Protest: ଲଦାଖ ପ୍ରସଙ୍ଗରେ ଆନ୍ଦୋଳନ କରିବାକୁ ଧମକ ଦେଲେ ୱାଙ୍ଗଚୁକ୍‌

Sep 10, 2026 - 17:34
Protest: ଲଦାଖ ପ୍ରସଙ୍ଗରେ ଆନ୍ଦୋଳନ କରିବାକୁ ଧମକ ଦେଲେ ୱାଙ୍ଗଚୁକ୍‌

"ନୂଆଦିଲ୍ଲୀ: ଶିକ୍ଷାବିତ୍‌ ତଥା ସାମାଜିକ କର୍ମକର୍ତ୍ତା ସୋନମ୍‌ ୱାଙ୍ଗଚୁକ୍‌ ଲଦାଖ ପ୍ରସଙ୍ଗରେ ପୁଣି ଥରେ ଆନ୍ଦୋଳନ କରିବାକୁ ଧମକ ଦେଇଛନ୍ତି।

ଲଦାଖ ସହ ଜଡିତ ସମସ୍ତ ପ୍ରସଙ୍ଗରେ କେନ୍ଦ୍ର ସରକାରଙ୍କଠାରୁ ଗୋଟିଏ ସପ୍ତାହ ମଧ୍ୟରେ ପ୍ରତିଶ୍ରୁତି ନ ମିଳିଲେ ସେ ସେପ୍ଟେମ୍ବର ୧୯ ରୁ ୨୪ ପର୍ଯ୍ୟନ୍ତ ନୂଆକରି ଆନ୍ଦୋଳନ କରିବାକୁ ଧମକ ଦେଇଛନ୍ତି।Advertisment ଲଦାଖରେ ହିଂସା ପରେ ଗତବର୍ଷ ସେପ୍ଟେମ୍ବରରେ କଠୋର ଜାତୀୟ ସୁରକ୍ଷା ଆଇନ (ଏନ୍‌ଏସ୍‌ଏ)ରେ ୱାଙ୍ଗଚୁଙ୍ଗ୍‌ଙ୍କୁ ଗିରଫ କରାଯିବା ପରେ ଯୋଧପୁର ଜେଲରେ ଛଅ ମାସ ରଖା ଯାଇଥିଲା।

ଗତବର୍ଷ ଲଦାଖ ପାଇଁ ରାଜ୍ୟ ମାନ୍ୟତା ଦାବିରେ ଚାଲିଥିବା ଆନ୍ଦୋଳନ ହିଂସାତ୍ମକ ରୂପ ନେଇଥିଲା ଓ ୪ ଜଣଙ୍କର ମୃତ୍ୟୁ, ୧୨ରୁ ଅଧିକ ଆହତ ହୋଇଥିଲେ।

କେନ୍ଦ୍ର ସରକାର ଏହି ଆନ୍ଦୋଳନ ପାଇଁ ୱାଙ୍ଗଚୁକ୍‌ଙ୍କୁ ଦାୟୀ କରି ଗତବର୍ଷ ଗିରଫ କରିଥିଲେ।

ମାର୍ଚ୍ଚ ୨୦୨୬ରେ ସେ ଜେଲ୍‌ରୁ ମୁକ୍ତ ହୋଇଥିଲେ।

ଏହାର କିଛି ମାସ ପରେ ଦିଲ୍ଲୀରେ ନିଟ୍‌ ପରୀକ୍ଷାରେ ଅନିୟମିତତା ଅଭିଯୋଗରେ କକ୍ରୋଚ ଜନତା ପାର୍ଟି ପକ୍ଷରୁ ହୋଇଥିବା ଛାତ୍ର ଆନ୍ଦୋଳନରେ ୱାଙ୍ଗଚୁକ୍‌ ଅନଶନ କରିଥିଲେ।

ଗୁରୁବାର ୱାଙ୍ଗଚୁକ୍ କହିଥିଲେ ଯେ, ଲଦାଖର ପ୍ରମୁଖ ନେତା ଓ ନୂଆଦିଲ୍ଲୀରେ ଗୃହ ମନ୍ତ୍ରଣାଳୟ ସବ୍-କମିଟି ମଧ୍ୟରେ ଆଲୋଚନା ଯେପରିଭାବେ ହୋଇଛି ତାହା ତାଙ୍କୁ ନିରାଶ କରିଛି।

ବୈଠକ ଉପରେ କଟାକ୍ଷ କରି ୱାଙ୍ଗଚୁକ୍ ଲୋକପ୍ରିୟ ହାସ୍ୟାଭିନେତା ଜସପାଲ ଭଟ୍ଟିଙ୍କ ଶୋ"ର ଏକ ପୁରୁଣା କ୍ଲିପ୍ ସେୟାର କରି କହିଥିଲେ ଯେ, ଆଲୋଚନା ସମୟରେ କିଛି ନୂତନ ହୋଇନଥିଲା।

କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଦ୍ବାରା ଡକାଯାଇଥିବା ଏହି ବୈଠକ ବୁଧବାର ଅନୁଷ୍ଠିତ ହୋଇଥିଲା।

ଲଦ୍ଦାଖ: ଟ୍ରୁଟୁକ୍‌ ସେକ୍ଟରରେ ସେନାର ବାହନ ଦୁର୍ଘଟଣାଗ୍ରସ୍ତ।

୭ ଜଣ ଯବାନ ମୃତ, ଏକାଧିକ ଆହତ ସୂଚନା।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)