President tour: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଓଡ଼ିଶା ଗସ୍ତ ସ୍ଥଗିତ ହେବା ସମ୍ଭାବନା, ନଭେମ୍ବର ୪-୫ରେ ଆସିପାରନ୍ତି

Oct 23, 2026 - 23:14
President tour: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଓଡ଼ିଶା ଗସ୍ତ ସ୍ଥଗିତ ହେବା ସମ୍ଭାବନା, ନଭେମ୍ବର ୪-୫ରେ ଆସିପାରନ୍ତି

ରାଇରଙ୍ଗପୁର (ତୁଷାର କାନ୍ତ ମହାନ୍ତ): ଚଳିତ ମାସର ଶେଷ ସପ୍ତାହରେ ରାଷ୍ଟ୍ରପତିଙ୍କର ପ୍ରସ୍ତାବିତ ଦୁଇ ଦିନିଆ ଓଡ଼ିଶା ଗସ୍ତ ସ୍ଥଗିତ ହୋଇପାରେ।

ଆସନ୍ତା ୨୮ ଓ ୨୯ ଅକ୍ଟୋବର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଙ୍କ ରାଇରଙ୍ଗପୁର ଗସ୍ତ କାର୍ଯ୍ୟକ୍ରମ ରହିଥିଲା।

ତେବେ ସାମ୍ଭାବ୍ୟ ବାତ୍ୟାକୁ ନେଇ ୨୮ ଓ ୨୯ ଅକ୍ଟୋବର ପରିବର୍ତ୍ତେ ଆସନ୍ତା ନଭେମ୍ବର ୪ ଓ ୫ ତାରିଖ କାର୍ଯ୍ୟସୂଚୀ ଅନୁଯାୟୀ ସମସ୍ତ କାର୍ଯ୍ୟକ୍ରମରେ ଯୋଗଦେବେ ବୋଲି ବିଶେଷ ସୂତ୍ରରୁ ଜଣାପଡ଼ିଛି।

Advertisment ତେବେ ବର୍ତ୍ତମାନ ସୁଦ୍ଧା ରାଷ୍ଟ୍ରପତି ଭବନରୁ ସେଭଳି କୌଣସି ଚିଠି ଆସିନାହିଁ।

ତେବେ ଅକ୍ଟୋବର ୨୬ରୁ ୩୦ ତାରିଖ ପର୍ଯ୍ୟନ୍ତ ରାଇରଙ୍ଗପୁର ଉପଖଣ୍ଡ ଚିକିତ୍ସାଳୟ, ମହତାବ ଭବନ ଓ ସଞ୍ଜୀବ ନେତ୍ରାଲୟରେ ବହୁ ବିଶେଷଜ୍ଞ ଅସ୍ତ୍ରୋପଚାର ଶିବିର ଅନୁଷ୍ଠିତ ହେବାକୁ ଥିବା ଶିବିର ଆସନ୍ତା ୧ ରୁ ୪ ନଭେମ୍ବର ପର୍ଯ୍ୟନ୍ତ ହେବ ବୋଲି ସୂଚନା ମିଳିଛି।

President: ୩ ୟୁରୋପୀୟ ଦେଶ ଗସ୍ତରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)