24 OCTOBER 2026

Welcome!

Unlock your personalized experience.
Sign Up

Pulse prices: ଡାଲି ଦର ବି ଉପରମୁହଁା: ଚାଉଳ ବଢ଼ିଲାଣି ୨୫

Oct 24, 2026 - 03:11
Pulse prices: ଡାଲି ଦର ବି ଉପରମୁହଁା: ଚାଉଳ ବଢ଼ିଲାଣି ୨୫

ଭୁବନେଶ୍ବର: ଗରିବ ଓଡ଼ିଆଙ୍କ ମୁଖ୍ୟ ଭୋଜନ ହେଉଛି ଭାତ ଡାଲି। ସେହି ଦୁଇ ଭୋଜନ ପ୍ରସ୍ତୁତ କରିବା ଏବେ ଅଧିକାଂଶ ପରିବାର ପାଇଁ କଷ୍ଟକର ହୋଇପଡ଼ିଛି। ଖୋଲା ବଜାରରେ ଚାଉଳ ଦରବୃଦ୍ଧି ଏବେ ଗ୍ରାହକଙ୍କ ଚିନ୍ତା ବଢ଼ାଇଛି। ମାସକ ଭିତରେ ବିଭିନ୍ନ କିସମ ଚାଉଳ ଦର କିଲୋ ପିଛା ୧୦ରୁ ୨୫ ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି ପାଇଛି। ଭାତ ରାଜ୍ୟର ପ୍ରମୁଖ ଖାଦ୍ୟ ହୋଇଥିବାରୁ ଚାଉଳ ଦରରେ ଏହି ବୃଦ୍ଧି ସମାଜର ବିଭିନ୍ନ ବର୍ଗକୁ ପ୍ରଭାବିତ କରିଛି। ସରୁ ଚାଉଳ କେଜି ୯୦ ଟଙ୍କାରେ ପହଞ୍ଚିଛି। ଏପଟେ ଡାଲି ବି ମହଙ୍ଗା ହେବାରେ ଲାଗିଛି। ଯେଉଁ ଡାଲିର ଦର କିଛି ଦିନ ତଳେ ୧୩୦ ଟଙ୍କା ଥିଲା, ତାହା ଏବେ ୧୩୫ ଟଙ୍କାରେ ଓ ୧୩୫ ଟଙ୍କିଆ ଡାଲି ୧୪୨ ଟଙ୍କାରେ ବିକ୍ରି ହେଉଛି। ମାସକ ଭିତରେ ଡାଲି ଦର ୨୦ରୁ ୩୦ ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି ପାଇଛି।

Amitabh Bachchan: ଅମିତାଭ ବଚ୍ଚନଙ୍କ ବଙ୍ଗଳା, ଦିଲଜିତ ଦୋସାଞ୍ଝଙ୍କ କନସର୍ଟକୁ ଟାର୍ଗେଟ୍‌

ବଜାର ତଥ୍ୟ ଅନୁସାରେ, ମୋଟା ଅରୁଆ ଓ ଉଷୁନା ଚାଉଳ କେଜି ୪ରୁ ୬ ଟଙ୍କା ବୃଦ୍ଧି ପାଇ ୩୨-୩୬ ଟଙ୍କା ହୋଇଯାଇଛି। କିଛି ଦିନ ପୂର୍ବେ ସେହି ଚାଉଳ କେଜିକୁ ୨୮-୩୦ ଟଙ୍କାରେ ବିକ୍ରି ହେଉଥିଲା। ସେହିପରି ଜିରା ରାଇସ୍‌ ଦର ପ୍ରାୟ ୧୫ ଟଙ୍କା ବୃଦ୍ଧି ପାଇ ୬୦ରୁ ୬୫ ଟଙ୍କା ହୋଇଛି, ଯାହା ପୂର୍ବରୁ ୪୫ରୁ ୫୦ ଟଙ୍କାରେ ମିଳିଯାଉଥିଲା। ବାଲାମି ଉଷୁନା ଚାଉଳ କେଜି ୫୫-୬୦ ଟଙ୍କାରେ ବିକ୍ରି ହେଉଛି। କିଛିଦିନ ପୂର୍ବରୁ ଏହି ଚାଉଳ କେଜି ପିଛା ୪୦-୪୫ ଟଙ୍କାରେ ମିଳୁଥିଲା। ଭଲ ସରୁ ଚାଉଳ ଦର ୮୫-୯୦ ଟଙ୍କାକୁ ବୃଦ୍ଧି ପାଇଛି। ସେହି ଚାଉଳ କିଛି ଦିନ ତଳେ କେଜି ୬୦-୬୫ ଟଙ୍କାରେ ବିକ୍ରି ହେଉଥିଲା। 

Pollution: ଦିଲ୍ଲୀରେ ଏକ୍ୟୁଆଇ ୩୩୭କୁ ବୃଦ୍ଧି, ଗ୍ରାପ୍-୧ ପଦକ୍ଷେପ ସତ୍ତ୍ୱେ ପ୍ରଦୂଷଣ କମୁନି

ଏ ସମ୍ପର୍କରେ ଓଡ଼ିଶା ବ୍ୟବସାୟୀ ମହାସଂଘର ସାଧାରଣ ସମ୍ପାଦକ ସୁଧାକର ପଣ୍ଡା କହିଛନ୍ତି, ଯେଉଁ ଚାଉଳର କ୍ବିଣ୍ଟାଲ ପିଛା ଦର ପୂର୍ବରୁ ୫୦୦୦ ଟଙ୍କା ଥିଲା ତାହା ବଢ଼ି ୬୩୦୦ ଟଙ୍କା ହୋଇଛି। ସେହିପରି ୭୦୦୦ ଟଙ୍କିଆ ଚାଉଳ ଦର ୯୨୦୦ ଟଙ୍କା ହୋଇଛି। ଉଭୟ ଫାଇନ୍‌ ଓ ସୁପର ଫାଇନ୍‌ ଚାଉଳ ଦର ବଢ଼ିଥିବା ସେ କହିଛନ୍ତି। କଟକ ବଣିଜ ସଂଘର ସାଧାରଣ ସମ୍ପାଦକ ପ୍ରଫୁଲ୍ଲ ଛଟେଇ କହିଛନ୍ତି, ବଜାରରେ ବିକ୍ରି ହେଉଥିବା ବିଭିନ୍ନ କିସମର ଚାଉଳ ଦର ମାସକ ଭିତରେ ବଢ଼ିଛି। ମୋଟା ଅରୁଆ ଓ ଉଷୁନା, ସରୁ ଚାଉଳ, ବାଲାମି ଉଷୁନା ଚାଉଳ ଓ ଜିରା ରାଇସ୍‌ ମୂଲ୍ୟରେ ବୃଦ୍ଧି ଘଟିଛି। ରାଜ୍ୟର ବାର୍ଷିକ ଚାଉଳ ଆବଶ୍ୟକତା ହେଉଛି ପ୍ରାୟ ୬୪ ଲକ୍ଷ ଟନ୍‌। ସେଥିରୁ ୫୦-୫୫ ଲକ୍ଷ ଟନ୍‌ ସାଧାରଣବର୍ଗର ଚାଉଳ ରହିଛି। ସେଥିରୁ ଅଧିକାଂଶ ବିଭିନ୍ନ ସରକାରୀ ଯୋଜନାରେ ହିତାଧିକାରୀଙ୍କୁ ପ୍ରଦାନ କରାଯାଉଛି ଓ ଲୋକମାନେ ଘରେ ପ୍ରସ୍ତୁତ କରି ବ୍ୟବହାର କରୁଛନ୍ତି। ଅବଶିଷ୍ଟ ପ୍ରାୟ ୧୦ ଲକ୍ଷ ଟନ୍‌ ଫାଇନ୍‌ ଓ ସୁପର ଫାଇନ୍‌ ଚାଉଳ ବାହାରୁ ମଗାଇବାକୁ ପଡ଼ୁଛି। ସେହି ସବୁ ଚାଉଳ ମଧ୍ୟପ୍ରଦେଶ, ଝାଡ଼ଖଣ୍ଡ, ଛତିଶଗଡ଼, ବିହାର ଓ ପଶ୍ଚିମବଙ୍ଗରୁ ଆସୁଛି। ଓଡ଼ିଶା ନିଜ ଆବଶ୍ୟକତାର ୨୦-୩୦ ପ୍ରତିଶତ ଚାଉଳ ବାହାର ରାଜ୍ୟରୁ ଆଣିବାକୁ ବାଧ୍ୟ ହେଉଛି। ତେଣୁ ସେହି ସବୁ ରାଜ୍ୟ ଚାଉଳ ଦର ବଢ଼ାଇଲେ ତାହାର ସିଧାସଳଖ ପ୍ରଭାବ ଓଡ଼ିଶା ବଜାର ଉପରେ ପଡ଼ୁଛି। ଚଳିତ ବର୍ଷ ରାଜ୍ୟରେ ବ୍ୟାପକ ବନ୍ୟାରେ ଫସଲ ନଷ୍ଟ ହୋଇଛି। ଏବେ ବାତ୍ୟା ମାଡ଼ି ଆସୁଛି। ତେଣୁ ଧାନ ଅମଳ ପ୍ରଭାବିତ ହେବା ଆଶଙ୍କା ରହିଛି। ଯଦି ତାହାର ପ୍ରଭାବରେ ଧାନ ଅମଳ କମିଯିବ ତେବେ ଆଗାମୀ ଦିନରେ ଚାଉଳ ଦରବୃଦ୍ଧିକୁ ଅଟକାଇବା କଷ୍ଟକର ହୋଇପଡ଼ିବ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)