Fire: ପୂରା ପରିବାରକୁ ନିଶ୍ଚିହ୍ନ କରିଦେଲା ଦିଲ୍ଲୀ ଅଗ୍ନିକାଣ୍ଡ; ମୁରବିଙ୍କ ମୃତ୍ୟୁ ପରେ ଘର ଶୂନ୍ୟ

Jun 10, 2026 - 05:10
Fire: ପୂରା ପରିବାରକୁ ନିଶ୍ଚିହ୍ନ କରିଦେଲା ଦିଲ୍ଲୀ ଅଗ୍ନିକାଣ୍ଡ; ମୁରବିଙ୍କ ମୃତ୍ୟୁ ପରେ ଘର ଶୂନ୍ୟ

"ନୂଆଦିଲ୍ଲୀ: ଦିଲ୍ଲୀର ମାଲବ୍ୟ ନଗରରେ ଗତ ସପ୍ତାହରେ ଘଟିଥିବା ହୋଟେଲ ଅଗ୍ନିକାଣ୍ଡ ଘଟଣା ଗୁରୁଗ୍ରାମର ଏକ ପରିବାରକୁ ପୂରା ନିଶ୍ଚିହ୍ନ କରିଦେଇଛି।

ଅଗ୍ରୱାଲ ପରିବାରର ଅତି ଦୁଃଖଦ ଅନ୍ତ ଘଟିଛି।

ଦିଲ୍ଲୀ ଅଗ୍ନିକାଣ୍ଡ ଘଟଣାରେ ଏହି ପରିବାରରେ ୮ ଜଣଙ୍କର ମୃତ୍ୟୁ ହୋଇଯାଇଛି।

ଜଣେ ମାତ୍ର ଜୀବିତ ବ୍ୟକ୍ତି ରାଧେ ଶ୍ୟାମ ଅଗ୍ରୱାଲଙ୍କର ଆଜି ପରଲୋକ ଘଟିବାପରେ ତାଙ୍କ ପରିବାରରେ ଆଉ ଜଣେ ବି କେହି ସଦସ୍ୟ ଜୀବିତ ନାହାନ୍ତି।

Advertisment ପରିବାରର ମୁରବି ହେଉଛନ୍ତି ରାଧେ ଶ୍ୟାମ ଅଗ୍ରୱାଲ।

ସେ ଚିକିତ୍ସା ପାଇଁ ମ୍ୟାକ୍ସ ହସ୍ପିଟାଲରେ ଭର୍ତ୍ତି ହୋଇଥିବାବେଳେ ତାଙ୍କୁ ହସ୍ପିଟାଲରେ ଭେଟିବାପାଇଁ ତାଙ୍କ ପରିବାର ସଦସ୍ୟ ଫ୍ଲୋରିସ୍‌ ‌ଷ୍ଟେ ବେଡ୍‌ ଆଣ୍ଡ ବ୍ରେକଫାଷ୍ଟ ହୋଟେଲରେ ରହୁଥିଲେ।

ହସ୍ପିଟାଲରୁ ମାତ୍ର କିଛି ମିଟର ଦୂରରେ କ"ଣ ଘଟିଛି ତାହା ଅଗ୍ରୱାଲ ଜାଣିନଥିଲେ।

ସେ ତାଙ୍କ ପରିବାର ସଦସ୍ୟମାନଙ୍କର ଅନୁପସ୍ଥିତିକୁ ନେଇ ପ୍ରଶ୍ନ ମଧ୍ୟ କରିଥିଲେ।

କିନ୍ତୁ ତାଙ୍କୁ ଏହି ନିଷ୍ଠୁର ସତ କହିବାପାଇଁ କେହି ସାହସ ଜୁଟାଇ ପାରିନଥିଲେ।

ଆହୁରି ପଢ଼ନ୍ତୁ: Fire: ଜୟପୁର ବାଣ କାରଖାନାରେ ଅଗ୍ନିକାଣ୍ଡ; ଶିଶୁ ସମେତ ୭ ମୃତ ବିବେକ ଅଗ୍ରୱାଲ, ତାଙ୍କ ମା" ପ୍ରେମଲତା ଅଗ୍ରୱାଲ, ପତ୍ନୀ ତରଜନି ଅଗ୍ରୱାଲ ଏବଂ ତାଙ୍କ ୨ ଝିଅ ଜୀବୀଶା, ବରୟା ଓ ଅନ୍ୟ ୩ ଜଣ ସମ୍ପର୍କୀୟ ଫ୍ଲୋରିଶ ଇନ୍‌ରେ ରହୁଥିଲେ।

ଟ୍ରାଫିକ୍‌ ସ୍ଥିତି ଏବଂ ହସ୍ପିଟାଲ୍‌ ଓ ସେମାନଙ୍କ ବାସଭବନ ମଧ୍ୟରେ ଦୂରତାକୁ ନଜର‌ରେ ରଖି ପରିବାର ସଦସ୍ୟ ହସ୍ପିଟାଲ୍‌ ନିକଟସ୍ଥ ହୋଟେଲରେ ରହିବାକୁ ନିଷ୍ପତ୍ତି ନେଇଥିଲେ।

ରାଧେ ଶ୍ୟାମଙ୍କ ସ୍ବାସ୍ଥ୍ୟାବସ୍ଥାରେ କୌଣସି ସୁଦ୍ଧାର ଆସୁନଥିବା ଏବଂ ଯେକୌଣସି ପ୍ରକାର ଖବର ପାଇଁ ପ୍ରସ୍ତୁତ ରହିବାକୁ ଏହି ପରିବାର ସଦସ୍ୟଙ୍କୁ ହସ୍ପିଟାଲ ପକ୍ଷରୁ କୁହାଯାଇଥିଲା।

ରାଧେଶ୍ୟାମ ଶ୍ବାସକ୍ରିୟ ଜନିତ ଅସୁସ୍ଥତା ପାଇଁ ଆଇସିୟୁରେ ଚିକିତ୍ସାଧୀନ ଥିଲେ।

ଘଟଣା ଘଟିବା ଦିନ ମଧ୍ୟ ପରିବାର ସଦସ୍ୟ ତାଙ୍କୁ ପୂର୍ବାହ୍ନ ୧୧.୩୦ରେ ଭେଟିଥିଲେ।

ବିବେକ ଅଗ୍ରୱାଲଙ୍କ ବଡ଼ ଝିଅ ଜୀବୀଶା ହେଉଛନ୍ତି ବେଙ୍ଗାଲୁରୁରେ ଜଣେ ଇଞ୍ଜିନିୟରିଂ ଛାତ୍ରୀ।

ଜେଜେବାପାଙ୍କୁ ଶେଷ ଥର ପାଇଁ ଦେଖିବାକୁ ସେ ବେଙ୍ଗାଲୁରୁରୁ ଆସିଥିଲେ।

କିନ୍ତୁ ଅଗ୍ନିକାଣ୍ଡରେ ତାଙ୍କର ମୃତ୍ୟୁ ହୋଇଗଲା।

ଏଥିସହ ଅଗ୍ରୱାଲ ପରିବାରର ଗୁରୁଗ୍ରାମ ସେକ୍ଟର ୪୬ ବାସଭବନ ସମ୍ପୂର୍ଣ୍ଣ ଭାବେ ଶୂନ୍ୟ ହୋଇଯାଇଛି।

ଗୋଟିଏ ସପ୍ତାହରେ ପରିବାର ୯ ଜଣଙ୍କୁ ହରାଇଛି।

"