Protest: ଅନ୍ବେଷାରେ ୧୧ବର୍ଷ କାମ ପରେ ଅଚାନକ ଚାକିରିରୁ ବିଦା
ନବରଙ୍ଗପୁର (ସୁରେଶ ନାଇଡୁ): ଗତ ୧୧ବର୍ଷ ଧରି ଆନ୍ବେଷା ରେ ମହିଳା ରୋଷୟା ତଥା ଆଟେଣ୍ଡାଣ୍ଟ ଭାବେ କାମ କରି ଆସୁଥିବା ୪ଜଣଙ୍କୁ ଅଚାନକ ଭାବେ ଚାକିରିରୁ ବିଦା କରାଯାଇଥିବା ଅଭିଯୋଗ ହୋଇଛି।
ଏ ନେଇ ଆଜି ଚନ୍ଦ୍ରିକା ବିଷୋୟୀ, କମଳେଶ୍ବରୀ ଘାସି, ପ୍ରତିଭା ସାହୁ ଓ ରୁ୍କ୍ମିଣୀ ଗୌଡ ଜିଲ୍ଲାପାଳ ମଧୁମିତାଙ୍କୁ ଭେଟି ଅଭିଯୋଗ କରିଛନ୍ତି।
ଏମାନଙ୍କୁ ବାଦ୍ ଦେଇ ନୂଆରେ କିଛି ଜଣଙ୍କୁ ଅନିମିୟତତା କରି ନିଯୁକ୍ତି ଦେଇଥିବା ଅଭିଯୋଗ କରିଛନ୍ତି।
Advertisment ଜିଲ୍ଲାପାଳ ଜିଲ୍ଲା ମଙ୍ଗଳ ଅଧିକାରୀ ଡ.
ଗୀତାଂଶୁ ଦାଶଙ୍କୁ ତଦନ୍ତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।
ଜିଲ୍ଲାରେ ଉମରକୋଟ ଓ ନବରଙ୍ଗପୁରରେ ଦୁଇଟି କେନ୍ଦ୍ର ରହିଛି।
ନବରଙ୍ଗପୁରର ଟିର୍ଲିଆମ୍ବଗୁଡାରେ ଗୋଟିଏ ରହିଛି।
ଏଠାରେ ୭୦୦ ଅନ୍ତେବାସୀ ରହି ଆସୁଛନ୍ତି।
ପ୍ରତ୍ୟେକ ତିରିଶ ପିଲାଙ୍କ ପାଇଁ ରୋଷୟା କମ୍ ଅଟେଣ୍ଡାଣ୍ଟ ହାଉସ୍ ମଦର ଭାବେ ଦାୟିତ୍ବ ନେଇ ଦେଖାରଖା ବି କରି ଆସୁଛନ୍ତି।
୨୦୧୬ମସିହାରୁ ଚନ୍ଦ୍ରିକା ଓ କମଳେଶ୍ବରୀ କାମ କରି ଆସୁଥିଲେ।
ଚିନ୍ଦ୍ରିକାଙ୍କ ଗୋଟିଏ ପୁଅ ରହିଥିବା ବେଳେ ସ୍ବାମୀ ପରିତ୍ୟକ୍ତା।
କମଳେଶ୍ବରୀଙ୍କ ମାଁଙ୍କୁ ନେଇ ସାନମସିଗାଁରେ ରହୁଛନ୍ତି।
Women farmers: ନବରଂଗପୁର ମହିଳା ଚାଷୀଙ୍କ ଉତ୍ପାଦିତ ସାମଗ୍ରୀ ଏବେ ଅମେରିକା ଓ ଲଣ୍ଡନରେ ବିକ୍ରି ପ୍ରତିଭା ସାହୁ ୨୦୧୯ମସିହାରେ ଏବଂ ରୁକ୍ମିଣୀ ଗୌଡ ୨୦୨୨ମସିହାରୁ କାମ କରି ଆସୁଥିଲେ।
ପ୍ରତିଭାଙ୍କ ସ୍ବାମୀଙ୍କ ସ୍ବାସ୍ଥ୍ୟବସ୍ଥା ଭଲ ନାହିଁ ଏବଂ ଶଯ୍ୟାଶାୟୀ।
ଝିଅ ଓ ପୁଅ ପଢ଼ୁଛନ୍ତି।
ରୁକ୍ମିଣୀଙ୍କ ଅବସ୍ଥାବି ସମାନ ପୁଅକୁ ନେଇ ବହୁ କଷ୍ଠମଷ୍ଟେ ଚଳୁଛନ୍ତି।
ଏଠାରୁ ମିଳୁଥିବା ୮ହଜାର ଟଙ୍କା ଦରମାରେ ମହରଗ ଯୁଗରେ ଚଳୁଥିଲେ।
ଅଚାନକ ଭାବେ କିଛି କାରଣ ନ ଦର୍ଶାଇ ଏମାନଙ୍କୁ କାହିଁକି କାଡିଦେଲେ ତାହାକୁ ନେଇ ଏମାନେ ବି ଆଶ୍ଚାର୍ଯ୍ୟନ୍ବୀତ।
ଦୀର୍ଘ ଏତେ ଦିନ କାମ କରିବା ମଧ୍ୟରେ ବାଦ୍ ଦେବା ପାଇଁ କେବେ ନୋଟିସ୍ ଦିଆଯାଇନି।
ଇପିଏଫ୍ ଟଙ୍କା ବି ଦାଖଲ ହୋଇନି ବୋଲି ଏମାନେ କହିଛନ୍ତି।
ପରିବାରକୁ ନେଇ କିଭଳି ଚଳିବେ ତାହାକୁ ନେଇ ଏହି ୪ମହିଳା ଚିନ୍ତାରେ ପଢ଼ିଛନ୍ତି।
ଏମାନେ ଆଉଟସୋର୍ସିଂ ସର୍ଭିସ ପ୍ରଭାଇଡର କମ୍ପାନୀ ଦ୍ବାରା ଦୀର୍ଘ ୧୦ବର୍ଷ ହେବ ରହି ଆସିଥିଲେ।
ଏବେ ନୂଆ ସର୍ଭିସ୍ ପ୍ରଭାଇଡର ଯାଜପୁର ପାଣିକୋଇଲିର ଭାରତୀ ସିକ୍ୟୁରିଟି ଏଜେନସୀ ନେବା ପରେ ଏମାନଙ୍କୁ ବାହାର କରି ଦେଇ ନୂଆ ନିଯୁକ୍ତି ଦେଇଛି ବୋଲି କହିଛନ୍ତି ଅନ୍ବେଷା ପରିଚାଳକ ବିଶ୍ବଜିତ ପାଣି।
ନୂଆରେ କାର୍ଯ୍ୟରେ ଯୋଗ ଦେଇଛି, ତଦନ୍ତ କରାଯିବ ବୋଲି କହିଛନ୍ତି ଡିଡବ୍ଲୁଓ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
