ITF MT200 Tennis: ଆଇଟିଏଫ୍‌ ଏମ୍‌ଟି୨୦୦ ଟେନିସ୍‌: ଅଂଶୁ, ପୂଜାଶ୍ରୀ ବିଜେତା

Oct 14, 2026 - 17:06
ITF MT200 Tennis: ଆଇଟିଏଫ୍‌ ଏମ୍‌ଟି୨୦୦ ଟେନିସ୍‌: ଅଂଶୁ, ପୂଜାଶ୍ରୀ ବିଜେତା

"ଭୁବନେଶ୍ବର: ଓଡ଼ିଶାଟେନସ୍‌ ସଂଘ ଆନୁକୂଲ୍ୟରେ କଳିଙ୍ଗ ଷ୍ଟାଡିୟମ୍‌ସ୍ଥିତ ଟେନିସ୍‌ କମ୍ପ୍ଲେକ୍ସଠାରେ ଆୟୋଜିତ ଆଇଟିଏଫ୍‌ ଏମ୍‌ଟି୨୦୦ ଟେନିସ୍‌ ପ୍ରତିଯୋଗିତା ଉଦ୍‌ଯାପିତ ହୋଇଛି।

୩୦ରୁ ଅଧିକ ବୟସରେ ଓଡ଼ିଶାର ଅଂଶୁ ଭୂୟାଁ ଓ ପୂଜାଶ୍ରୀ ବରାଳ ଯଥାକ୍ରମେ ପୁରୁଷ ଓ ମହିଳା ଏକକ ବର୍ଗରେ ବିଜେତା ହୋଇଛନ୍ତି।

ଅନ୍ୟ ବୟସ ବର୍ଗ ଏକକରେ ଗୋବିନ୍ଦ ବିଶ୍ବାସ (୩୫+), ସନ୍ଦୀପ ପାୱର (୪୦+), ଡାନିଏଲ୍‌ ଉସ୍ଥୋଲ୍‌ଜ (୪୫+), ଅଜୟ ନିଶଙ୍କ (୫୦+), ଆୟାସାମି ଏଲାଗୁରୁଗୁ (୫୫+), ବିନୋଦ ସେଠ (୬୦+), ଅଶୋକ ରାୟ (୬୫+) ଓ ମୁର୍ଥାତି ସୁରେଶ ପେଣ୍ଡଲି (୭୦+) ବିଜେତା ହୋଇଛନ୍ତି।

ଏହି ପ୍ରତିଯୋଗିତାରେ ବିଭିନ୍ନ ବୟସ ବର୍ଗର ପୁରୁଷ ଓ ମିଶ୍ରିତ ଯୁଗଳ ମ୍ୟାଚ୍‌ ମଧ୍ୟ ଅନୁଷ୍ଠିତ ହୋଇଥିଲା।

ଏଥିରେ ୨୩ ଇଭେଣ୍ଟରେ ୧୩୨ ଖେଳାଳି ଅଂଶ ଗ୍ରହଣ କରିଥିଲା ବେଳେ ୭ଟି କୋର୍ଟରେ ମୋଟ ୧୩୯ ମ୍ୟାଚ୍‌ ଖେଳାଯାଇଥିଲା।

ଉଦ୍‌ଯାପନୀ ଉତ୍ସବରେ ଅତିଥି ଭାବେ ଓଡ଼ିଶା ଟେନିସ ସଂଘ ସଭାପତି ଅସିତ ତ୍ରିପାଠୀ, ସମ୍ପାଦକ ସଞ୍ଜୀବ ପଣ୍ଡା, ଉପସଭାପତି ସତ୍ୟଜିତ ମହାନ୍ତି, ଆଇଟିଏଫ୍‌ ପ୍ରତିଯୋଗିତା ପର୍ଯ୍ୟବେକ୍ଷକ ତେଜଲ କୁଲକର୍ଣ୍ଣି ଯୋଗଦେଇ ପୁରସ୍କାର ପ୍ରଦାନ କରିଥିଲେ।Advertisment ମେରଠ ନୀଳ ଡ୍ରମ୍ ହତ୍ୟାକାଣ୍ଡ: ହତ୍ୟାକାରୀ ମୁସ୍କାନ ଓ ସାହିଲଙ୍କୁ ଫାଶୀ ଦଣ୍ଡ"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)