Protest: ଇସି ଅଫିସକୁ କଂଗ୍ରେସ ନେତାଙ୍କୁ ପ୍ରବେଶ ଅନୁମତି ନମିଳିବାରୁ ଧାରଣାରେ ବସିଲେ

Jun 10, 2026 - 05:10
Protest: ଇସି ଅଫିସକୁ କଂଗ୍ରେସ ନେତାଙ୍କୁ ପ୍ରବେଶ ଅନୁମତି ନମିଳିବାରୁ ଧାରଣାରେ ବସିଲେ

"ନୂଆଦିଲ୍ଲୀ: କଂଗ୍ରେସ ନେତାମାନେ ଆଜି ଦିଲ୍ଲୀ ସ୍ଥିତ ଇସି (ନିର୍ବାଚନ କମିସନ୍‌) ଅଫିସ୍‌ ସାମ୍ନାରେ ଧାରଣାରେ ବସିଛନ୍ତି।

କେସି ବେଣୁଗୋପାଳ, ଜୟରାମ ରମେଶ, ସଚିନ ପାଇଲଟ, ଭୂପେଶ ବାଘେଲଙ୍କ ସମେତ ଅନେକ କଂଗ୍ରେସ ନେତା ଆଜି ମଧ୍ୟପ୍ରଦେଶ ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ପ୍ରାର୍ଥୀ ମୀନାକ୍ଷୀ ନଟରାଜନଙ୍କ ପ୍ରାର୍ଥିତ୍ବ ରଦ୍ଦକୁ ବିରୋଧ କରି ଇସି ଅଫିସ୍‌ ନିକଟରେ ପହଞ୍ଚିଥିଲେ।

କିନ୍ତୁ କଂଗ୍ରେସ ନେତାମାନଙ୍କୁ ଇସି ଅଫିସ ଭିତରକୁ ଯିବାପାଇଁ ଦିଆଗଲାନି।

ଇସି ଅଫିସ ଭିତରକୁ ଯିବାପାଇଁ ସେମାନଙ୍କ ନିକଟରେ ଅନୁମତି ନଥିବା କହି ସେମାନଙ୍କୁ ଅଟକାଯାଇଥିଲା।

ଏହି ଘଟଣାକୁ ସେମାନେ ବିରୋଧ କରି ଇସି ଅଫିସ୍‌ ବାହାରେ ଆଜି ଧାରଣାରେ ବସିଛନ୍ତି।Advertisment "