Pujaribambu Villagers Protest ପୂଜାରୀବମ୍ବୁ ଗାଁକୁ ରାସ୍ତା ପାଇଁ ଧାରଣା, ଦ୍ବିତୀୟ ଦ୍ବିପାକ୍ଷିକ ଆଲୋଚନା ବିଫଳ

Nov 24, 2026 - 18:00
Pujaribambu Villagers Protest ପୂଜାରୀବମ୍ବୁ ଗାଁକୁ ରାସ୍ତା ପାଇଁ ଧାରଣା, ଦ୍ବିତୀୟ ଦ୍ବିପାକ୍ଷିକ ଆଲୋଚନା ବିଫଳ

ରାୟଗଡା (ଶିବ ପ୍ରସାଦ ଦୋରା ): ରାୟଗଡ଼ା ଜିଲ୍ଳା ପୂଜାରୀବମ୍ବୁ ଗାଁକୁ ସବୁଦିନିଆ ରାସ୍ତା ନିମନ୍ତେ ଗ୍ରାମବାସୀ ଧାରଣାରେ ବସିଛନ୍ତି।

ଆଜି ପ୍ରଥମ ଦିନରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରତ ଗ୍ରାମବାସୀଙ୍କୁ ପ୍ରାଶାସନିକ ଅଧିକାରୀମାନେ ଆସି ଆଲୋଚନା କରିଥିଲେ।

ତେବେ ଜିଲ୍ଲାପାଳ ଆସି ପ୍ରତିଶ୍ରୁତି ଦେବା ପରେ ଧାରଣାରୁ ଉଠିବେ ବୋଲି ବିକ୍ଷୋଭକାରୀମାନେ ଜିଦ୍‌ ଧରିବାରୁ ଆଲୋଚନା ବିଫଳ ହୋଇଛି।

Advertisment Villagers: ରାସ୍ତା ପାଇଁ ସତ୍ୟାଗ୍ରହ: ପଦଯାତ୍ରାରେ ବାହାରିଲେ ପୂଜାରୀବମ୍ବୁ ଗ୍ରାମବାସୀ ଧାରଣାସ୍ଥଳକୁ ଆଜି ପୂର୍ବାହ୍‌ଣରେ ଅତିରିକ୍ତ ଜିଲ୍ଲାପାଳ ରବୀନ୍ଦ୍ରନାଥ କଂହର, ଉପଖଣ୍ଡ ପୁଲିସ ଅଧିକାରୀ ଗୌରହରୀ ସାହୁ, ବିଡିଓ ସୁଜିତ ମିଶ୍ର, ଗ୍ରାମ୍ୟ ଉନ୍ନୟନ ବିଭାଗ ଅଧିକାରୀ ଓ ଅନ୍ୟ ଅଧିକାରୀ ମାନେ ଆସି ଥିଲେ।

ଧାରଣାରତ ଗ୍ରାମବାସୀଙ୍କ ସହ ଆଲୋଚନା କରି ଧାରଣାରୁ ଉଠିବା ପାଇଁ ନିବେଦନ କରିଥିଲେ।

ଅଧିକାରୀମାନେ ଭିବିଜିରାମ-ଜି ଯୋଜନା‌ରେ ରାସ୍ତା ନିର୍ମାଣ କରାଯିବ ବୋଲି କହିଥିଲେ, କିନ୍ତୁ ଗ୍ରାମବାସୀ ପକ୍କା ରାସ୍ତା ପାଇଁ ଅଡ଼ି ବସିଥିଲେ I ଜିଲ୍ଲାପାଳ ଆସି ପ୍ରତିଶ୍ରୁତି ନଦେଲେ ଧାରଣାରୁ ଉଠିବେନାହିଁ ବୋଲି ଅଡ଼ି ବସିଥିଲେ।

Neglect: ପୂଜାରୀବମ୍ବୁ ଭଳି ଆଉ କେତେ ଘଟଣା ହେଲେ ଚେତିବେ ସରକାର?

ସୂଚନାଯୋଗ୍ୟ, ଗତକାଲି ରାତିରେ ଅଧିକାରୀମାନେ ବିକ୍ଷୋଭକାରୀଙ୍କ ସହ ୩ ଘଣ୍ଟା ଆଲୋଚନା କରିଥିଲେ।

କିନ୍ତୁ ଏହା ବିଫଳ ହୋଇଥିଲା I Neglect: ‌କେତେ ସମୃଦ୍ଧ ଉପାନ୍ତ ଅଞ୍ଚଳ?

କେବେ ଦୂର ହେବ ପୂଜାରୀବମ୍ବୁ ଗ୍ରାମର ଦୁଃଖ?

ଗ୍ରାମବାସୀଙ୍କ କହିବାକଥା, ଜିଲ୍ଲା ମୁଖ୍ୟାଳୟ ଠାରୁ ଗାଁ କେବଳ ୬ କିମି ଦୂର।

ପକ୍କା ରାସ୍ତା ନଥିବାରୁ ବର୍ଷ ବର୍ଷ ଧରି ବର୍ଷାଦିନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି I ଗ୍ରାମକୁ ରାସ୍ତା ନିର୍ମାଣ ନିବେଦନ ନେଇ ରାୟଗଡା ଜିଲ୍ଲାପାଳ ଆଶୁତୋଷ କୁଲକର୍ଣ୍ଣିଙ୍କୁ ଦୁଇ ଦୁଇ ଥର ଅଭିଯୋଗ ପ୍ରକୋଷ୍ଠରେ ଭେଟିଥିଲେ I ତେବେ ଜିଲ୍ଲାପାଳ ବ୍ୟସ୍ତ ଥିବାରୁ ସାକ୍ଷାତ ହୋଇପାରିନଥିଲା I ପୂର୍ବରୁ ମଧ୍ୟ ଜିଲ୍ଲାପାଳଙ୍କ ଠାରୁ ଆରମ୍ଭକରି ଏମପି ଏମଏଲଏ ଓ ଅନ୍ୟାନ୍ୟ ନିର୍ବାଚିତ ପ୍ରତିନିଧିଙ୍କୁ ରାସ୍ତା ପାଇଁ ଗୁହାରି କରିଛନ୍ତି।

୨୬ରୁ ୨୮ତାରିଖ ୩ଦିନ ମଧ୍ୟରେ ଯଦି କୌଣସି ଉତ୍ତର ନଆସେ ତେବେ ୨୯ତାରିଖ ଦିନ ଜିଲ୍ଲା ପ୍ରଶାସନର ଅପାରଗତାକୁ ନେଇ ରାଜ୍ୟବାସୀଙ୍କୁ ଜଣାଇବା ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରୁ ସମସ୍ତ ଗ୍ରାମବାସୀ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ପଦଯାତ୍ରାରେ ଯିବେ ବୋଲି କହିଛନ୍ତି ଗ୍ରାମବାସୀ ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)