Punjab police : ପଞ୍ଜାବ: ମ୍ୟାଡ ସାନ୍ଧୁ ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ମୁମ୍ବାଇରୁ ଗିରଫ

Oct 14, 2026 - 17:06
Punjab police : ପଞ୍ଜାବ: ମ୍ୟାଡ ସାନ୍ଧୁ ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ମୁମ୍ବାଇରୁ ଗିରଫ

"ଚଣ୍ଡୀଗଡ଼: ପଞ୍ଜାବର ସାମାଜିକ ଗଣମାଧ୍ୟମ ଇନଫ୍ଲୁଏନ୍ସର୍‌ ମ୍ୟାଡ ସାନ୍ଧୁ ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତକୁ ମୁମ୍ବାଇରୁ ଗିରଫ କରାଯାଇଛି।

ମ୍ୟାଡ ସାନ୍ଧୁ ନାମରେ ପରିଚିତ ମଧୁସୂଦନଙ୍କୁ ଅକ୍ଟୋବର ୩ ତାରିଖରେ ଅମୃତସର୍‌ର ଲୋହାର୍କା ରୋଡରେ ଗୁଳି କରି ହତ୍ୟା କରାଯାଇଥିଲା।

ଏହି ମାମଲାରେ ପୂର୍ବରୁ ୮ ଜଣ ଲୋକଙ୍କୁ ଗିରଫ କରାଯାଇଥିଲା।Advertisment ପଞ୍ଜାବ ପୁଲିସ ଡିଜି ଗୌରବ ଯାଦବ "ଏକ୍ସ"ରେ ପୋଷ୍ଟ କରି କହିଛନ୍ତି, ଜଳନ୍ଧର କାଉଣ୍ଟର ଇଣ୍ଟେଲିଜେନ୍ସ ମୁମ୍ବାଇ ଏଟିଏସ୍‌ ସହିତ ମିଶିକି ମୁଖ୍ୟ ଅଭିଯୁକ୍ତ ଜୋବନପ୍ରୀତଙ୍କୁ ମୁମ୍ବାଇରୁ ଗିରଫ କରିବା ସହିତ ୩ଟି ପିସ୍ତଲ, ୫ ମାଗାଜିନ୍‌ ଓ ୧୧ଟା କ୍ୟାଟ୍ରିଜ୍‌ ଜବତ କରିଛି।

ଡିଜିପି କହିଛନ୍ତି ଯେ, ପ୍ରାଥମିକ ତଦନ୍ତରୁ ବିଦେଶୀ ହ୍ୟାଣ୍ଡଲରଙ୍କ ନିର୍ଦ୍ଦେଶରେ ଗୁଳି ଚଳାଇଥିବା ବ୍ୟକ୍ତିମାନଙ୍କୁ ଅସ୍ତ୍ରଶସ୍ତ୍ର ପରିବହନ, ଆର୍ଥିକ ସହାୟତା ଓ ଲଜିଷ୍ଟିକ୍ ସମର୍ଥନରେ ଜୋବନପ୍ରୀତଙ୍କ ଭୂମିକା ସ୍ପଷ୍ଟ ହୋଇଛି।

ଡିଜିପିଙ୍କ ପୋଷ୍ଟରେ କୁହାଯାଇଛି ଯେ, ଅଭିଯୁକ୍ତ ତରନ ତାରନ ଜିଲ୍ଲାରେ ଦାଦାବଟି ଆଦାୟ ସହିତ ଜଡିତ ତିନୋଟି ଗୁଳିକାଣ୍ଡ ଘଟଣାରେ ତାଙ୍କର ସମ୍ପୃକ୍ତି ସ୍ୱୀକାର କରିଛନ୍ତି।

ସେ କହିଛନ୍ତି ଯେ, ବ୍ୟାପକ ନେଟୱାର୍କର ପର୍ଦ୍ଦାଫାସ କରିବା ଓ ଏହାର ପଛ ଏବଂ ଆଗକୁ ଲିଙ୍କ୍ ସ୍ଥାପନ କରିବା ପାଇଁ ଅଧିକ ତଦନ୍ତ ଚାଲିଛି।

ମଙ୍ଗଳବାର ଅମୃତସର କମିସନରେଟ୍ ପୁଲିସ ଗୁଜରାଟରୁ ଦୁଇ ଅଭିଯୁକ୍ତ - ହରସିମରନ୍ ସିଂହ ଓ ଫତେହ ସିଂହଙ୍କୁ ଗିରଫ କରିଛି।

ଉଭୟ ଅଭିଯୁକ୍ତ ତରନ୍‌ ତାରନର ସାଂଘେ ଗାଁର ବାସିନ୍ଦା ଓ ହତ୍ୟାକାଣ୍ଡ ସମ୍ପର୍କରେ ରେକି କରିବାରେ ଭୂମିକା ଗ୍ରହଣ କରିଥିବା ଅଭିଯୋଗ ହୋଇଛି।

ମେରଠ ନୀଳ ଡ୍ରମ୍ ହତ୍ୟାକାଣ୍ଡ: ହତ୍ୟାକାରୀ ମୁସ୍କାନ ଓ ସାହିଲଙ୍କୁ ଫାଶୀ ଦଣ୍ଡ"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)