Delhi Police : ୫୦୦ ଆପତ୍ତିଜନକ ପୋଷ୍ଟ ହଟେଇବାକୁ ସୋସିଆଲ ମିଡିଆ ପ୍ଲାଟଫର୍ମଗୁଡ଼ିକୁ ଚିଠି

Oct 14, 2026 - 16:51
Delhi Police : ୫୦୦ ଆପତ୍ତିଜନକ ପୋଷ୍ଟ ହଟେଇବାକୁ ସୋସିଆଲ ମିଡିଆ ପ୍ଲାଟଫର୍ମଗୁଡ଼ିକୁ ଚିଠି

"ନୂଆଦିଲ୍ଲୀ: ମୁଖ୍ୟ ନିର୍ବାଚନ କମିସନର (ସିଇସି) ଜ୍ଞାନେଶ କୁମାରଙ୍କୁ ହଟେଇବା ଦାବିରେ ବିରୋଧୀ ଇଣ୍ଡି ମେଣ୍ଟ ପକ୍ଷରୁ ସୋମବାର ହୋଇଥିବା ପ୍ରତିବାଦ ଶୋଭାଯାତ୍ରାକୁ ନେଇ ଦିଲ୍ଲୀ ପୁଲିସ ଚାରିଟି ଏତଲା ରୁଜୁ କରିଛି।

ପୁଲିସ ସୂତ୍ର ଅନୁଯାୟୀ ମାମଲାଗୁଡ଼ିକ ଅଞ୍ଚଳରେ ଲଗାଯାଇଥିବା ନିଷେଧ କଟକଣା ଉଲ୍ଲଂଘନ ଓ ବ୍ୟାରିକେଡ୍ ଭାଙ୍ଗିବା ଓ ରାସ୍ତା ବିକୃତ କରିବା ସହିତ ଜଡିତ।

ଏ ସମ୍ପର୍କରେ ତିଲକ ମାର୍ଗ ପୁଲିସ ଷ୍ଟେସନରେ ଦୁଇଟି ଏତଲା ପଞ୍ଜିକୃତ ହୋଇଥିବା ବେଳେ ମନ୍ଦିର ମାର୍ଗ ଓ ବାରାଖମ୍ବା ରୋଡ୍ ଷ୍ଟେସନରେ ଗୋଟିଏ ଲେଖାଏଁ ଏତଲା ପଞ୍ଜିକୃତ ହୋଇଛି।Advertisment କଥିତ ବିଭ୍ରାନ୍ତିକର ପ୍ରଚାର ପାଇଁ ଦିଲ୍ଲୀ ପୁଲିସ ଦ୍ୱାରା ପୃଥକ୍‌ ଭାବେ ଏହି ଚାରୋଟି ଏତଲା ପଞ୍ଜିକୃତ କରାଯାଇଛି।

ତଦନ୍ତକାରୀମାନେ ସନ୍ଦେହ କରୁଛନ୍ତି ଯେ, ପାକିସ୍ତାନ-ଭିତ୍ତିକ ସୋସିଆଲ ମିଡିଆ ହ୍ୟାଣ୍ଡେଲଗୁଡ଼ିକ ଭାରତ ବିରୋଧୀ ତଥ୍ୟ ପ୍ରସାର କରିବା ଓ ସାମ୍ପ୍ରଦାୟିକ ସଦ୍ଭାବନାକୁ କ୍ଷତି ପହଞ୍ଚାଇବା ପାଇଁ ପ୍ରତିବାଦରୁ ଫାଇଦା ଉଠାଇବାକୁ ଚେଷ୍ଟା କରୁଛନ୍ତି।

ଦିଲ୍ଲୀ ପୁଲିସ ୫୦୦ ରୁ ଅଧିକ ଆପତ୍ତିଜନକ ଓ ଭ୍ରାମକ ବିଷୟବସ୍ତୁ ହଟାଇବାକୁ ସୋସିଆଲ ମିଡିଆ ପ୍ଲାଟଫର୍ମଗୁଡ଼ିକୁ ଚିଠି ଲେଖିଛନ୍ତି।

୧୦୦ରୁ ଅଧିକ ସନ୍ଦିଗ୍ଧ ସୋସିଆଲ ମିଡିଆ ହ୍ୟାଣ୍ଡେଲ, ଯାହା ମଧ୍ୟରୁ ଅନେକ ପାକିସ୍ତାନରୁ ପରିଚାଳିତ ହେଉଥିବା ବିଶ୍ୱାସ କରାଯାଉଛି ପୁଲିସ ରାଡାରରେ ଅଛି।

ଭ୍ରାମକ ବିଷୟବସ୍ତୁ ହଟାଇବାକୁ ସୋସିଆଲ ମିଡିଆ ପ୍ଲାଟଫର୍ମଗୁଡ଼ିକୁ ଚିଠି ସୂତ୍ର ଅନୁଯାୟୀ, ଗୁଇନ୍ଦା ଏଜେନ୍ସି ଓ ପୁଲିସ ଜାଣିବାକୁ ପାଇଛନ୍ତି ଯେ, ସୀମା ପାରରୁ ପରିଚାଳିତ ହେଉଥିବା ଅନେକ ସୋସିଆଲ ମିଡିଆ ଆକାଉଣ୍ଟ ଦଙ୍ଗା ଓ ହିଂସାତ୍ମକ ଘଟଣାର ପୁରୁଣା ଓ ସମ୍ପାଦିତ ଭିଡିଓ ପ୍ରସାରିତ କରୁଛନ୍ତି, ସେଗୁଡ଼ିକୁ ଦିଲ୍ଲୀରେ ସାମ୍ପ୍ରତିକ ବିରୋଧ ପ୍ରଦର୍ଶନର ଫୁଟେଜ୍ ଭାବରେ ମିଥ୍ୟା ଭାବରେ ଦର୍ଶାଉଛି।

ଜଣେ ଅଧିକାରୀ କହିଛନ୍ତି ଯେ, ବିଶ୍ୱସନୀୟତା ପ୍ରଦାନ କରିବା ପାଇଁ ଓ ଦେଶ ଭିତରୁ ଆସିଥିବା ଭଳି ଦେଖାଯିବା ପାଇଁ ଭାରତୀୟ ଯୁବକମାନଙ୍କ ନାମରେ ନକଲି ସୋସିଆଲ ମିଡିଆ ଆକାଉଣ୍ଟ ତିଆରି କରାଯାଇଥିଲା।

ଅକ୍ଟୋବର ୧୦ ତାରିଖରେ ସାମାଜିକ ଗଣମାଧ୍ୟମରେ ବ୍ୟାପକ ହିଂସା ହୋଇଥିବା ପ୍ରଚାର କରାଯାଇଥିଲା।

ମଙ୍ଗଳବାର "ଏକ୍ସ" ହ୍ୟାଣ୍ଡେଲରେ ଦାବି କରାଯାଇଥିଲା ଯେ, ଦିଲ୍ଲୀରେ ସେନା ଯବାନ ମୁତୟନ ହୋଇଥିଲେ ଓ ମାର୍କେଟ ବନ୍ଦ ରହିଥିଲା।

ଏହି ଭିଡିଓ ସମ୍ପର୍କରେ ଦିଲ୍ଲୀ ପୁଲିସ ପ୍ରତିକ୍ରିୟା ଦେଇ କହିଛି ଯେ, ଭିଡିଓଗୁଡ଼ିକ ଅପ୍ରାସଙ୍ଗିକ ଓ ବର୍ତ୍ତମାନର ଘଟଣା ସହିତ ଏହାର କୌଣସି ସମ୍ପର୍କ ନାହିଁ।

ହର୍ମୁଜ୍ ପ୍ରଣାଳୀରେ ବ୍ୟବସାୟିକ ଜାହାଜଗୁଡ଼ିକୁ ଟାର୍ଗେଟ୍ କରିବା ପାଇଁ ଇରାନର ନୂଆ କୌଶଳ "

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)