15 JUNE 2026

Welcome!

Unlock your personalized experience.
Sign Up

SanchitaUgale: ‘କୁମ୍‌କୁମ୍‌ ଭାଗ୍ୟ’ ଅଭିନେତ୍ରୀ ସଞ୍ଚିତା ଉଗଲେଙ୍କ ଆତ୍ମହତ୍ୟା

Jun 15, 2026 - 17:19
SanchitaUgale: ‘କୁମ୍‌କୁମ୍‌ ଭାଗ୍ୟ’ ଅଭିନେତ୍ରୀ ସଞ୍ଚିତା ଉଗଲେଙ୍କ ଆତ୍ମହତ୍ୟା

ମୁମ୍ବାଇ: ଟେଲିଭିଜନ ଅଭିନେତ୍ରୀ ସଞ୍ଚିତା ଉଗଲେ ମହାରାଷ୍ଟ୍ରର ପାଲଘର ଜିଲ୍ଲାସ୍ଥିତ ତାଙ୍କ ବାସଭବନରେ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ସଞ୍ଚିତା ‘କୁମ୍‌କୁମ୍‌ ଭାଗ୍ୟ’ ଓ ‘ୱାଗଲେ କି ଦୁନିୟା’ ପରି ଧାରାବାହିକରେ ଅଭିନୟ କରି ଲୋକପ୍ରିୟ ହୋଇଥିଲେ। ସଞ୍ଚିତାଙ୍କୁ ମୃତ୍ୟୁ ବେଳକୁ ମାତ୍ର ୨୨ ବର୍ଷ ବୟସ ହୋଇଥିଲା। ଜଣେ ପୁଲିସ ଅଧିକାରୀ କହିଛନ୍ତି ଯେ, ସଞ୍ଚିତା ରବିବାର ସନ୍ଧ୍ୟା ପ୍ରାୟ ୭ଟା ସମୟରେ ନାଲାସୋପାରା ଅଞ୍ଚଳରେ ତାଙ୍କ ଘରେ ଏକା ଥିବା ସମୟରେ ସିଲିଂ ଫ୍ୟାନରେ ଶାଢ଼ିରେ ଫାଶୀ ଲଗାଇ ଆତ୍ମହତ୍ୟା କରିଥିଲେ। ଘଟଣା ବିଷୟରେ ସୂଚନା ପାଇବା ପରେ ଏକ ପୁଲିସ ଦଳ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଯାଞ୍ଚ କରିଛି। ପୁଲିସ ଘଟଣାସ୍ଥଳରୁ କୌଣସି ସନ୍ଦେହଜନକ ଜିନିଷ କିମ୍ବା ସୁଇସାଇଡ ନୋଟ୍ ମଧ୍ୟ ପାଇ ନାହିଁ।

ଆହୁରି ପଢନ୍ତୁ: Chief Minister: ‘ସୋମନାଥ ସ୍ୱାଭିମାନ ଯାତ୍ରା-୨୦୨୬’ର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ

ପୁଲିସ କହିଛି ଯେ, ଅଭିନେତ୍ରୀଙ୍କ ବାପା ଝିଅର ମୃତ୍ୟୁ ନେଇ କାହାକୁ ଦାୟୀ କରି ନାହାନ୍ତି। ପୁଲିସ ମୃତଦେହ ବ୍ୟବଚ୍ଛେଦ ପାଇଁ ସରକାରୀ ହସ୍ପିଟାଲକୁ ପଠାଇଛି। ସେମାନେ ଦୁର୍ଘଟଣାଜନିତ ମୃତ୍ୟୁ ମାମଲା ରୁଜୁ କରି ଏହି ଚରମ ପଦକ୍ଷେପ ପଛରେ କାରଣ ଜାଣିବା ପାଇଁ ତଦନ୍ତ ଆରମ୍ଭ କରିଛନ୍ତି ବୋଲି ପୁଲିସ କହିଛି। ସଞ୍ଚିତା ‘କୁମ୍‌କୁମ୍‌ ଭାଗ୍ୟ’ରେ ଦିୟା ଟଣ୍ଡନ ଭୂମିକାରେ ଅଭିନୟ କରି ଖୁବ୍‌ ଲୋକପ୍ରିୟତା ଅର୍ଜ୍ଜନ କରିଥିଲେ। ସେ ‘ୱାଗଲେ କି ଦୁନିୟା- ନୟି ପିଢ଼ି ନଏ କିସେ’ରେ ମଧ୍ୟ ଅଭିନୟ କରିଥିଲେ ଓ ଧାରାବାହିକ ‘ଦିଲୱାଲି ଦୁଲହା ଲେ ଜାଏଗି’ରେ ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ। ସଞ୍ଚିତା କେତେକ ଚଳଚ୍ଚିତ୍ରରେ ମଧ୍ୟ ଅଭିନୟ କରିଥିଲେ। ଭିକ୍କି କୌଶଳଙ୍କ ଅଭିନୀତ ଚଳଚ୍ଚିତ୍ର ‘ଛାବା’ରେ ତାରା ରାଣୀଙ୍କ ଛୋଟବେଳର ଚରିତ୍ରରେ ଅଭିନୟ କରିଥିଲେ। ଏହାସହିତ ଅଭିନେତା ମନୋଜ ବାଜପେୟୀଙ୍କ ସହିତ ‘ସାଇଲେନ୍ସ ୨: ଦି ନାଇଟ୍ ଆଉଲ୍ ବାର୍ ସୁଟଆଉଟ୍’ରେ ଅଭିନୟ କରିଥିଲେ। ସଞ୍ଚିତା ତାଙ୍କର ଶେଷ ଇନଷ୍ଟାଗ୍ରାମ୍ ପୋଷ୍ଟ ତାଙ୍କର ମୃତ୍ୟୁର କିଛି ଘଣ୍ଟା ପୂର୍ବରୁ ସେୟାର କରିଥିଲେ। ସୋସିଆଲ ମିଡିଆ ଆକାଉଣ୍ଟରେ ପୋଷ୍ଟ ହୋଇଥିବା ଭିଡିଓରେ ସେ ଖୁସି ଥିବା ଦେଖାଯାଉଥିଲେ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।