ୍ନଭଣ୍ଡାରର ରହସ୍ୟ! ଆଜିଠୁ ଦୁଇଦିନ ଧରି ଭିତର ଭଣ୍ଡାର ଗଣତି

Nov 26, 2026 - 08:34
Puri Ratna Bhandar Counting: ଦୀର୍ଘ ବିରତି ପରେ ପୁଣି ଖୋଲିବ ରତ୍ନଭଣ୍ଡାରର ରହସ୍ୟ! ଆଜିଠୁ ଦୁଇଦିନ ଧରି ଭିତର ଭଣ୍ଡାର ଗଣତି

ଦୀର୍ଘ ବିରତି ପରେ ପୁଣି ଆରମ୍ଭ ହେବ ମହାପ୍ରଭୁଙ୍କ ରତ୍ନଭଣ୍ଡାର ଗଣତି ପ୍ରକ୍ରିୟା।

ଆଜି ଓ ଆସନ୍ତାକାଲି ଦୁଇଦିନ ଧରି ଚାଲିବ ଭିତର ରତ୍ନଭଣ୍ଡାରର ଗଣତି କାର୍ଯ୍ୟ।

କାର୍ତ୍ତିକ ମାସରେ ଶ୍ରୀମନ୍ଦିରରେ ଭକ୍ତଙ୍କ ଅଧିକ ସମାଗମ ଏବଂ ମହାପ୍ରଭୁଙ୍କ ସ୍ୱତନ୍ତ୍ର ନୀତିକାନ୍ତିକୁ ଦୃଷ୍ଟିରେ ରଖି ଗଣତି କାର୍ଯ୍ୟ ବନ୍ଦ ରଖାଯାଇଥିଲା।

Advertisment ଏବେ ପୁଣି ଗଣତି ପାଇଁ ତାରିଖ ଧାର୍ଯ୍ୟ ହୋଇଛି।

ତେବେ ଗଣତି କାର୍ଯ୍ୟ ଅପେକ୍ଷା ମହାପ୍ରଭୁଙ୍କ ନୀତିକାନ୍ତିକୁ ଅଧିକ ପ୍ରାଧାନ୍ୟ ଦିଆଯିବ।

ଠାକୁରଙ୍କ ଦୈନନ୍ଦିନ ନୀତି ଯେପରି ବାଧାପ୍ରାପ୍ତ ନହୁଏ, ସେଥିପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା ରହିବ।

ଅନ୍ୟପଟେ ଏହି ଦୁଇଦିନ ଧରି ଶ୍ରଦ୍ଧାଳୁଙ୍କ ଦର୍ଶନ ବ୍ୟବସ୍ଥା ମଧ୍ୟ ଜାରି ରହିବ।

ଭକ୍ତମାନେ ବାହାରକାଠ ନିକଟରୁ ମହାପ୍ରଭୁଙ୍କ ଦର୍ଶନ କରିପାରିବେ।

ଗଣତି କାର୍ଯ୍ୟ ଓ ସାଧାରଣ ଦର୍ଶନ ମଧ୍ୟରେ ସମନ୍ୱୟ ରଖିବାକୁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ବ୍ୟବସ୍ଥା କରାଯାଇଥିବା ସୂଚନା ଦେଇଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ।

Advertisment

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)