Protest: ସଂଶୋଧିତ ଏମଏମଡିଆର ଅଧିନିୟମ ବିରୁଦ୍ଧରେ ପ୍ରତିବାଦ ସଭା ଓ ରାସ୍ତାରୋକ

Sep 08, 2026 - 19:50
Protest: ସଂଶୋଧିତ ଏମଏମଡିଆର ଅଧିନିୟମ ବିରୁଦ୍ଧରେ ପ୍ରତିବାଦ ସଭା ଓ ରାସ୍ତାରୋକ

"ଚଣ୍ଡିଖୋଲ (ଭକ୍ତ ସାହୁ): ସଂସଦରେ ବିନା କୌଣସି ଆଲୋଚନାରେ କେନ୍ଦ୍ରର ବିଜେପି ସରକାର ଏକପାଖିଆ ଭାବେ ଏମଏମଡିଆର ଆକ୍ଟ ବା ଖଣି ଓ ଖଣିଜ ସମ୍ପଦ ବିକାଶ ସଂଶୋଧନ ଅଧିନିୟମ ୨୦୨୬ ପାରିତ ହେବାର ପ୍ରତିବାଦରେ ଆଜି ଓଡ଼ିଶା ଜନତା କଂଗ୍ରେସ ପକ୍ଷରୁ ଚଣ୍ଡିଖୋଲ ଛକ ଠାରେ ଏକ ପ୍ରତିବାଦ ସଭା,ଜାତୀୟ ରାଜପଥ ଅବରୋଧ ସହିତ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା ଓଜେସିର ଯାଜପୁର ଜିଲ୍ଲା ସଭାପତି ବିଦ୍ୟାଧର ମହାନ୍ତିଙ୍କ ଅଧ୍ୟକ୍ଷତାରେ ଆୟୋଜିତ ପ୍ରତିବାଦ ସଭାରେ ଓଜେସିର ରାଜ୍ୟ ସଭାପତି ତଥା ପୂର୍ବତନ ବିଧାୟକ ମହମ୍ମଦ ମୋକିମ ଯୋଗଦେଇ କହିଲେଯେ, କେନ୍ଦ୍ର ସରକାର ଓଡ଼ିଶାର ଖଣି ଖାଦାନକୁ ନିଜ କବଜାରେ ରଖିଲେ ଆମ ରାଜ୍ୟ ବାର୍ଷିକ ୧୨ ହଜାର କୋଟି ଟଙ୍କାର ରାଜସ୍ଵ ହରାଇବ।

Advertisment ଓଡ଼ିଶାର ଖଣି ଅଞ୍ଚଳ କେନ୍ଦ୍ର ସରକାରଙ୍କ ସମ୍ପୂର୍ଣ୍ଣ ନିୟନ୍ତ୍ରଣରେ ରହିବ।

ଖଣି ପାଣି ଓ ଜଙ୍ଗଲ ଉପରେ ଆଦିବାସୀମାନଙ୍କର କୌଣସି ଅଧିକାର ଆଉ ରହିବ ନାହିଁ ବୋଲି ଶ୍ରୀ ମୋକିମ କହିଥିଲେ।

ତେବେ ଏଭଳି ଏକ ସ୍ପର୍ଶକାତର ଘଟଣାରେ ବିଜେଡି ଓ କଂଗ୍ରେସ ଦଳ କାହିଁକି ଚୁପ ହୋଇ ରହିଛି ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି ବୋଲି ଶ୍ରୀ ମୋକିମ କହିବା ସହିତ ଏହି କଳା ଆଇନର ପ୍ରତ୍ୟାହାର କରାନଯିବା ପର୍ଯ୍ୟନ୍ତ ଓଜେସି ତା'ର ଏହି ଆନ୍ଦୋଳନକୁ ସମଗ୍ର ରାଜ୍ୟରେ ତୀବ୍ର କରିବ ବୋଲି ଚେତାବନୀ ଦେଇଥିଲେ।

Protest: କଲେଜ ଛାତ୍ରଛାତ୍ରୀଙ୍କର ପ୍ରତିବାଦ ସଭା ଅନ୍ୟମାନଙ୍କ ମଧ୍ୟରେ ରାଜ୍ୟ ଉପସଭାପତି ନିକୁଞ୍ଜ ପଶାୟତ, ଗିରିବାଳା ବେହେରା, ମିଡିଆ ସେଲ ଅଧ୍ୟକ୍ଷ ପ୍ରଶାନ୍ତ ଶତପଥୀ, ସେବା ଦଳ ଅଧ୍ୟକ୍ଷ ମନୋଜ କୁମାର ଜେନା, ଯୁବ ସଭାପତି ଆର୍ଯ୍ୟବୀର ଲେଙ୍କା, ରାଜ୍ୟ ସମ୍ପାଦକ ଦିଲ୍ଳୀପ କୁମାର ରାଉତ, ବଡ଼ଚଣା ବ୍ଲକ ସଭାପତି ସୁରେଶ ଚନ୍ଦ୍ର ସାହାଣୀ,ବରିଷ୍ଠ ସଭ୍ୟ ପ୍ରଦୀପ କୁମାର ଧଳ, କୃଷକ ମୋର୍ଚ୍ଚା ସଭାପତି ସଂଗ୍ରାମ ମାଝୀ,ଶୈଳବାଳା ଜେନା, ପ୍ରଦୀପ ପ୍ରଧାନ, ମୁଜିବୁର ରହେମାନ, ସଂଗ୍ରାମ ରାୟ, ସୋମନାଥ ରାଉତ ଓ ଶୁଭେନ୍ଦୁ ମଲ୍ଲିକ ପ୍ରମୁଖ ଯୋଗଦେଇ କେନ୍ଦ୍ର ସରକାରଙ୍କ ଏହି ଆଇନର ଦୃଢ଼ ନିନ୍ଦା କରିଥିଲେ।

ପରେ ପରେ ରାଜ୍ୟ ସଭାପତି ମହମ୍ମଦ ମୋକିମଙ୍କ ସହିତ ସମସ୍ତ କର୍ମକର୍ତ୍ତା ଓ ସହଶ୍ରାଧିକ ଦଳୀୟ କର୍ମୀ ଚଣ୍ଡିଖୋଲ ଛକ ଠାରେ ଜାତୀୟ ରାଜପଥକୁ ଅବରୋଧ କରିଥିଲେ।

ଫଳରେ କିଛି ସମୟ ପାଇଁ ଯାନବାହନ ଚଳାଚଳ ଠପ ହୋଇଯାଇଥିଲା।

ତେବେ ଅବରୋଧ ହଟିବା ପରେ ଗାଡି ଚଳାଚଳ ସ୍ବାଭାବିକ ହୋଇଥିବା ଦେଖିବାକୁ ମିଳିଥିଲା।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)